ହେଡଲାଇନସ୍:

ନିଶା ବେପାରୀଙ୍କୁ ସାବାଡ଼ କରିବାକୁ ଲାଗି ପଡିଛି ଝାରବନ୍ଧ ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅଞ୍ଚଳରେ ବଢ଼ିବାରେ ଲାଗିଛି ନିଶା କାରବାର । ଝାରବନ୍ଧ ଥାନା ଅଞ୍ଚଳ ପଡୋଶୀ ରାଜ୍ୟ ଛତିଶଗଡ଼ ଠାରୁ ଅନତି ଦୂରରେ ଥିବା କାରଣରୁ ସେଠାରୁ ସୁବିଧାରେ ନିଶା ଔଷଧ ଆଣି ବିକ୍ରି କରୁଥିବା ଦେଖିବାକୁ ମିଲୁଥାଏ। ଏହି ନିଶା ବେପାରୀ ମାନଙ୍କୁ ସାବାଡ଼ କରିବା ପାଇଁ ଲାଗି ପଡିଛି ଝାରବନ୍ଧ ପୋଲିସ। ବେଆଇନ ଭାବେ ନିଶା କାରବାର କରୁଥିବା ଅଭିଯୋଗରେ ଝାରବନ୍ଧ ପୁଲିସ୍ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୋମବାର ରାତିରେ ଏଏସ୍‌ଆଇ କେଶବାନନ୍ଦ ହୋତାଙ୍କ ନେତୃତ୍ୱରେ ପାଟ୍ରୋଲିଂ କରୁଥିବା ସମୟରେ ଝାରବନ୍ଧ ନିକଟସ୍ଥ ଦୁଇ ଜଣ ଯୁବକ ନିଶା କାରବାରରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲେ ପୁଲିସ୍ ଟିମ୍ ଚଢ଼ଉ ପରେ ସେମାନଙ୍କଠାରୁ ୧୫ଟି ଏସ୍କଫ୍ ସିରଫ, ଦୁଇ ଷ୍ଟ୍ରିପ୍ ନିଶା ବଟିକା, ୫ଟି ଖାଲି କଫ୍ ସିରପ ବୋତଲ, ପାଣି ଜାର, ନଗଦ ୨ ହଜାର ଟଙ୍କା ଓ ଗୋଟିଏ ବାଇକ୍ ଜବତ କରାଯାଇଛି ବୋଲି ଥାନାଧିକାରୀ ଅନିଲ ପ୍ରଧାନ ସୂଚନା ଦେଇଛନ୍ତି କେଶ୍ ନଂ ୧୪୯/୨୧, ଦଫା ୨୭୪, ୨୭୫, ୩୪ ଆଇପିସିରେ ଏକ ମାମଲା ରୁଜୁ କରି ପୁଲିସ୍ ଅଭିଯୁକ୍ତ ଦ୍ଵୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଝାରବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

0
0
0
s2sdefault