ହେଡଲାଇନସ୍:

ସାକ୍ଷରତା ଭାରତ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବି ପୂରଣ ନିମନ୍ତେ ବିକ୍ଷୋଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

19-07-18-bari.jpg - 91.16 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ସାକ୍ଷର ଭାରତ କାର୍ଯ୍ୟକ୍ରମ ଯୋଜନାକୁ ଚାଲୁ କରିବା ସହିତ ସେଥିରେ କାର୍ଯ୍ୟରତ ସମସ୍ତ ସଂଯୋଜକ ଓ ପ୍ରେରକମାନଙ୍କୁ ନିୟମିତ କାର୍ଯ୍ୟ ପ୍ରଦାନ କରିବା, ବିଦ୍ୟାଳୟ ଓ ଦଣଶିକ୍ଷା ବିଭାଗରେ ସଂଯୋଜକ ଓ ପ୍ରେରକମାନଙ୍କୁ ନିଯୁକ୍ତି ଦେବା, ସାକ୍ଷର ଭାରତ ବଦଳରେ ଅନ୍ୟ କୌଣସି ଯୋଜନା କାର୍ଯ୍ୟକାରୀ ହେଲେ ସେଥିରେ ସଂଯୋଜକ ଓ ପ୍ରେରକମାନଙ୍କୁ ନିଯୁକ୍ତି ଦେବା, ସଂଯୋଜକ ଓ ପ୍ରେରକମାନଙ୍କର ବକେୟା ପାଉଣା ତୁରନ୍ତ ପ୍ରଦାନ କରାଯିବା ଓ ଛଟେଇ ପ୍ରେରକ ଓ କୋ-ଅଡର଼୍ିନେଟରମାନଙ୍କୁ କାର୍ଯ୍ୟରେ ନିଯୁକ୍ତି ପ୍ରଦାନ ଆଦି ୫ ଦଫା ଦାବି ପୂରଣ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘ ପକ୍ଷରୁ ଏକ ର୍ୟାଲି ଛଉପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିବା ପରେ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏଥିରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଜ୍ୟୋତି ପ୍ରକାଶ ପଣ୍ଡା, ହେମ ଲତା ମିଶ୍ର, ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘର ମୟୂରଭଞ୍ଜ ଜିଲ୍ଲା ସଭାନେତ୍ରୀ ପଦ୍ମାବତୀ ପଟ୍ଟନାୟକ, ଉପସଭାପତି ଶୁକଦେବ ଦତ୍ତ, ସମ୍ପାଦକ ବାପି ସିଂ, ସହସମ୍ପାଦିକା ସନ୍ଧ୍ୟାରାଣୀ ମହାନ୍ତ, କୋଷାଧ୍ୟକ୍ଷ ସବିତା ମହାନ୍ତ, ସୁକାନ୍ତି ବେହେରା, ରଞ୍ଜିତା ମହାନ୍ତ ପ୍ରମୁଖ ଯୋଗ ଦେଇ ରାଜ୍ୟ  ସରକାରଙ୍କୁ ତୀବ୍ର ସମାଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମା’କୁ ସମ୍ମାନ ଗାଁକୁ କାମ ନାରା ପ୍ରହସନ ପାଲଟି ଯାଇଛି । ପେଟ ପାଇଁ ଆଜି ମହିଳାମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଠା ଫଟାଇ ଚାଲିଥିବା ବେଳେ ତାଙ୍କର ପ୍ରତିନିଧି ଜିଲ୍ଲା ପ୍ରଶାସନର କୌଣସି କର୍ମଚାରୀ ସେମାନଙ୍କ ଗୁହାରୀ ଶୁଣିବାକୁ ଆସି ନ ଥିଲେ । ଦୀର୍ଘ ସମୟ ଧରି ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ମଧ୍ୟ ନା ସେଠାରେ ପୁଲିସ ଉପସ୍ଥିତ ରହିଥିଲା ଅଥବା ପ୍ରଶାସନର କୌଣସି ପଦାଧିକାରୀ, ଅଧିକାରୀ ଉପସ୍ଥିତ ରହିଥିଲେ । ଫଳରେ ଫାଟକ ପାର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ ଏବଂ ଶୃଙ୍ଖଳିତ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ  ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ ବୋଲି କହିଥିଲେ । 

               ଆନେ୍ଦାଳନକାରୀମାନେ ଜିଲ୍ଲାପ୍ରଶାସନ ନିକଟରୁ  ବିକ୍ଷୋଭ ନିମନ୍ତେ ମାଇକ, ର୍ୟାଲି ଆଦି ନିମନ୍ତେ ଅନୁମତି ନେଇଥିଲେ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ କୌଣସି ପୁଲିସ କର୍ମଚାରୀ ଉପସ୍ଥିତ ନ ରହିବା ବିଭାଗର ଖାମଖିଆଲି ମନୋଭାବର ପରିଚୟ ଦେଇଛି । ଯାହାଫଳରେ ବିକ୍ଷୋଭକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରି ଧାରଣାରେ ବସିବା ସହିତ ନାରାବାଜି ଆରମ୍ଭ କରିଥିଲେ । ଏହି ସମୟରେ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ଉପସ୍ଥିତ ରହିଥିଲେ ମଧ୍ୟ ବାହାରକୁ ବାହାରି ନ ଥିବାର ଦେଖିବାକୁ ମିଳିଥିଲା । ଅତୀତରେ କଂଗ୍ରେସର ବିକ୍ଷୋଭ ସମୟରେ ପୁଲିସର ଖାମଖିଆଲି ନୀତି ପାଇଁ ବିକ୍ଷୋଭକାରୀମାନେ ଫାଟକ ଡେଇଁ ଭିତକୁ ପଶି ଭଙ୍ଗାରୁଜା କରିବା ଘଟଣାରୁ ପ୍ରଶାସନ କିଛି ଶିକ୍ଷା କରିପାରି ନ ଥିବାର ପରିଲକ୍ଷିତ ହୋଇଥିଲା  ।  ଶେଷରେ ଖବର ପାଇ ବାରିପଦା ଟାଉନ ଥାନାରୁ ଏଏସଆଇ ରାଜେନ୍ଦ୍ର ଦାସ ପହଁଞ୍ଚି ବିକ୍ଷୋଭକାରୀମାନଙ୍କ ମଧ୍ୟରୁ ଏକ ପ୍ରତିନିଧି ମଣ୍ଡଳୀକୁ ଧରି ଏଡ଼ିଏମ ଗଙ୍ଗାଧର ନାୟକଙ୍କ ନିକଟକୁ ନେଇ ଯାଇଯିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । 

 

0
0
0
s2sdefault