ଜନଜାତି ଅଂଚଳରେ ଡ୍ରୋନ୍ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାକୁ ପାଇଲଟ୍ ପ୍ରକଳ୍ପରେ ନିଆଯାଉ- ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର - ରାଜ୍ୟର ଉପାନ୍ତ ଅଂଚଳରେ ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ଜନଜାତି ସମ୍ପ୍ରଦାୟଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ପାଇଲଟ୍ ପ୍ରକଳ୍ପ ଭାବରେ ଓଡ଼ିଶାକୁ ନେବା ପାଇଁ ବିଚାର କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡ଼ିଶାର ଜୈବିକ କୃଷି ସାମଗ୍ରୀକୁ ବିଶ୍ୱ ବଜାରରେ ପହଁଚାଇବା ପାଇଁ ବେସାମରିକ ବିମାନ ଚଳାଚଳ ଓ ରେଳ ବିଭାଗ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମଙ୍ଗଳବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ମନ୍ଦିରମାଳିନୀ ସହର ଭୁବନେଶ୍ୱରରୁ ଗୋଲାପି ସହର ରାଜସ୍ଥାନରଜୟପୁରକୁ ସିଧାସଳଖ ବିମାନସେବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଓ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାରେ ଆକାଶପଥରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇଛି ।
ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସପ୍ତାହରେ ଇଣ୍ଡିଗୋ ଦ୍ୱାରା ୩ ଦିନ ବିମାନ ଚଳାଚଳ ହେବ । ଉଭୟରାଜ୍ୟରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ଥିବା ବେଳେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଏହା ଦ୍ୱାରା ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡର ପରବର୍ତୀ ପର୍ଯ୍ୟାୟରେ ଜୈବିକ ଚାଷ ସାମଗ୍ରୀର ମୂଲ୍ୟ ବଢ଼ିଛି । ଓଡ଼ିଶାର ଦୁର୍ଗମ ଅଂଚଳ ଭାବରେ ପରିଗଣିତ ଜନଜାତି ଅଧ୍ୟୁଷିତ କେବିକେ ଅଂଚଳ ବିଶେଷ ଭାବରେ କୋରାପୁଟ ଅଂଚଳରେ ଜୈବିକ କୃଷି ପ୍ରଣାଳିରେ ଉଚ୍ଚମାନର କୃଷିଜାତ ସାମଗ୍ରୀ ଉତ୍ପାଦନ କରାଯାଉଛି ।
ଜୈବିକ ପ୍ରଣାଳିରେ ଧାନ, ଆମ୍ବ, ପନିପରିବା, ଡ଼ାଲି ସାମଗ୍ରୀ ଭଳି ଚାଷ ହେଉଛି । ତେବେ ଦୁର୍ଗମ ଅଂଚଳକୁ ରାସ୍ତା କିମ୍ବା ରେଳ ଯୋଗାଯୋଗ ନଥିବାରୁ କୃଷି ସାମଗ୍ରୀକୁ ଦେଶ ଏବଂ ଆନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ପାଇଁ ସମ୍ଭାବନା କ୍ଷୀଣ ।
ମାତ୍ର ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଉଚ୍ଚାଭିଳାଷୀ ଡ୍ରୋନ ପଲିସି ଅଣାଯାଇଛି । ଏହି ପୃଷ୍ଠା
ଭୂମିରେ ଡ୍ରୋନ୍ ଟେକ୍ନୋଲୋଜି ଦୁର୍ଗମ ଅଂଚଳରେ ନୂଆ କ୍ରାନ୍ତି ଆଣିପାରିବ । ଜନଜାତି ପ୍ରାଧାନ୍ୟ କୋରାପୁଟ ଭଳି ଅଂଚଳର ଅର୍ଥନୀତିରେ ଏକ ନୂଆ କ୍ରାନ୍ତି ସହ ସ୍ଥାନୀୟ ଉତ୍ପାଦ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାର ଯୋଗାଇବ । ତେଣୁ ବେସାମରିକ ବିମାନ ଚଳାଚଳ ବିଭାଗ ଏହାକୁ ଏକ ପାଇଲଟ ପ୍ରକଳ୍ପ ଭାବରେ ଗ୍ରହଣ କରି ଜୈବିକ ସାମଗ୍ରୀକୁ ବାହାରେ ବିକ୍ରି କରିବା ଏବଂ ସର୍ଭିସ ୟୁଟିଲିଟି ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ବେସାମରିକ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଉଡ଼ାନ ଯୋଜନାରେ ଏୟାରଫିଲ୍ଡ ଓ ଏୟାରଷ୍ଟ୍ରିପ ପାଇଁ ଓଡ଼ିଶାର ଜୟପୁର, ରାଉରକେଲା, ଅନୁଗୋଳ ଭଳି ଅନେକ ଶିଳ୍ପାଂଚଳକୁ ଉଡ଼ାନ ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଛି । ଶିଳ୍ପ ସଂସ୍ଥାକୁ ଏହି କ୍ଷେତ୍ର ସହ ଯୋଡ଼ିବାରଆବଶ୍ୟକତା ରହିଛି । ଡ୍ରୋନ, ଛୋଟ ଏୟାରଷ୍ଟ୍ରିପ, ହେଲିପ୍ୟାଡ଼, ଶିଳ୍ପକୁ ଲିଙ୍କେଜ କରି ଏକବିଂଶ ଶତାବ୍ଦୀରେଓଡ଼ିଶାର ଅର୍ଥନୀତିକୁ ଆଗକୁ ନେବାରେ ବେସାମରିକ ବିମାନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ରଖୁଛି । ଶିଳ୍ପଭିତିକ ବିମାନ ଚଳାଚଳ ସଂଯୋଗ, ବେସାମରିକ ବିମାନ ଚଳାଚଳ ଭିତିଭୂମିର ବିକାଶ, ଓଡିଶାର ଇଣ୍ଡଷ୍ଟ୍ରିଆଲ୍ ବେଲ୍ଟରେ ଏୟାରଷ୍ଟ୍ରିପ୍, ଖୋର୍ଦ୍ଧାରେ ଗ୍ରୀନ୍ ଫିଲ୍ଡ ବିମାନବନ୍ଦର, ରାଉରକେଲା ଠାରୁ ବାଣିଜ୍ୟିକ ବିମାନ ଚଳାଚଳ ଏକବିଂଶ ଶତାବ୍ଦୀର ଓଡ଼ିଶାର ନିର୍ମାଣ କରିବାରେ ଗେମ ଚେଞ୍ଜର ହେବ ।
ଓଡିଶା କୃଷି, ପର୍ଯ୍ୟଟନ ତଥା ଜ୍ଞାନର ଏକ କେନ୍ଦ୍ର ଅଟେ । କିଷାନ ରେଳ, କୃଷି ଉଡ଼ାନ ପରି ଜାତୀୟ ଶିକ୍ଷା ନୀତି ଏବଂ ପଦକ୍ଷେପ ଗୁଡ଼ିକ ଏକବିଂଶ ଶତାବ୍ଦୀରେ ବିଶ୍ୱରେ ଯୋଗାଯୋଗ ସ୍ଥାପନ ତଥା ଓଡିଶାର ଭାଗ୍ୟ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଓଡ଼ିଶାର ସାମାଜିକ-ଆର୍ଥôକ ବିକାଶରେ ଅଭୁତପୂର୍ବ ପରିବର୍ତନ ଆଣିବାରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର କ୍ଷମତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ସେପ୍ଟେମ୍ବର ୧୭ରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ସିଧାସଳଖ ଜୟପୁରକୁ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ । ଏହାର ପ୍ରତ୍ୟୁତରରେ ଅକ୍ଟୋବର ୧୨ରେ ବିଭାଗୀୟ ମନ୍ତ୍ରୀ ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲୋ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନସେବା ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ, ମନ୍ତ୍ରଣାଳୟର ଅଧିକାରୀ ଓ ଏହି ସିଧାସଳଖ ବିମାନ ସେବା ଆରମ୍ଭ ପାଇଁ ସ୍ୱୀକୃତି ଦେଇଥିବା ବିମାନ ସଂସ୍ଥା ‘ଇଣ୍ଡିଗୋ’ର କର୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।