ଯୋଡ଼ା(ଶାସକ ପ୍ରଶାସକ ): ଏହି ମହାମାରୀ ସମୟରେ ସାରା ବିଶ୍ୱ ପର୍ଯ୍ୟାୟକ୍ରମେ ଡିଜିଟାଲ୍ ପ୍ଲାଟଫର୍ମରେ ପ୍ରବେଶ କରୁଛି ।ସମସ୍ତ ପ୍ରକାରର ବୈଠକ, ସେମିନାର, ସମ୍ମିଳନୀ ଓ ଅନ୍ୟ ପ୍ରକାରର ସମ୍ମେଳନ ଡିଜିଟାଲ୍ ମାଧ୍ୟମରେ ହେଉଛି । ଆଦିବାସୀ ଅଂଚଳର ମହିଳାମାନେ ଯେଭଳି ଡିଜିଟାଲ୍ ଦୁନିଆ ସହ ତାଳ ଦେଇ ଆଗକୁ ବଢ଼ିପାରିବେ ତାହା ନିଶ୍ଚିତ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନର ଯୋଡ଼ା ୟୁନିଟ୍ ପକ୍ଷରୁ ମହିଳାମାନେ ଯେଭଳି ନିଜ ସ୍ମାର୍ଟଫୋନ୍ରେ ଇଟଂରନେଟ୍ ସୁବିଧା ପାଇପାରିବେ ସେ ବିଷୟରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏକ ଅଭିଯାନ ଆରମ୍ଭ କରାଯାଇଛି ।
ଖନ୍ଦବନ୍ଦ ଅଂଚଳରେ ମହିଳାମାନଙ୍କ ଛୋଟ ଛୋଟ ଦଳକୁ ନେଇ ଡିଜିଟାଲ୍ ସାକ୍ଷରତା ଶିକ୍ଷଣୀୟ ଉପରେ କର୍ମଶଳା ଆୟୋଜନ କରାଯାଉଛି । କିଛି ହାତଗଣତି ମହିଳାଙ୍କୁ ଚୟନ କରାଯାଉଛି ଯେଉଁମାନେ ସେମାନଙ୍କ ଅଂଚଳର ଅନ୍ୟ ମହିଳାମାନଙ୍କୁ ଶିଖାଉଛନ୍ତି । ଅଧିକ ମହିଳାଙ୍କ ପାଖରେ ପହଂଚିବା ଲାଗି ଦଳଗୁଡ଼ିକୁ ପଡ଼ାରେ ଭାଗ କରାଯାଉଛି । ଲୋକମାନଙ୍କୁ ସଦ୍ୟତମ ସୂଚନା ପ୍ରଦାନ କରିବା ଏବଂ ଯେତେବେଳେ ଦରକାର ସେମାନଙ୍କ ପ୍ରଶ୍ନର ଉତର ଦେବା ଲାଗି ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରାଯାଇଛି । ଏହି ଅଭିଯାନ ସେମାନଙ୍କୁ ବିଭିନ୍ନ ପ୍ରକାର ବୈଠକ, କର୍ମଶାଳା, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଶିକ୍ଷଣୀୟ କାର୍ଯ୍ୟକ୍ରମରେ ଭାଗ ନେଇପାରୁଛନ୍ତି ଏବଂ ସେମାନଙ୍କ କୌଶଳ ବଢ଼ାଇ ପାରୁଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୧୦୦ ମହିଳାଙ୍କୁ ଧ୍ୟାନରେ ରଖାଯାଇଛି ଏବଂ ଏହି ଅଂଚଳର ପ୍ରତିଟି ପରିବାରରେ ପହଂଚିବା ଲକ୍ଷ୍ୟ ରହିଛି ।
ଖନ୍ଦବନ୍ଦର ବାସନ୍ତୀ ମୁଣ୍ଡଶ ଯିଏ ଗୋଟିଏ ଅଧିବେଶନରେ ଯୋଗ ଦେଇଥିଲେ ସେ କହିଛନ୍ତି ଯେ, “ଭିଡିଓ କନଫରେନ୍ସିଂ ଜରିଆରେ ନୂଆ ପ୍ରଯୁକ୍ତ ଜ୍ଞାନକୌଶଳ ବିଷୟରେ ଶିଖିଥିବାରୁ ମୁଁ ବହୁତ ଖୁସି ଯାହା ଦ୍ୱାରା ମୁଁ ଦୂରରେ ଥିବା ପରିବାର ଓ ସ୍କୁଲ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ରହିପାରୁଛି । ପୂର୍ବରୁ ସେ କେବଳ କଥାବାର୍ତା ହେଉଥିଲେ, କିନ୍ତୁ ଏବେ ସେମାନଙ୍କୁ ଦେଖିପାରୁଛନ୍ତି ଏବଂ ଭିଡିଓ କନଫରେନ୍ସିଂ ଜରିଆରେ ବହୁତ ମଜା କରିପାରୁଛନ୍ତି ।’’
ଖନ୍ଦବନ୍ଦର ପଦ୍ମିନୀ ନାୟକ କହିଛନ୍ତି ଯେ ଡିଜିଟାଲ୍ ଭିଡିଓ କନଫରେନ୍ସିଂ ଶିକ୍ଷିତା ସେମାନଙ୍କୁ ଘରେ ସୁରକ୍ଷିତ ରହି ଆଲୋଚନା କରିବାରେ ସହାୟକ ହୋଇଛି ଏବଂ କୋଭିଡ୍ ସମୟରେ ଘରର ଦୈନନ୍ଦୀନ କାମକୁ କୌଣସି ପ୍ରକାରରେ ପ୍ରଭାବିତ ନକରି ସେ ବୈଠକରେ ଯୋଗ ଦେଇପାରୁଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ସେ ବିଭିନ୍ନ ଏସଏଚଜି ସଦସ୍ୟାଙ୍କ ସହ ଯୋଡି ହେବାର ସୁଯୋଗ ପାଇଥିଲେ ଏବଂ ନିଜର ଜ୍ଞାନ ବାଂଟିଥିଲେ ଓ ଅନ୍ୟ ଏସ୍ଏଚ୍ଜି ଦଳ କିଭଳି ବିଭିନ୍ନ ଅଭିବୃଦ୍ଧି କାର୍ଯ୍ୟକଳାପ ଶିଖିପାରିବେ ତାହା ଜଣାଇଥିଲେ । “ଭିଡିଓ କନଫରେନ୍ସିଂ ଜରିଆରେ ମୁଁ ବନ୍ଧୁ ମଧ୍ୟ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି ।’’
ଏହି ପ୍ରଶିକ୍ଷଣ ମହିଳାମାନଙ୍କୁ ଇଟଂରନେଟ୍ରେ ତକ୍ରାଳ ଉପଲବ୍ଧ ଥିବା ସୂଚନାର ଏକ ଅନିର୍ଧିଷ୍ଟ ପ୍ଲାଟଫର୍ମ ହାସଲ କରିବାରେ ସଶକ୍ତ କରିବ । ଅତ୍ୟନ୍ତ ବ୍ୟବହାର ଉପଯୋଗୀ ଆପ୍ଗୁଡ଼ିକ ବିଷୟରେ ଏହା ସେମାନଙ୍କୁ ଜଣାଇବ ଏବଂ ବ୍ୟବହାରକାରୀଙ୍କ ହାତପାଆନ୍ତାରେ ବିଭିନ୍ନ ସୁବିଧା ପହଂଚାଇବ ।
ଏହି ପ୍ରଶିକ୍ଷଣରେ ବିଭିନ୍ନ ପ୍ରକାର ସର୍ଚ ଇଂଜିନ ହାସଲ କରିବା ଲାଗି ସ୍ମାର୍ଟଫୋନ୍ ବ୍ୟବହାର କରିବାର ଉତ୍ପାଦକ ଉପାୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଇଟଂରନେଟ୍କୁ ଭଲ ଭାବେ ବୁଝାଇବା ଲାଗି ୟୁଟୁ୍ୟବ୍ ଓ ସୋସିଆଲ୍ ମିଡିଆ ବିଷୟରେ ବୁଝାଯାଉଛି । ଏହି ପ୍ରଶିକ୍ଷଣ ଦ୍ୱାରା ଇଟଂରନେଟରେ ପ୍ରସ୍ତୁତ ହୋଇ ଉପଲବ୍ଧ ରହିଥିବା ବ୍ୟାପକ ସୂଚନା ହାସଲ କରିବା ଲାଗି ମହିଳାମାନଙ୍କୁ ସଶକ୍ତ କରାଯିବ । ଏଥିରେ ସେମାନଙ୍କୁ ଅତ୍ୟନ୍ତ ବ୍ୟବହାର ଉପଯୋଗୀ ବିଭିନ୍ନ ଆପ୍ ବ୍ୟବହାର ଶିଖାଯିବ ଏବଂ ହାତ ପାଆନ୍ତାରେ ବହୁ ସୁବିଧା ପ୍ରଦାନ କରାଯିବ । ଆରୋଗ୍ୟ ସେତୁ ଆପ୍ ବ୍ୟବହାର ଉପରେ ପ୍ରଶିକ୍ଷଣ ଏବଂ ଅନଲାଇନ୍ରେ କାରବାର କରିବାର ସୁବିଧା ମଧ୍ୟ ପ୍ରଦାନ କରାଯିବ ।