ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ଭୂମିହୀନଙ୍କୁ ଜମି ବାଣ୍ଟୁଛନ୍ତି, ସରପଂଚ ବେଘର କରୁଛନ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୁକିନ୍ଦା ଖଣି ଅଂଚଳରେ ସରପଂଚଙ୍କ ମନାମାନୀ, ୭ଦିନ ମଧ୍ୟରେ ଘର ଭାଙ୍ଗିବାକୁ ନୋଟିସ୍ ମାରିଲେ

ଡୁବୁରୀ :(ସନାତନ ମାହନ୍ତ)  - ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ରାଂସୋଳ ସରପଂଚ ବିଶ୍ୱଜିତ୍ ମହାନ୍ତି (ବାପୁନି) ମହ୍ଲାର ସାହି ବାସିନ୍ଦାଙ୍କୁ ଘରମ ଭାଙ୍ଗିବା ପାଇଁ ଘରେ ଘରେ ନୋଟିସ୍ ମାରିଛନ୍ତି । ମହ୍ଲାର ସାହି ଫେକର୍ ଗେଟ୍ ସମୁଖରେ ୧୦ଏକରରୁ ଉର୍ଦ୍ଧ ସରକାରୀ ଜମି ପଡିଆ ରହିଅଛି । ୩୦ବର୍ଷରୁ ଉର୍ଦ୍ଧ ହେବ ସେହି ଯାଗାରେ ୧୦୦ରୁ ଉର୍ଦ୍ଧ ମହ୍ଲାର ପରିବାର ଘର କରି ରହିଆସୁଛନ୍ତି । ଅବଶିଷ୍ଟ ପଡିଆରେ ୨୦୧୪ ମସିହାରେ ସମାଜସେବୀ ଗୀତାଞ୍ଜଳି ମହାନ୍ତ ଆମ୍ବେଦକର ଶିକ୍ଷାକେନ୍ଦ୍ର ଓ ଆମ୍ବେଦକର ଖେଳ ପଡିଆ କରିବାକୁ ତତ୍ କାଳିନ ଜିଲ୍ଲାପାଳ ବର୍ତମାନର ବିଧାୟକ ମାନ୍ୟବର ଇଂ ପ୍ରିତିରଞ୍ଜନ ଘଡାଇଙ୍କୁ ଆବେଦନ କରିଛନ୍ତି । ସେ କାର୍ଯ୍ୟ କେତେବାଟ ଯାଇଛି -ଫାଇଲ୍ କେଉଁ ଟେବୁଲ୍ରେ ଅଛି ତାହା ଜିଲ୍ଲାପାଳ କାର୍ଯ୍ୟାଳୟ ଓ ବିଧାୟକଙ୍କୁ ଜଣାଥିବ । ପୁଣି ଗତ ୧୫/୦୭/୨୦୧୮ରିଖ ଦିନ ରାଂସୋଳ  ସରପଂଚ ସେହି ପଡିଆକୁ ସୌରିକ୍ ଖେଳପଡିଆ କରିବାକୁ ନୋଟିସ୍ ମାରିଛନ୍ତି କେଉଁ ଉଦେଶ୍ୟରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ନବୀନ୍ ସରକାର ଆଦିବାସୀ , ଭୁମିହିନ ମାନଙ୍କୁ ପଟା ବଂଟନ କରୁଥିବାବେଳେ ସୁକିନ୍ଦା ଖଣି ଅଂଚଳରେ ତା’ର ବିପରିତ କାର୍ଯ୍ୟ ସରପଂଚ ମହୋଦୟ କାହା ପ୍ରରୋଚନାରେ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । 

 

0
0
0
s2sdefault