ହେଡଲାଇନସ୍:

ମାନବ ଅଧିକାର କମିଟିର ଜଗନ୍ନାଥପ୍ରସାଦ ବ୍ଲକ ପରିଦର୍ଶନ, ପାଲାପଡ଼ାର ସାମାଜିକ ବାଛନ୍ଦ ପରିବାରଙ୍କ ସହ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର, (ଶାସକ ପ୍ରଶାସକ) :ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ପାଲାପଡ଼ା ଗ୍ରାମର ସ୍ୱର୍ଗତ ସୁରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ଯୋଶଦା ପ୍ରଧାନ ଏବଂ ତାଙ୍କ ଏକମାତ୍ର ପୁଅ ଅଶୋକ ପ୍ରଧାନ କେଉଁ କାରଣରୁ ତାଙ୍କ ସ୍ୱାମୀ ଗ୍ରାମ ପାଲାପଡାରୁ ସାମାଜିକ ବାଛନ୍ଦ ହୋଇ ଆଜକୁ ଦୀର୍ଘ ବର୍ଷ ହେଲା ଗ୍ରାମ ପାଖ ଜଙ୍ଗଲ, ତୋଟା, ନଦୀପଠା ସହିତ ରାସ୍ତା ପାଶ୍ୱର୍ରେ ବଂଚିବା ପାଇଂ ଜୀବନ ବିତାଉ ଅଛନ୍ତି । ଏହାର ସତ୍ୟତା ଅନୁସଂନ୍ଧାନ ସହିତ ମାନବିକ ଅଧିକାର କ୍ଷୁର୍ଣ୍ଣ ଓ ସମସ୍ତଙ୍କ ପାଇଁ ନ୍ୟାୟକୁ ଅନୁଧ୍ୟାନ କରି ଗଂଜାମ ଜିଲ୍ଲା ଆଇନଜୀବି ତଥା ଏଚ୍.ଆର.ଏଫ୍.ଆଇ ଗଂଜାମ ଜିଲ୍ଲା ସହ-ସଂଯୋଜକ ଶ୍ରୀ ଭିକାରୀ ନାୟକ ଉଦୟଙ୍କ ତତ୍ୱାବଧାନରେ ଏଚ୍.ଆର.ଏଫ୍.ଆଇ ଓଡିଶା ରାଜ୍ୟ ଟିମ୍ର ରାଜ୍ୟ ଆବାହକ ତଥା ବରିଷ୍ଟ ଆଇନଜୀବି ଶ୍ରୀ ରାଜିବ ପଟ୍ଟନାୟକ, ରାଜ୍ୟ ସଂଯୋଜକ ଶ୍ରୀ ରମେଶ ଭାରତୀ ଏବଂ କଟକ ଜିଲ୍ଲା ଏଚ୍.ଆର.ଏଫ୍.ଆଇ ସଂଯୋଜକ ଶ୍ରୀ ବିପିନ ବେହେରାଙ୍କ ଯେଉଁ ସ୍ୱତନ୍ତ୍ର ଟିମ୍ ଉପରୋକ୍ତ ଗ୍ରାମକୁ ଯାଇ ଗ୍ରାମର ସଭାପତି ଗ୍ରାମର ଉପସ୍ଥିତ ସଦସ୍ୟମାନଙ୍କୁ ସାକ୍ଷାତ କରି ଯଶୋଦା ପ୍ରଧାନଙ୍କ ବିଷୟରେ ତଦନ୍ତ କରି ପାଶ୍ୱର୍ ଜଙ୍ଗଲରେ ବଂଚିବା ପାଇଁ ଜୀବନ ବିତାଉଥିବା ଯଶୋଦା ପ୍ରଧାନଙ୍କ ପୁତ୍ର ଶ୍ରୀ ଅଶୋକ ପ୍ରଧାନଙ୍କୁ ଜଗନ୍ନାଥ ପ୍ରସାଦ ଅଂଚଳର ଗୋପବନ୍ଧୁ ଚାରିଟେବଲ୍ ଟ୍ରଷ୍ଟ ଏବଂ ଆର୍ଯ୍ୟନକ ସମ୍ବାଦ ସାମ୍ବାଦିକ ବନ୍ଧୁ ଶ୍ରୀ ଚନ୍ଦ୍ରକେତୁ ରାଉତ ଏବଂ ସାଥି ଦିଗନ୍ତ ଇ. ସାମ୍ବାଦିକ ଶ୍ରୀ ମହାପାତ୍ରଙ୍କ ସମେତ ଅନ୍ୟ ସାମ୍ବାଦିକ ବନ୍ଧୁଙ୍କ ମିଳିତ ସହଯୋଗରେ ଜଙ୍ଗଲରେ ରହୁଥିବା ନିରିହ ଯଶୋଦା ପଧାନଙ୍କ ପୁତ୍ରଙ୍କୁ ସାକ୍ଷାତ କରି ତାଙ୍କଠାରୁ ତଥ୍ୟ ଏବଂ ଅଭିଯୋଗ ଶୁଣି ସ୍ଥାନୀୟ ଜଗନ୍ନାଥ ପ୍ରସାଦ ତହସିଲଦାର ମହୋଦୟଙ୍କ ସହ ଫୋନ୍ ଯୋଗେ ଏଚ୍.ଆର.ଏଫ୍.ଆଇ ରାଜ୍ୟ ଆବାହକ ଶ୍ରୀ ପଟ୍ଟନାୟକ ବାର୍ତାଳପ କରିଥିବା ସହିତ ତୁରନ୍ତ ନିରିହ ଯଶୋଦା ପ୍ରଧାନଙ୍କୁ ସାମାଜିକ ନ୍ୟାୟ ସଶକ୍ତିକରଣ ମାଧ୍ୟମରେ ଉଚିତ ନ୍ୟାୟ ପ୍ରଦାନକରି ସେମାନେ କିପରି ତାଙ୍କ ପୂର୍ବଗ୍ରାମ ପାଲାପଡାରେ ସ୍ଥାୟୀ ବାସିନ୍ଦାରୂପେ ରହିପାରିବେ ତତ୍ସହିତ ତାଙ୍କ ପୂର୍ବ ଦଖଲ ଜମିକୁ ବର୍ତମାନ ଦଖଲକରି ଆସୁଥିବା ଜମିକୁ ଡେମାରକେସନ୍ କରି ତାଙ୍କ ନାମରେ କିପରି ପଟ୍ଟା ପ୍ରଦାନ କରାଯାଇପାରିବ ତାହାର ଆଲୋକପାତ କରି ଆସନ୍ତା ଡିସେମ୍ବର ୩୧ ମଧ୍ୟରେ କାର୍ଯ୍ୟରେ ପରିଣତ କରାଇବା ପାଇଁ ରାଜ୍ୟ ଆବାହକ ଶ୍ରୀ ପଟ୍ଟନାୟକ, ତହସିଲଦାର ଉଚିତ୍ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।
ଗତ ଗଣେଶ ପୂଜା ସମୟେ ରାତ୍ର ସମୟରେ ତାରାସିଙ୍ଗ୍ ଥାନା ଅନ୍ତର୍ଗତ ଗ୍ରାମର ଅଶାନ୍ତି ନାଇକଙ୍କ ୧୪ ବର୍ଷିୟ ନାବାଳିକା ଝିଅକୁ ସେହି ଗ୍ରାମର ସୁରଥ ନାଇକଙ୍କ ପୁଅ ବଗଳା ନାଇକ ନାବାଳିକାକୁ ଜଙ୍ଗଲ ଅଂଚଳକୁ ପାଟି ବନ୍ଦକରି ଟେକି ନେଇଯାଇଥିବା ସହିତ ଯୈ÷ାନ ଦୁଷ୍କର୍ମ କରି ପିଡିତାକୁ ମାଡମାରି ଜୀବନରେ ମାରିଦେବାକୁ ଧମକ୍ ଚମକ୍ ଦେଇ ଛାଡି ପଳାଇଥିବା ଘଟଣାକୁ ସ୍ଥାନୀୟ ଥାନା ଅଧିକାରୀ ତାରାସିଙ୍ଗ୍କୁ ତୁରନ୍ତ ଗିରଫ୍ କରୁନଥିବାର ଅଭିଯୋଗକୁ କେନ୍ଦ୍ରକରି ଉପରୋକ୍ତ ରାଜ୍ୟ ଏଚ୍.ଆର୍. ଏଫ୍. ଆଇ ଟିମ୍ ଏବଂ ଗଜପତି ଜିଲ୍ଲା ଓ ଗଂଜାମ ଜିଲ୍ଲା ସହ-ସଂଯୋଜକକୁ ନେଇ ଏକ ସ୍ୱତନ୍ତ୍ର ଟିମ ଉପରୋକ୍ତ ପିଡିତାଙ୍କ ମା, ବାପା, ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତକରି ପିଡିତାକୁ କିପରି ସାମାଜିକ ନ୍ୟାୟ ସଶକ୍ତି କରଣ ସହାୟତାରେ ପିଡିତାଙ୍କୁ ତୁରନ୍ତ ନ୍ୟାୟ ସହିତ ଦୋଷିକୁ ତୁରନ୍ତ ଗିରଫ୍ କରିବାପାଇଁ ସ୍ଥାନୀୟ ତାରାସିଙ୍ଗ୍ ଥାନାକୁ ଯାଇ ଏ.ଏସ୍. ଆଇ ସାହୁବାବୁ ଏବଂ ଡି.ସି.ଓ ମହୋଦୟଙ୍କୁ ସାକ୍ଷାତକରି ଦୋଷି ବିରୁଦ୍ଧରେ ତୁରନ୍ତ ଗିରଫ୍ କରିବାପାଇଁ ଏଚ୍.ଆର୍. ଏଫ୍. ଆଇ ଟିମ ପରାମର୍ଶ ଦେଇଥିଲେ ।
ଏଥି ସହିତ ରାଜ୍ୟ ଏଚ୍.ଆର୍. ଏଫ୍. ଆଇ ଟିମ୍ ତାରାସିଙ୍ଗ ଗ୍ରାମପଂଚାୟତ କାର୍ଯ୍ୟାଳୟରେ ପହଂଚି ସେଠାରେ ପୂର୍ବରୁ ଆସୁଥିବା ଅଭିଯୋଗ ତଦନ୍ତ କରିବା ପାଇଁ ଯାଇଥିଲେ । ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ (ପି.ଇ.ଓ.) କିଛି ବ୍ଲକ୍ କାମରେ ଥିବା ହେତୁ ଫୋନ୍ ଯୋଗେ ବାର୍ତାଳାପ କରି ପୂର୍ବ ଅଭିଯୋଗଥିବା ଅଯୋଗ୍ୟ ହିତାଧିକାରୀଙ୍କ ସାମାଜିକ (ପେନ୍ସେନ୍) କୁ ଅନ୍ୟବ୍ୟକ୍ତି ଦୀର୍ଘ ୯ ବର୍ଷହେବ ପଂଚାୟତ କର୍ମିଙ୍କୁ ହାତକରି ଜାଲ ସ୍ୱାକ୍ଷର କରି ଅଯୋଗ୍ୟ ହିତାଧିକାରୀଙ୍କ ଭତାକୁ ଗ୍ରହଣକରି ଚଳୁ କରୁଥିବା ଅଭିଯୋଗର ତୁରନ୍ତ ରଦନ୍ତକରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ ରାଜ୍ୟ ଏଚ୍.ଆର୍. ଏଫ୍. ଆଇ ଟିମ୍ ସ୍ଥାନୀୟ ପି.ଇ.ଓ. ତାରାସିଙ୍ଗଙ୍କୁ ଫୋନ୍ ମାଧ୍ୟମରେ ପରାମର୍ଶ ଦେଇଥିଲେ । ତତ୍ ପରେ ରାଜ୍ୟ ଏଚ୍.ଆର୍. ଏଫ୍. ଆଇ. ଟିମ୍ ଜଗନ୍ନାଥପ୍ରସାଦ ଅଂଚଳରୁ ବିରାମ ନେଇଥିଲେ ।

 

0
0
0
s2sdefault