ହେଡଲାଇନସ୍:

   ସାମୂହିକ ଭାବରେ ବିଦ୍ୟାଳୟ ପରିତ୍ୟାଗ କରିବାକୁ ଚେତାବନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ସାମୂହିକ ଭାବରେ ବିଦ୍ୟାଳୟ ପରିତ୍ୟାଗ କରିବାକୁ ଚେତାବନୀ 

 ବରଗଡରୁ ଗୌରାଙ୍ଗ ଚରଣ ଦାଶ:- ଗରିବ ଶ୍ରେଣୀର ଛୁଆ ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ସରକାରଙ୍କର ବହୁତ ଯୋଜନା ରହିଛି। କିନ୍ତୁ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କେତେ କାର୍ଯକାରୀ ହେଉଛି ତା ଉପରେ ସବୁବେଳେ ପ୍ରଶ୍ନବାଚୀ ଲାଗିରହୁଛି। ସବୁପ୍ରକାର ଯୋଜନା ଥାଇ ମଧ୍ୟ ଇଛାଶକ୍ତିର ଅଭାବ ହେତୁ ସବୁ ବେକାର ଭଳି ଲାଗୁଛି। 

      ଝରବନ୍ଧ ବ୍ଲକ ର କୋଟଣା ଗ୍ରାମରେ ରହିଛି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ । ଆର୍ଥିକ ଭାବରେ ଅନଗ୍ରସର ଝିଅ  ମାନେ ଏହି ବିଦ୍ୟାଳୟରେ ରହି ପାଠ ପଢ଼ନ୍ତି। 1 ରୁ 8 ଶ୍ରେଣୀ ପର୍ଯନ୍ତ ମୋଟ 97 ଛୁଆ ଏହି ବିଦ୍ୟାଳୟ ଅଛନ୍ତି। ଗତ କିଛି ମାସ ହେଲା ଉକ୍ତ ବିଦ୍ୟାଳୟ ର ୱାର୍ଡନ ଓ ପ୍ରଧାନ ଶିକ୍ଷୟତ୍ରୀaର ବିରୋଧରେ ପରିଚାଳନା କମିଟି ର ସଭ୍ୟମାନେ ପ୍ରଶାସନିକ ଅଧିକାରୀ ମାନଙ୍କର ନିକରେ ଗୁରୁତର ଅଭିଯୋଗ ଆଣିଥିଲେ ଯେ ହଷ୍ଟେଲ ରେ ରହୁଥିବା 97ଜଣ ବାଳିକା ମାନଙ୍କୁ ଅତିନିମ୍ନ ମାନର ଖାଦ୍ୟ ଦିଆଯାଉଛି, ହିଷ୍ଟେଲ ର ଖାଦ୍ୟ ବିବରଣୀ ଅନୁସାରେ ଖାଦ୍ୟ ପ୍ରଦାନ କରାଯାଉନାହିଁ, ଖାଦ୍ୟ ର ପରିମାଣ ମଧ୍ୟ କମ ଦିଆ ଯାଉଛି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଓ warden କମ ପରିମାଣ ର ଜିନିଷ ଆଣି ବେଶି ପରିମାଣ ର ବିଲ ଦେଖାଉଛନ୍ତି।  ଉଚ୍ଚ ଅଧିକାରୀ ମଙ୍କୁ ଅଭିଯୋଗ କରିଥିଲେ ଭି କୋଣସି ସୁଫଳ ନ ମିଳିବାରୁ ସ୍କୁଲ ପରିଚାଳନା କମିଟି ର ସଭ୍ୟ,ଅଭିଭାବକ ଓ କୋଟଣା  ଗ୍ରାମବାସୀ ମାନେ ସ୍କୁଲ ର ମୁଖ୍ୟ ଗେଟରେ ଶୁକ୍ରବାର ଦିନ ତାଲା ପକାଇ ଧାରଣା ଦେଇଥିଲେ। ସନ୍ଧ୍ୟା ପ୍ରାୟ 4 ତା ସମୟରେ ଝାରବନ୍ଧ  ବ୍ଲକ ଶିକ୍ଷା ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ଧାରଣା ରେ ବସିଥିବା ଲୋକଙ୍କର ସହିତ କଥାବାର୍ତ୍ତା କରିଥିଲେ। ପରିଚାଳନା କମିଟିର ସଭ୍ୟ, ଅବିଭାବକ ଓ ଗ୍ରାମବାସୀ ମାନେ BEO ମହାଶୟଙ୍କ ସହିତ ଆଲୋଚନା କରିବା ପରେ 7 ଦିନ ମଧ୍ୟରେ ସ୍କୁଲ ର ଉକ୍ତ 2 ଜଣ କର୍ମଚାରୀ ମାନଙ୍କର ବଦଳି ଦାବି କରି ଉପଜିଲ୍ଲାପାଳ ଙ୍କର ଉଦ୍ଧେଶ୍ୟରେ ଏକ ଦାବି ପତ୍ର ଦେଇଥିଲେ। ଆଗାମୀ 7 ଦିନ ମଧ୍ୟରେ ଦବୀପୁରଣ ନହେଲେ ସ୍କୁଲ ର ସମସ୍ତ ଛୁଆ ସାମୁହିକ ଭାବରେ ସ୍କୁଲ ପରିତ୍ୟାଗ କରିବେ ବୋଲି ଅଭିଭାବକ ମନେ ଚେତାବନୀ ଦେଇଛନ୍ତି। ଏ ସବୁ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପଚାରିବାରୁ ସେ କହିଲେ ଯେ କୁଛି ଦିନ ପୂର୍ବେ ପରିଚାଳନା କମିଟି ସଭ୍ୟ ମାନେ ସ୍କୁଲ କୁ ଆସିଥିଲେ ସେଦିନ ଖାଦ୍ୟ ହିସାବରେ ରନ୍ଧା ହେଉନଥିବାରୁ ସଭ୍ୟ ମନେ ବିରକ୍ତ ହେଇଥିଲେ। ଏହାବ୍ୟତୀତ ତାଙ୍କ ପାଖକୁ କୋଣସି ଅଭିଯୋଗ ଆସିନାହିଁ।  ତେବେ ପ୍ରଶ୍ନ ଉଠୁଛି ଯେ ଖାଦ୍ୟ ତାଲିକା ହିସାବରେ କାହିଁକି ଖାଦ୍ୟ ପ୍ରସ୍ତୁତ ହେବନାହିଁ ?  ପରିଚାଳନା କମିଟିର ଅଭିଯୋଗ କୁ ଅଧିକାରୀ ମାନେ ଗୁରୁତ୍ୱ ପ୍ରଦାନ କରି ଘଟଣା ର ସମ୍ପୂର୍ଣ ନିରପେକ୍ଷ ତଦନ୍ତ କରିବା କଥା । ଯଦି ଅଭିଯୋଗ ସତ୍ୟ ହେଇଥାଏ ତେବେ ଦୋଷୀ ମାନଙ୍କ ଉପରେ ଦୃଢ କାର୍ଯନୁଷ୍ଠାନ ଗ୍ରହଣ ଜରାଯିବା କଥା। ତାହେଲେ ଯାଇ ବ୍ୟବସ୍ଥା ସୁଧୁରିବ ।

0
0
0
s2sdefault