ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ଳାଟିନମ ଜୁବଲି ପାଳନ ଅବସରରେ ସପ୍ତମ ବୈଠକ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ମନୋରଞ୍ଜନ ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lବୈଠକ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଧର୍ମକୁମାର ଶତପଥି, ସମ୍ପାଦକ ଡଃ ବିରଞ୍ଚି ସାହୁ ମଞ୍ଚାସୀନ ଥିଲେ lପ୍ରଥମେ ସଭାକାର୍ଯ୍ୟ ପ୍ରାରମ୍ଭ ରୁ ଆର.ବି ହାଇସ୍କୁଲର ପୁରାତନ ଛାତ୍ର ପର୍ଶୁରାମ ଅଗ୍ରୱାଲ ସ୍ୱର୍ଗାରୋହଣ କରିଥିବାରୁ ତାଙ୍କର ଅମର ଆତ୍ମା ର ସତଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ମୁଖ୍ୟ ସଂଯୋଜକ ମାନଭଞ୍ଜନ ପ୍ରଧାନ ଙ୍କ ସ୍ୱାସ୍ଥ୍ୟ ଖରାପ ହେତୁ ପୁରାତନ ଛାତ୍ର ମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ lଶ୍ରୀଯୁକ୍ତ ବରିହା ପୁରାତନ ଛାତ୍ର ମାନଙ୍କ ସହଯୋଗ ରାଶି ପ୍ରଦାନ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ lସମ୍ପାଦକ ଡଃ ବିରଞ୍ଚି ସାହୁ ପ୍ଳାଟିନମ ଜୁବଲି ର ଅଗ୍ରଗତି ଯଥା- ଜୁବଲି ବାବଦ କୁ ରାଶି ସଂଗ୍ରହ, ରେଜିଷ୍ଟ୍ରେସନ,ସୋଭିନିଅର,ସେସେମିନାର୍ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରି ସମସ୍ତ ଙ୍କ ସହଯୋଗ ପାଇଁ ନିବେଦନ କରିଥିଲେ lଡଃ ପ୍ରମୋଦ କୁମାର ପାଢ଼ି ସୋଭିନିଅର ପାଇଁ ଲେଖା ସଂଗ୍ରହ ନିମନ୍ତେ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଦେବା ପାଇଁ ନିବେଦନ କରିଥିଲେ lଡିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ମଧ୍ୟରେ ପ୍ଳାଟିନମ ଜୁବଲି ପାଳନ କରିବାପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି lଉକ୍ତ ବୈଠକ ରେ ସମସ୍ତ ପୁରାତନ ଛାତ୍ର ନିଜ ନିଜର ମତ ସାବ୍ୟସ୍ତ କରିଥିଲେ ତତସଙ୍ଗେସଙ୍ଗେ ପ୍ଳାଟିନମ ଜୁବଲି ପାଳନ ର ପରବର୍ତ୍ତୀ ବୈଠକ ନଭେମ୍ବର ୭ ତାରିଖ ରବିବାର ଦିନ କରିବାପାଇଁ ସ୍ଥିର କରାଯାଇଛି lଏହି ବୈଠକ ରେ ଚାରୋଟି ବେଚ୍ ରୁ ମୋଟ ଏକଲକ୍ଷ ଏଗାର ହଜାର ଆଠଶହ ଜମାରାଶି ସଂଗ୍ରୃହିତ ହୋଇଛି lଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଉପସଭାପତି ବେଣୁଧର ଦୋରା, ବରିଷ୍ଠ ଶିକ୍ଷକ ଲକ୍ଷ୍ମୀନାରାୟଣ ଷଡ଼ଙ୍ଗୀ,ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡା, ଗୋବିନ୍ଦ ଅଗ୍ରୱାଲ, ପ୍ରଧ୍ୟାପକ ବାଞ୍ଛାନିଧି ପଣ୍ଡା,ସହ ସମ୍ପାଦକ ଗୋବିନ୍ଦ ପାଣିଗ୍ରାହୀ, ଜିତେନ୍ଦ୍ର ନାଥ ଗୁରୁ, ଅଶୋକ ଦାଶ,ଶ୍ୟାମାପଦ ସିହ୍ନା,ଶ୍ୟାମ ସାହୁ, ଡଃ ବିଜୟ କେତନ ଦୋରା, ପ୍ରମୋଦ କୁମାର ମିଶ୍ର, ସରୋଜ କୁମାର ରଥ, ଜିତେନ୍ଦ୍ର କୁମାର ଦାଶ,ସୁରେଶ କୁମାର ପଣ୍ଡା, ଅଶ୍ୱିନୀ କୁମାର ପଣ୍ଡା, ତୀର୍ଥବାସୀ ପଣ୍ଡା,ଥବିର ପ୍ରଧାନ, ରାକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ lଶେଷରେ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା
ରାଜ୍ୟ
ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଳାଟିନମ ଜୁବଲି ପାଇଁ ସପ୍ତମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
- Hits: 1011