ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସଂପ୍ରତି କୋଭିଡ୍ ସଂକ୍ରମଣ କୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ରାଜ୍ୟ ସାରା ସାମାଜିକ ସେବା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଦୀର୍ଘ ଏକ ମାସ ଧରି ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ବିଭିନ୍ନସାମାଜିକ ସେବା ଯଥା ରକ୍ତଦାନ କାର୍ଯ୍ୟକ୍ରମ, ଶ୍ରମଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ଚିକିତ୍ସାଳୟର ପରିସର, ନିକଟସ୍ଥ ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୁତି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜୁ ଛାତ୍ର ଜନତା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ର ପରିସର, ଏବଂ ଏହାର ପାରିପାର୍ଶ୍ବିକ ସ୍ଥାନ ତଥା ରାସ୍ତାଘାଟ କୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା ।
ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ସାମାଜିକ କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟ ପରିସରକୁ ସଫେଇ କରିବା ସହ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଆଜି ଏହି ସାମାଜିକ କାର୍ଯ୍ୟକ୍ରମର ଉଜ୍ଜାପନି ଦିବସରେ ବିଶ୍ଵବିଦ୍ୟାଳୟ ପରିସରକୁ ସଫା କରିବା ସହ ଛାତ୍ର ଛାତ୍ରୀ ମାନେ ଶ୍ରମ ଦାନ କରିଥିଲେ । ତାସହ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖୁଥିବା ସମାଜର ଆଗଧାଡିର ଯୋଦ୍ଧା ବିଏମସିର ସଫେଇ କର୍ମଚାରୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରୀପାଠୀ, ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ତଥା ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ପୁର୍ବତନ ଛାତ୍ର ସଭାପତି ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ତନ୍ମୟ ସ୍ୱାଇଁ ,ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୁର୍ବତନ ଛାତ୍ର ସଂସଦ ସଭାପତି ରାଜେଶ ରାଜ ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ଅଜିତ ବେହେରା,ସ୍ବାଗତିକା ମହାନ୍ତି, ରାଜ୍ୟ ଉପସଭାପତି ପ୍ରଦୋଷ ପରିଡା,ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ବେହେରା ,ଅରୁପ ଶ୍ରୀଚନ୍ଦନ, ସୋମ୍ୟ ମହାପାତ୍ର,ସମ୍ପାଦକ ରଶ୍ମୀରଞ୍ଜନ ପରିଡା,ରାଜ୍ୟ ଯୁଗ୍ମ ସମ୍ପାଦକ ବିଦିଶା ପ୍ରିୟଦର୍ଶନ,ଶୁଭମ ସ୍ବାଇଁ ,ଛାତ୍ରନେତା ମନୋରଞ୍ଜନ ସ୍ବାଇଁ,ସନ୍ତୋଷ ମାଝୀ,ସମ୍ବିତ ମହାନ୍ତି ସମେତ ଉତ୍କଳ ବିଶ୍ଵବିଦ୍ୟାଳୟ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତି ଥିଲେ ।
ଏହି କାର୍ଯ୍ୟକ୍ରମକୁ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରନେତା ଅବଦ୍ଦୁଲ ମହମ୍ମଦ, ସଚୀକାନ୍ତ ସାହୁ, ଉମର ହନୀଫ୍, ରାଜକୁମାର, ଅଂଶୁମାନ, ବିଶ୍ବଜିତ, ସିପୁଲ, ପ୍ରିୟବତ, ଖଗେଶ୍ବର, ସତ୍ୟବ୍ରତ, ମୁନା, ଅମିତ, ଚିତ୍ତରଞ୍ଜନ, ଜ୍ଞାନେନ୍ଦ୍ର,ପ୍ରୟାସ, କମଳାକାନ୍ତ, ରୁଦ୍ର, ପ୍ରତିକ୍ଷା,ବିଶ୍ବରୂପା, ଝରଣା, ସୀମା, ପ୍ରଶନଜିତ , ସୁମତ,ବିମଳ ପରିଚାଳନା କରିଥିଲେ ।ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ରେ ବିଜୁ ଜନତା ଦଳ ର ସାମାଜିକ ପ୍ରତିବଦ୍ଧତା ଆଜି ସମଗ୍ର ଦେଶରେ ସାମାଜିକ ବିପ୍ଲବ ରେ ପରିଣତ ହୋଇଥିବା ଅତିଥି ମାନେ ସୁଚନା ଦେଇଥିଲେ।