ହେଡଲାଇନସ୍:

କେବେ ଅନ୍ୟାୟ ବିରୋଧରେ, ଏବେ କିନ୍ତୁ ଚୋରୀରେ ରାମଙ୍କ ସାଥ ଦେଇଥିଲେ ଲକ୍ଷ୍ମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭିଜିଲାନ୍ସ ହାତରେ ରାମଚନ୍ଦ୍ରଙ୍କ ପରେ ଲକ୍ଷ୍ମଣ

ପୁରୀ/ ଅନିମେଶ ପଟ୍ଟନାୟକ: ତ୍ରେତୟା ଯୁଗରେ ସୀତାଙ୍କୁ ଚୋରି କରିନେଇଥିବା ରାବଣ ବିରୋଧରେ ଯୁଦ୍ଧ ହେଉ ବା ଜୀବନର ଶେଷ ପର୍ଯ୍ୟନ୍ତ ରାମଚନ୍ଦ୍ରଙ୍କ ଅନୁଗତ ଭାବେ ରହିଥିଲେ ଲକ୍ଷ୍ମଣ | ହେଲେ ବର୍ତ୍ତମାନ ସମୟରେ ଭିନ୍ନ ରାମ ଲକ୍ଷ୍ମଣ ଯୋଡିର ଭିନ୍ନ ଚରିତ୍ରର ପର୍ଦ୍ଦାଫାଶ କରିଛି ଭିଜିଲାନ୍ସ | ଭିଜିଲାନ୍ସ ଖାପଚରେ ଆଜି ଧାରା ପଡିଛନ୍ତି ରାମଚନ୍ଦ୍ର ଓ ଲକ୍ଷ୍ମଣ | ପ୍ରଥମେ ଧରାପଡ଼ିଲେ ରାମଚନ୍ଦ୍ର, ଆଉ ତାପରେ ପରେ ଭିଜିଲାନ୍ସ ଠାବ କରିଥିଲା ଲକ୍ଷ୍ମଣଙ୍କୁ । ବଡ଼ ଭାଇର ରାମଚନ୍ଦ୍ରଙ୍କ କଳା କାରନାମାକୁ ଠିକଣା ଦେଉଥିଲେ ସାନ ଭାଇ ଲକ୍ଷ୍ମଣ। କିସ୍ତି କିସ୍ତି କରି କଳାଧନ ସବୁକୁ ଆକାଉଣ୍ଟରେ ଜମା କରୁଥିଲା । ତଦନ୍ତ ବେଳେ ଓଗାଳିଲା ଲକ୍ଷ୍ମଣ ।
ସାନ ଭାଇ ଲକ୍ଷ୍ମଣ ରାମଚନ୍ଦ୍ରଙ୍କ କଳାଧନକୁ ଠିକଣା ଦେଉଥିଲେ । ବଡ଼ଭାଇର ନିର୍ଦ୍ଦେଶରେ କିସ୍ତି କିସ୍ତି କରି ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖିଥିଲେ ବେଆଇନ ଟଙ୍କା ଗୁଡିକୁ । ସେପ୍ଟେମ୍ବର ମାସରେ ରାମଚନ୍ଦ୍ରଙ୍କ ଫୋନ କଲ ପାଇ ଦେଖା ହୋଇଥିଲେ ସାନ ଭାଇ ଲକ୍ଷ୍ମଣ। ରାମଚନ୍ଦ୍ରଙ୍କ ଠାରୁ ପ୍ରଥମେ ୨.୫ ଲକ୍ଷ, ପରେ ୫ ଲକ୍ଷ ଓ ତାପରେ ପୁଣି ୨.୫ ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ଖାତାରେ ଜମା କରିଥିବା ତଦନ୍ତ ସମୟରେ ମାନି ନେଇଛନ୍ତି ଲକ୍ଷ୍ମଣ ।
ମଙ୍ଗଳବାର ସକାଳୁ ୪.୫ ଲକ୍ଷ ଟଙ୍କା ନେଇ ଗାଡ଼ିରେ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାମଚନ୍ଦ୍ର ଜେନା । ନିମାପଡାରେ ତହସିଲଦାର ଭାବେ କାର୍ଯ୍ୟ କରନ୍ତି ରାମଚନ୍ଦ୍ର । ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଧରା ପଡ଼ିବା ପରେ ସରକାରୀ ବାସ ଭବନ ସମେତ, କଟକ, କେନ୍ଦ୍ରାପଡାର ଘରମାନଙ୍କରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସର ବିଭିନ୍ନ ଟିମ୍ । ସରକାରୀ ବାସଭବନରୁ ନଗଦ ୫୦ ହଜାର ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍ । ଅନ୍ୟପଟେ ଛାନବିନ ସମୟରେ ରାମଚନ୍ଦ୍ରଙ୍କ ନାଁରେ ୫ଟା ପ୍ୟାନକାର୍ଡ ମଧ୍ଯ ମିଳିଛି । ଯାହାକୁ ସେ ଟାକ୍ସ ଫାଙ୍କିବା ପାଇଁ କରିଥିବା ଅନୁମାନ କରାଯାଉଛି ।
ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ଅଧିକ ତଦନ୍ତ ଚାଲୁ ରହିଛି, ମାମଲା ରୁଜୁ ପରେ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

0
0
0
s2sdefault