ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରି କଡା ଜବାବ ଦେଲା ମାହାଙ୍ଗା ବିଜୁ ଛାତ୍ର ଜନତା ଦଳ
ମାହାଙ୍ଗା / ସପ୍ତଜ୍ୟୋତି ରାଉଳ -ମାହାଙ୍ଗାର ଲୋକପ୍ରିୟ ବିଜେଡି ବିଧାୟକ ତଥା ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ତଥା ବିଜେଡି ବିରୁଦ୍ଧରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ନେତା ଶାରଦା ପ୍ରଧାନ ମିଥ୍ୟା ପ୍ରଚାର କରୁଛନ୍ତି | ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ଶ୍ରୀ ପ୍ରଧାନ ବିଜେଡି ଓ ଲୋକପ୍ରିୟ ବିଧାୟକ ଶ୍ରୀ ଜେନାଙ୍କୁ ବଦନାମ କରିବା ମନ୍ଦ ଉଦ୍ଦେଶ୍ୟ ନେଇ ମାହାଙ୍ଗାବାସୀ ପାଖରେ ମିଥ୍ୟାର ଆଶ୍ରୟ ନେଇଛନ୍ତି ବୋଲି ଅଭିଯୋଗ କରିଛି ମାହାଙ୍ଗା ବିଜୁ ଛାତ୍ର ଜନତା ଦଳ | ବିଜୁ ଛାତ୍ର ଜନତା ଦଳ ତରଫରୁ ଗୌଡ଼ପଡା ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଏକ ଏକ ସାମ୍ବାଦିକ ସମିଳନୀରେ ବିଜୁ ଛାତ୍ର ଜନତା ଦଳର ନେତାମାନେ ମାହାଙ୍ଗା ବିଜେପି ଓ ବିଜେପି ନେତା ଶାରଦା ପ୍ରଧାନଙ୍କୁ କଟୁ ସମାଲୋଚନା କରିଛନ୍ତି । ବିଜେଡି ତରଫରୁ ବନ୍ୟା ସମୟରେ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ଥାଇ ମଧ୍ୟ ଗରିବ ଲୋକମାନଙ୍କ ପାଖରେ ପହଂଚି ଜରିପାଲ , ଶୁଖିଲା ରେସନ ସାମଗ୍ରୀ ପ୍ରଦାନ କରିଥଲେ ମଧ୍ୟ ବିଜେପି ମାନବିକତା ଶୁନ୍ୟ ହୋଇ ମିଥ୍ୟା ଅଭିଯୋଗ ଆଣିଛି | ଏପରିକି ଗୋବରୀ କୁ ନଦୀର ମାନ୍ୟତା ପାଇଁ ଅର୍ଥ ମଞ୍ଜୁର ହୋଇଯାଇଛି ଓ ଖାଲି କାର୍ଯ୍ୟକାରୀ ହେବା ବାକିଥିବା ବେଳେ ବିଜେପି ଏହାକୁ ନେଇ ମିଥ୍ୟା ପ୍ରହସନ କରୁଛି | ଏ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଛାତ୍ର ବିଜୁ ଜନତା ଦଳ ପକ୍ଷରୁ କଡା ଜବାବ ଦିଆଯାଇଛି |
ଏହି କାର୍ଯ୍ୟକ୍ରମରେ ଛାତ୍ର ସଭାପତି ତ୍ରିନାଥ ଜେନା, କାର୍ଯ୍ୟକାରି ସଭାପତି ଜିତ୍ରାଶୁ ପରିଡା, ଛାତ୍ର ଜିଲ୍ଲା ଉପସଭାପତି ହିତେଶ ରାଉତ, ଛାତ୍ର ଉପସଭାପତି ବିଶ୍ଵ ରଞ୍ଜନ ଦାସ, ଛାତ୍ର ସମ୍ପାଦକ ସୟଦ ମୁସ୍ତାକ ଅଲି, ଯୁବ ଉପ ସଭାପତି କ୍ଷମାସାଗର ଦାସ, ଦେବୀ ପ୍ରସାଦ ପଲେଇ ପ୍ରମୁଖ ବହୁ ବିଜେଡି ଛାତ୍ର ଜନତା ଦଳ ନେତା ଯୋଗଦାନ କରି ମାହାଙ୍ଗା ବିଜେପି ନେତାଙ୍କ ବିରୋଧରେ ଦୃଢ଼ ପ୍ରତିବାଦ କରିଥିଲେ । ମାହାଙ୍ଗା ବିଜେପି ନେତା ବୁଧବାର ଦିନ 3 ଦଫା ଅଭିଯୋଗ ନେଇ ବିଜେଡି ବିରୁଦ୍ଧରେ ମିଥ୍ୟା ପ୍ରଚାର କରିଥିଲେ ବୋଲି ବିଜେଡି ଛାତ୍ର ନେତା ଅଭିଯୋଗ କରିଛନ୍ତି । ଏପରିକି ମାହାଙ୍ଗା ବିଜେପି ନେତା ଗତ କାଲି ବିଜେଡି ବିରୁଦ୍ଧରେ ଯେଉଁ ସମ୍ମିଳନୀ କରିଥିଲେ ତାହା ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ବିଜୁ ଛାତ୍ର ଜନତା ଅଭିଯୋଗ କରିଥିଲେ