ହାଟଡିହୀ,(ଶାସକପ୍ରଶାସକ)- ଗତ ୨୬ ତାରଖରେ ସଂରକ୍ଷଣ ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦୁଝର ଜିଲ୍ଲାର ହାଟଡିହୀ ବ୍ଲକର ସବୁ ରାଜନୈତିକ ଦଳ ପଂଚାୟତ ନିର୍ବାଚନ ପାଇଁ ଏବେଠୁଁ ସଜବାଜ ଆରମ୍ଭ କରିଦେଲେଣି । ଏ କ୍ଷେତ୍ରରେ ବିଜୁ ଜନତା ଦଳ ଆଗୁଆ ଥିବାବେଳେ ବିଜେପି ପରିସ୍ଥିତିର ଅନୁଧ୍ୟାନ କରୁଛି । କଂଗ୍ରେସ ବିଜେଡି ଉପରେ ତୀକ୍ଷ୍ଣ ନଜର ରଖିଛି । ବିଜେଡିର ଆଶାୟୀ ପ୍ରର୍ଥୀମାନେ ନିଜନିଜର ସମର୍ଥକ ଯୋଗାଡ ପାଇଁ ଲାଗିପଡିଥିବାବେଳେ କେହିକେହି ନେତାଙ୍କୁ ଖୁସୀ କରି ଦଳୀୟ ଟିକେଟ ହାତେଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବିଶେଷକରି ଅସଂରକ୍ଷିତ ଆସନ ଗୁଡିକରେ ଆଶାୟୀ ପ୍ରାର୍ଥୀଙ୍କ ଭିଡ ଜମିବାରେ ଲାଗିଛି । ଆସନ ସଂରକ୍ଷଣ ଯୋଗୁ ଅନେକ ପଂଚାୟତରେ ହେଭିୱେଟ ନେତା ମାନେ ବଳି ପଡିଯାଉଥିବାର ଜଣା ପଡିଛି । ହାଟଡିହୀ ବ୍ଲକରେ କଂଗ୍ରେସ ଦଳ ବ୍ୟାକଫୁଟରେ ଥିବାବେଳେ ଏଥର ନୂଆ ଗେମ୍ ଖେଳିବାକୁ ଚାଲ ଚଳାଉଥିବାର ଶୁଣାଯାଉଛି । ବିଜେଡି ଭିତରେ ଫାଟ ସୃଷ୍ଟି କରି ଫାଇଦା ନେବାକୁ ଉଦ୍ୟମ କରୁଛି । କଂଗ୍ରେସର ଏକ ଛାମୁଆ ଗୋଷ୍ଠୀ ବିଜେଡିର କିଛି ନେତାଙ୍କ ସହିତ ଭିତିରି ସଂପର୍କ ରଖି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବିଭିନ୍ନ ପଂଚାୟତ ତଥା ଜିଲାପରିଷଦ ଜୋନ୍ ପାଇଁ ବିଜେଡିରୁ ଟିକେଟ୍ ହାତେଇବା ପାଇଁ ଗୁପ୍ତ ବୁଝାମଣା ଚଳାଉଥିବାର ଆଲୋଚନା ହେଉଛି । ବିଜେପି ଏଥର ସବୁ ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି । ହାଟଡିହୀ ବ୍ଲକର ଜନସାଧାରଣ ଏଥର ଦଳ ନୁହେଁ ଭଲ ପ୍ରାର୍ଥୀ ଙ୍କୁ ଭୋଟ୍ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ରାଜ୍ୟ
ପଂଚାୟତ ନିର୍ବାଚନ ପାଇଁ ଏବେଠୁଁ ସଜବାଜ
- Hits: 324