ହେଡଲାଇନସ୍:

ଭଦ୍ରକରେ ଦୁଇଦିନିଆ ବିଦ୍ୟାଳୟ ସୁରକ୍ଷା ଯୋଜନା ଓ ତାଲିମ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକରେ ଦୁଇଦିନିଆ ବିଦ୍ୟାଳୟ ସୁରକ୍ଷା ଯୋଜନା ଓ ତାଲିମ ଶିବିର  

ଭଦ୍ରକ/Satyabhusan swami :  ଭଦ୍ରକ ସଂସ୍କୃତି ଭବନ ପରିିସରରେ ଦୁଇଦିନିଆ  ବିଦ୍ୟାଳୟ ସୁରକ୍ଷା ଯୋଜନା ଏବଂ ତାଲିମ୍ ଶିବିର ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜ୍ଞାନ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଜିଲ୍ଳାରେ ଥିବା ପୁରାତନ ବିଦ୍ୟାଳୟ ଗୁଡ଼ିକର ରକ୍ଷଣା ବେକ୍ଷଣ ସହ ଯେ କୌଣସି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି ରହିବାକୁ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତମିଶ୍ର , ଉପଜିଲ୍ଳାପାଳ ସୁଚାର ବଳ, ଡେ଼ପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ଜିଲ୍ଳା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ଡ଼ିିପିସି ଜୟଶ୍ରୀ ସେନାପତି ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ସୁରକ୍ଷା ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଦୁଇଦିନିଆ ବିଦ୍ୟାଳୟ ସୁରକ୍ଷା ଯୋଜନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ପ୍ରକଳ୍ପ ଅଧିକାରୀ ସିତାଂଶୁ ଶେଖର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମସ୍ତ ବ୍ଲକର ବ୍ଲକ ଶିକ୍ଷାଧିକାରୀ ଓ ସର୍ବଶିକ୍ଷା ଅଭିଯାନର ସଂଯୋଜକ ଓ ବିଭିନ୍ନ ବ୍ଲକର ଟିସିଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଦୁଇଦିନିଆ ଶିବିରରେ ୫୦ରୁ ୧୦୦ ବର୍ଷ ଭିତରେ ପୁରାତନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । 

 

0
0
0
s2sdefault