ହେଡଲାଇନସ୍:

ଗରିବ ଆଦିବାସୀ- ଦଳିତ ଚିକିତ୍ସା ଅଭାବରୁ ମଲେ ସରକାରଙ୍କ ଯାଏ କେତେ ନା ଆସେ କେତେ !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଘୁ.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ମରୁଡି : ରୋଗୀ ସେବା ପ୍ରହସନ, ପ୍ରଶାସନ ଉଦାସୀନ

ଗରିବ ଆଦିବାସୀ- ଦଳିତ ଚିକିତ୍ସା ଅଭାବରୁ ମଲେ ସରକାରଙ୍କ ଯାଏ କେତେ ନା ଆସେ କେତେ !

ଘୁ.ଉଦୟଗିରି/ Gagan kumar Pradhan :  ଆଦିବାସୀ ଅଧ୍ୟୁଷିତ  କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଥିବା  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀ ଅଭାବ ଯୋଗୁଁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି | ଏ  ଅଂଚଳର ଗରିବ ଆଦିବାସୀ ତଥା ଦଳିତ ସ୍ମୁଦ୍ୟାରା ଲୋକ ମାନେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଛନ୍ତି | ଆଉ ଧାର କରଜ ହୋଇ ଦୂର ଦୁରାନ୍ତ ଯାଇ ସର୍ବସ୍ୱାନ୍ତ ହେଉଛନ୍ତି |

 ଖବର ନେବାରେ ଜଣା ଯାଏ ଘୁ.ଉଦୟଗିରି ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର-୧ ରେ ଆଠ ଗୋଟି ଡ଼ାକ୍ତର ଦବୀ ଯଥା ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ପରିଚାଳକ, ଶଲ୍ୟ ବିଶେଷଜ୍ଞ , ନିଶ୍ଚେତକ ବିଶେଷଜ୍ଞ, ଆଉଟ ଡୋର ଡ଼ାକ୍ତର, ଦୁଇଜଣ ସହକାରୀ ସର୍ଜନ , ମହିଳା  ରୋଗୀ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ ଓ ଭେଷଜ  ବିଶେଷଜ୍ଞ ରହିବା  ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ  ବିଭାଗର ମଞ୍ଜୁରୀ  ଥିଲେ ମଧ୍ୟ ଏଠାରେ ଡେପୁଟେସନରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର |  ଜଣେ ମହିଳା  ରୋଗ ବିଶେଷଜ୍ଞଙ୍କୁ ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଦାୟିତ୍ୱ ମିଳିଥିବାରୁ ସେ କେବଳ  କାର୍ଯ୍ୟାଳୟ କାମରେ  ବ୍ୟସ୍ତ  ରହୁଥିବା ବେଳେ ରୋଗୀ ସେବାରେ ମନ ଦେଉନଥିବା ସାଧାରଣରେ  ଅଭିଯୋଗ ହେଉଛି | ଏହି ସ୍ୱାସ୍ଥ୍ୟକେନ୍ଦ୍ର ଦୈନିକ ଶହଶହ ରୋଗୀଙ୍କ ଚିକିତ୍ସା କିପରି କରିଚାଲିଛି  ତାହା ସହଜେ ଅନୁମେୟ |  ଘୁ.ଉଦୟଗିରି ବ୍ଳକ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ଶହଶହ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରକରି ଆସୁଛନ୍ତି | ଦକ୍ଷ ଡାକ୍ତରଙ୍କ ଅଭାବ ଯୋଗୁଁ ସାଧାରଣ ରୋଗୀଙ୍କୁ ଫୁଲବାଣୀ ଓ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଥିବା ଜନସାଧାରଣରେ ଅଭିଯୋଗ ହେଉଛି  | ଡ଼ାକ୍ତର ଅଭାବଯୋଗୁଁ ବାଧ୍ୟହୋଇ ଗୁରୁତର ରୋଗୀଙ୍କୁ ବ୍ରହ୍ମପୁର, କଟକ ଆଦି ସ୍ଥାନକୁ ଚିକିତ୍ସାପାଇଁ ନିଆଯାଉଥିବା ଓ ବୃଥା ଖର୍ଚ୍ଚାନ୍ତ ହେଉଥିବା  ଦେଖିବାକୁ ମିଳୁଛି ଓ କେତେକେ  ଅର୍ଥାଭାବରୁ ଗରିବ ରୋଗୀ ବାହାରକୁ ଚିକିତ୍ସା ନିମନ୍ତେ  ଯାଇନପାରି ମୃତୁ ମୁଖରେ ପଡୁଥିବା  ଅଭିଯୋଗ ହେଉଛି | 

ଅବଶ୍ୟ ଏଠି ଗରିବ ଆଦିବାସୀ- ଦଳିତ ଛୀକିତ୍ସା ଅଭାବରୁ ମଲେ ସରକାରଙ୍କ ଯାଏ କେତେ ନା ଆସେ କେତେ !!! ସ୍ୱାସ୍ଥ୍ୟକେନ୍ଦ୍ରରେ ୫ଟି ଵାର୍ଡରେ ୪୦ଟି ଶଯ୍ୟା ଥିଲେ ମଧ୍ୟ ଡ଼ାକ୍ତର ଅଭାବଯୋଗୁଁ  ସମସ୍ତ ଶଯ୍ୟା ପ୍ରାୟ ଖାଲିରହିଥିବା ଦେଖାଯାଏ | ଆବଶ୍ୟକ କର୍ମଚାରୀ ନଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ହେଉଛି |  ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡ଼ାକ୍ତରଙ୍କ ବାସଗୃହ ଦିର୍ଘ ବର୍ଷ ବର୍ଷଧରି  ନିର୍ମାଣରେ ଅହେତୁକ ବିଳମ୍ୱ ଯୋଗୁଁ ଡ଼ାକ୍ତରମାନଙ୍କ ରହିବାରେ ଅସୁବିଧା ହେଉଛି ା ଯଦ୍ୱାରା ଜରୁରି  ରୋଗୀ ସେବାରେ ବିଭ୍ରାଟ ଘଟୁଛି |  ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ପରିଚାଳକ ଓ କର୍ମଚାରୀଙ୍କ ମଧ୍ୟରେ  ଉତ୍ତମ ବୁଝାମଣା ରହୁନଥିବା ଯୋଗୁଁ ଜନସାଧାରଣ ଓ ଡ଼ାକ୍ତରଙ୍କ ମଧ୍ୟରେ ବହୁ ସମୟରେ  ଉତ୍ତେଜନା ଦେଖାଦେଉଛି |  ସେହିପରି ରୋଗୀ ଚିକିତ୍ସାର ସୁବିଧାପାଇଁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର  ଡ଼ାକ୍ତର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ବ୍ୟସ୍ତ ରହୁଥିବାଯୋଗୁଁ ଗ୍ରାମାଞ୍ଚଳ ମାନଙ୍କରେ ରୋଗୀ  ସେବା ବ୍ୟାହତ ହେଉଥିବା ଅଭିଯୋଗ ହୁଏ  ସେହିପରି ରୋଗୀ ଚିକିତ୍ସାର ସୁବିଧାପାଇଁ  ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଡ଼ାକ୍ତର ରହୁନଥିବା ଓ  କମପାଉଣ୍ଡରଙ୍କ ଦ୍ୱାରା  ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଥିବା ଅଭିଯୋଗ ହୁଏ |  ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କର ଆନ୍ତରିକତା  ଅଭାବରୁ ଜରୁରୀ ରୋଗୀ ସେବା ବ୍ୟାଘାତ ଘଟୁଛି |  ଏଠାକୁ ଯଥାଶିଘ୍ର ଉପଯୁକ୍ତ ସଂଖ୍ୟ|  ମ୍ୟାଲେରିଆ ଔଷଧ, କୁକୁର କାମୁଡା ଇଞ୍ଜେକ୍‍ସନ ଓ ସମସ୍ତ ପ୍ରକାର ଇଞ୍ଜେକସନ୍‍, ଔଷଧ ଆଦି  ଯୋଗାଇ ଦେବାପାଇଁ ଦାବୀ ହେଉଛି  | ଠିକ୍‍ ସେହିପରି ଏଠାରେ ଥିବା ରୋଗୀ କଲ୍ୟାଣ ସମିତି  ରୋଗୀଙ୍କ କଲ୍ୟାଣରେ କାମ କରୁଛି ନା କର୍ମଚାରୀଙ୍କ କଲ୍ୟାଣରେ କାମ କରୁଛି ଏବଂ ଭ୍ରାମ୍ୟମାଣ  ସ୍ୱାସ୍ଥ୍ୟ ସେବା କାହାର ସେବା କରୁଛି ତାହାର ନିରପେକ୍ଷ ତଦନ୍ତ ପାଇଁ ବୁଦ୍ଧିଜିବି, ଆଇନଜିବି, ବିଭିନ୍ନ ସଙ୍ଗଠନ ଓ ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି |  

 

 

0
0
0
s2sdefault