ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିଠା ଭୋଟର ତାଲିକା-୨୦୨୨ ପ୍ରକାଶିତ ହୋଇଯାଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲିପ କୁମାର ମହାରଣା , ସହକାରୀ ନିର୍ବାଚନ ଅଧିକାରୀ ଶ୍ରୀ ଅଚ୍ୟୁତା ନନ୍ଦ ଜାନି ଓ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଭାରତୀୟ ନିର୍ବାଚନ କମିଶନରଙ୍କ ମାର୍ଗଦର୍ଶିକା ପ୍ରକାରେ ଆଜିଠାରୁ ମୂଳ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ପ୍ରକ୍ରିୟା ୧-୧୧-୨୦୨୧ ତାରିଖ ଠାରୁ ୩୦ - ୧୧ - ୨୦୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟ ମଧ୍ୟରେ ଭୋଟର ମାନେ ଫର୍ମ ୬ ନିଜର ନାମକୁ ପଞ୍ଜିକରଣ ,ଫର୍ମ ୭ ରେ ବାଦ , ଫର୍ମ ୮ରେ ତଥ୍ୟ ସଂଶୋଧନ , ଫର୍ମ ୮ କ ରେ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତର କରିପାରିବେ।
ଆସନ୍ତା ୭-୧୧-୨୦୨୧(ରବିବାର) ଓ ୨୧-୧୧-୨୦୨୧ (ରବିବାର) ଦିନ ସ୍ଵତନ୍ତ୍ର ପ୍ରଚାର ଅଭିଯାନ ଦିନ ଭାବରେ ପାଳନ କରାଯିବ । ଉକ୍ତ ଦିନ ବୁଥ୍ ସ୍ତରୀର ଅଧିକାରୀ ମାନେ ଦିବା ୧୦ ଘଣ୍ଟା ଠାରୁ ଦିବା ୫ ଘଣ୍ଟିକା ପର୍ଯ୍ୟନ୍ତ ଭୋଟର ମାନଙ୍କ ଠାରୁ ଫର୍ମ ଗ୍ରହଣ କରିବେ।
ଉକ୍ତ ବୈଠକରେ ଜିଲ୍ଲାପାଳ ଯୁବ ଭୋଟର ମାନଙ୍କ ନାମ ଯୋଗ ଏବଂ ବାଦ ପଡିଥିବା ଭୋଟର ମାନଙ୍କୁ ପ୍ରାଧାନ୍ୟ ଦେବାକୁ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ , ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କୁ ପ୍ରତ୍ୟେକ ବୁଥ୍ ରେ ନିଯୁକ୍ତି ଦେବାପାଇଁ ରାଜନୈତିକ ଦଳ ମାନଙ୍କୁ କହିଥିଲେ।
ଉପଜିଲ୍ଲାପାଳ ଭୋଟର ହେଲପ୍ ଲାଇନ୍ ଆପ୍ ର ଉପଯୋଗିତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବୈଠକରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସ୍ୱରାଜ୍ୟ ଶିଶା ଏବଂ ନିର୍ବାଚନ ବିଭାଗର ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault