ପଦ୍ମପୁର(ଶାସକପ୍ରଶାସକ)-ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଦି ପଦ୍ମପୁର ବିଜୁ ମହିଳା ଦଳ ତରଫରୁ ପଦ୍ମପୁରୁ ଉପ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ପେଟ୍ରୋଲ , ଖାଇବା ତେଲ ଓ ରୋଷେଇ ବ୍ୟାସ ଦରବୃଦ୍ଧି କୁ ବିରୋଧ କରିଛନ୍ତି । ଦିନକୁ ଦିନ ଅହେତୁକ ଭାବରେ ଗ୍ୟାସ ଦର , ତେଲ ଦର ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଯାହାକି ସାଧାରଣ ଲୋକଙ୍କ ଉପରେ ସିଧାସଳଖ ଭାବରେ ପ୍ରଭାବ ପଡୁଛି । ଏହାର ପ୍ରତିବାଦରେ ଆଜି ବିଜୁ ମହିଳା ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି ।
ଶତାଧିକ ମହିଳା କର୍ମୀ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ବାହାରି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।