ପଦ୍ମପୁର(ଶାସକପ୍ରଶାସକ)-ଦିନ ଗଡି ଚାଲିଛି, ସାରା ଆନ୍ଦୋଳନ ତିବ୍ରତର ହେଉଛି। ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାର ସିବିଆଇ ତଦନ୍ତ ସହ ହତ୍ୟାରେ ସମ୍ପୄକ୍ତ ଥିବା ଗୄହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ସାରା ରାଜ୍ୟରେ ଉଷ୍ମତା ରହିଛି । ଏହି ସବୁଦାବୀ ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଜି ବିଜେପି ପକ୍ଷରୁ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଅଖ, ଚକ ସବୁ ବନ୍ଦ ଘୋଷଣା କରିଛି ପଦ୍ମପୁର ବିଜେପି । ଶିକ୍ଷୟିତ୍ରୀ ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡର ସି. ବି.ଆ ଇ ତଦନ୍ତ ଦବୀରେ ଆଜି ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟତ ମମିତା ମେହେର ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବି ନେଇ ବିଜେପି ବନ୍ଦ ଡାକରା ଦେଇଛି । ତେବେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି । ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ପାଳନ କରୁଛି ବିଜେପି । ପଦ୍ମପୁର ଉପଖଣ୍ଡ ର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହିଛି । ଦଳର ଏହି ବନ୍ଦ ଡାକରାକୁ ସହଯୋଗ ପାଇଁ ନିବେଦନ କରିଛି ପଦ୍ମପୁର ବିଜେପି । ତେବେ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିଜେପି ପ୍ରତିବାଦ କରି ଆସୁଛି ।
ରାଜ୍ୟ
ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ପଦ୍ମପୁର ବନ୍ଦ ଡାକରା ।
- Hits: 974