ସରୁନି ଆଉ ପୁରୁଣା କାଳିଆ ମାଟି ଦୀପ, ହୋଇପାରୁନି ବେପାର।
କଲ୍ୟାସିଂହପୁର/ପ୍ରଦୀପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତ କୋଥା ଗୁଡା ଗାଁ କୁମ୍ବାର ସାଇ ଏବେ ନିରାଶ ରେ। ଆସୁଛି ଆଲୋକର ପର୍ବ ଦୀପାବଳି ମାତ୍ର ଆଉ କିଛି ଦିନ ପରେ ପାଳନ କରାଯିବ । କିନ୍ତୁ ପୂର୍ବରୁ ଯେମିତି ମାଟି ଦୀପ ଗଡ଼ିବାରେ କୁମ୍ବାର ସମ୍ପ୍ରଦାୟର ପରିବାରଙ୍କୁ ସମୟ ମିଳୁନଥିଲା ବର୍ତ୍ତମାନ ନିରାଶ ହୋଇ ବସିଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ବଜାରରେ ରଙ୍ଗ ବେରଙ୍ଗର ସୁନ୍ଦର ସୁନ୍ଦର ଦୀପ ଥିବାରୁ ଗ୍ରାହକକୁ ବେଶ ଆକୃଷ୍ଟ କରିବା ଫଳରେ ମାଟିଦୀପର ଚାହିଦା କମିଯିବା ସହ ବିକ୍ରି ମଧ୍ୟ ଠିକ ଭାବରେ ହେଉନଥିବା ମାଟି ଦୀପ କାରି ଗୁରୁ ଶୋଭା କାଶୀ, ସହ ନୀଳାମ୍ବର କାଶୀ,ଯୁଜେଷ୍ଟି କାଶୀ,କର୍ଣ୍ଣ କାଶୀ, ଲେଲି କାଶୀ, ରାମ କାଶୀ, କହିଥିବାଜଣାପଡିଛି। ଫୁର୍ବ ଯୁଗ ଯୁଗ ରୁ ମାଟି ଦୀପର ଚାହିଦା ନିଆରା । ହିନ୍ଦୁ ସଂକୃତି ଓ ପରମ୍ପରାର ପ୍ରତୀକ ମାଟି ଦୀପର ସ୍ୱତନ୍ତ୍ର ପରିଚୟ ରହିଛି ।ପୂଜାପାର୍ବଣ ଠାରୁ ବିଭିନ୍ନ ଶୁଭ କାର୍ଯ୍ୟରେ ଏହି ମାଟୀ ଦୀପର ଚାହିଦା ଅଧିକ ରହିଥାଏ ।କିନ୍ତୁ ଏହାକୁ ନିର୍ମାଣ କରୁଥିବା କୁମ୍ବାର ସମ୍ପ୍ରଦାୟର ବୃତ୍ତି ଯିବି ଏବେ ସଂକଟରେ ଗତିକରୁଛି । ଆବଶ୍ୟକତା ଦୁର୍ଷ୍ଟିରୁ ଆଗକୁ ଦୀପାବଳୀ ପାଇଁ ବାଧ୍ୟ ହୋଇ ନିଜ ବୃତ୍ତି ବଜାୟ ରଖିବା ପାଇଁ ତିଆରି କରିଛନ୍ତି ମାଟିଦୀପ। କିନ୍ତୁ ଆଗ ଭଳି ବିକ୍ରିହେବାର କମି ଯାଉଥିବା କହିଛନ୍ତି କୁମ୍ବାର ବନ୍ଧୁ ପରିବାର।
ଅଧିକ ପରିଶ୍ରମ ଲାଭ କମ ଉଚିତ ପରିମାଣର ମାଟି ମଧ୍ୟ ପୂର୍ବଭଳି ମିଳୁନି । ବାଧ୍ୟ ହୋଇ ପୂର୍ବ ପୁରୁଷର ବୃତ୍ତିକୁ ବଜାଇ ରଖିବାକୁ ମାଟି ଦୀପ ବନେଇ ବିକିବାକୁ ବାଧ୍ୟ ବୋଲିି କହିଛନ୍ତି। ଏହି ଆଧୁନିକ ଯୁଗରେ ଗ୍ରାହକ ସୌଖିନ ଜିନିଷ ବ୍ୟବହାର କରୁଥିବା ବେଳେ ମାଟିଦୀପ କଥା ପଚାରୁଚି କିଏ ।ସରକାର ଏହି କୁମ୍ଭାର ସମ୍ପ୍ରଦାୟର ପରିବାର ପ୍ରତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଦୁଷ୍ଟି ଦେବା ପାଇଁ ଜନସାଧାରଣଙ୍କ ମହଲରେ ଦାବୀ ରହିଥିବା ଜଣାପଡିଛି।