ପାଣ୍ଠି ଯୋଗାଇବେ ରାଜ୍ୟ ସରକାର, ଭୁବନେଶ୍ୱର ସହର ପାଇଁ ୨୦ଟି ଉଚ୍ଚକ୍ଷମତା ସଂପନ୍ନ ପମ୍ପ୍ ସେଟ୍ ମଞ୍ଜୁର
ଭୁବନେଶ୍ୱର: ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥରେ ଜମୁଥିବା ବର୍ଷାଜଳର ନିଷ୍କାସନ ନିମନ୍ତେ ସି.ଆର.ପି.ଠାରୁ ଜୟଦେବ ବିହାର ଏବଂ ସେଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ତଳେ ଡ୍ରେନ୍ ନିର୍ମାଣ କରାଯିବ । ଗୁରୁବାର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ ଏହି ଭୂତଳ ଡ୍ରେନେଜ୍ ବ୍ୟବସ୍ଥା କରିବା ପାଇଁ ଆସନ୍ତା ମାସରେ ଟେଣ୍ଡର କରାଯିବ । ଆସନ୍ତା ବର୍ଷ ବର୍ଷା ଋତୁ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବ । ରାଜ୍ୟ ସରକାର ନିଜେ ଏହାର ନିର୍ମାଣ କରିବେ ବୋଲି ସେ କହିଥିଲେ । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ପୌର ପରିଷଦ କମିଶନର ଶ୍ରୀ କୁମାର ଭୁବନେଶ୍ୱର ସହରରୁ ବର୍ଷା ଜଳ ନିଷ୍କାସନ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ସମସ୍ୟାର ବୈଷୟିକ, ପ୍ରଶାସନିକ, ଆର୍ଥିକ ଏବଂ ବିକଳ୍ପ ସମାଧାନ ପନ୍ଥା ବିଷୟରେ ସବିଶେଷ ଆଲୋଚନା । ସବୁ ଦିଗର ଆଲୋଚନା କରି ସି.ଅ ।ର୍.ପି. ଛକଠାରୁ ଜୟଦେବ ବିହାର ଦେଇ ବାଣୀବିହାର ପର୍ଯ୍ୟନ୍ତ ଜାତୀୟ ରାଜପଥ ତଳେ ଅଣ୍ଡର୍ଗ୍ରାଉଣ୍ଡ ଡ୍ରେନ୍ ନିର୍ମାଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରିବେ । ଏଥିରେ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ବୈଠକରେ ଉପସ୍ଥିତ ଜାତୀୟ ରାଜପଥ ସି.ଜି.ଏମ୍. ଶ୍ରୀ ଧର୍ମାନନ୍ଦ ସ୍ୱୀକୃତି ଦେଇଥିଲେ । ନଳା ନିର୍ମାଣ ନିମନ୍ତେ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବେ । ଏଥି ପାଇଁ ତୁରନ୍ତ ସ୍ୱତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରି କାର୍ଯ୍ୟାରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ଗୌରୀ ନଗର, ଅହଲ୍ୟା ନଗର, ସୌଭାଗ୍ୟ ନଗର ଅ।ଦି ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମୁଥିବା ସମସ୍ୟାର ବିଷୟରେ ମଧ୍ୟ ବୈଠକରେ ବିସ୍ତୃତ ଅ।ଲୋଚନା ହୋଇଥିଲା । ସ୍ୱଳ୍ପସୁତ୍ରୀ ସମାଧାନ ଭାବେ ଫାୟାର ସର୍ଭିସ୍ ସଂସ୍ଥାଙ୍କୁ ଭୁବନେଶ୍ୱର ସହର ପାଇଁ ୨୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ଜଳ ନିଷ୍କାସନ ପମ୍ପ୍ସେଟ୍ ଯୋଗାଇ ଦେବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ସୂଚନାଯୋଗ୍ୟ, ବର୍ତ୍ତମାନ ୮ଟି ପମ୍ପ ସେଟ ଭୁବନେଶ୍ୱର ସହର ପାଇଁ କାର୍ଯ୍ୟକ୍ଷମ ରହିଛି । କଟକ ସହର ପାଇଁ ମଧ୍ୟ ଆବଶ୍ୟକୀୟ ପମ୍ପ ସେଟ ଯୋଗାଇ ଦିଆଯାଇଛି ।
ଦୀର୍ଘସୁତ୍ରୀ ଭାବେ ଭୁବନେଶ୍ୱରରେ ଥିବା ପ୍ରାକୃତିକ ନାଳ ଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିଦେ୍ର୍ଧଶ ଦେଇଥିଲେ । ଅନୁଧ୍ୟାନରୁ ଜଣାପଡ଼ିଥିଲା, ଭୁବନେଶ୍ୱରରେ ୯ଟି ବଡ ପ୍ରାକୃତିକ ନାଳ ଏବଂ ୩ଟି ଶାଖାନାଳ ଏହିପରି ସମୁଦାୟ ୧୨ଟି ପ୍ରାକୃତିକ ନାଳ ଅଛି । ଏହି ନାଳ ଗୁଡ଼ିକର କିଛି ଅଂଶ ବ ର୍ମାନ ଘରୋଇ ଜମି ମଧ୍ୟ ଦେଇ ଯାଇଛି । ଜମିରେ ଜଳପଥ ଅବରୋଧ ହେତୁ ପାଣି ନିଷ୍କାସନ ହୋଇ ପାରୁ ନାହିଁ । କେତେକ ଜାଗାରେ ମଧ୍ୟ ବେଅ ।ଇନ୍ ଜବର ଦଖଲ ଅଛି । ଜବର ଦଖଲ ଉଚ୍ଛେଦକୁ କଡ଼ାକଡ଼ି କରିବା ଘରୋଇ ଜମି ବଦଳ ବା ଅଧିଗ୍ରହଣ ପ୍ରକ୍ରିୟା ଅ ।ରମ୍ଭ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଉନ୍ନୟନ କମିଶନର ଆର୍.ବାଲାକ୍ରିଷ୍ଣନ୍, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ନଗର ଓ ଗୃହ ଉନ୍ନୟନ ବିଭାଗ ଶାସନ ସଚିବ ଜି.ମାଥିଭାଥାନନ୍, ଇଡ଼୍କୋର ମୁଖ୍ୟ ପରି·ଳନା ନିଦେ୍ର୍ଧଶକ ସଞ୍ଜୟ କୁମାର ଡ଼ି.ଜି. ଫାୟାର ସର୍ଭିସ୍ ବିଜୟ କୁମାର ଶର୍ମା, ବି.ଏମ୍.ସି. କମିଶନର କ୍ରିଷନ୍ କୁମାର, ସି.ଜି.ଏମ୍. ଜାତୀୟ ରାଜପଥ ଧର୍ମାନନ୍ଦ ଷଡ଼ଙ୍ଗୀଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।