ହେଡଲାଇନସ୍:

ବିଜେଡି ଓ ବିଜୁ ଶ୍ରମିକ ସାମୁଖ୍ୟରେ ସାମିଲ ହେଲେ ବହୁସଂଖ୍ୟାରେ ଶ୍ରମିକ କର୍ମଚାରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଶିଷ୍ଟ ଶ୍ରମିକନେତା ନବକିଶୋର ମହାନ୍ତିଙ୍କ ନେତୃତ୍ୱରେ ସିପିଏମ୍ ସଂଗଠନ ଛାଡି ସାମିଲ ୪୨ଟି ଟ୍ରେଡ୍ ୟୁନିୟନର ହଜାରରୁ ଉର୍ଦ୍ଧ ଶ୍ରମିକ, କର୍ମର୍ଚାରୀ ବିଜେଡି ଓ ବିଜୁ ଶ୍ରମିକଙ୍କ ସାମୁଖ୍ୟରେ ଯୋଗଦାନ

ଭୁବନେଶ୍ୱର: ଭୁବନେଶ୍ୱରର ୪୨ଟି ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଟ୍ରେଡ୍ ୟୁନିୟନର ପ୍ରୟ ଏକ ହଜାର ଶ୍ରମିକ ଓ କର୍ମଚାରୀ ମାନେ ବିଶିଷ୍ଟ ଶ୍ରମିକନେତା ଶ୍ରୀ ନବ କିଶୋର ମହାନ୍ତିଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ତଥା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଶ୍ରମିକ କଲ୍ୟାଣ ନୀତି ଓ ଶ୍ରମିକ କର୍ମଚାରୀ ମାନଙ୍କ ପାଇଁ ନେଉଥିବା ପଦକ୍ଷେପକୁ ସ୍ୱାଗତକରି ସେମାନଙ୍କର ସାମୁହିକ ବିକାଶ ପାଇଁ କାର୍ଯ୍ୟକରିବାକୁ ଇଚ୍ଛା ପ୍ରକାଶକରି ୪୨ ଟି ପଂଜିକୃତ ଶ୍ରମିକ ସଂଗଠନ ଅଧିନରେ କାର୍ଯ୍ୟକରିଥିବା ଶତାଧିକ ସଂଗଠନ ଓ ଏଥିରେ ସଂପୃକ୍ତ ୫୦ ହଜାରରୁ ଉର୍ଧ୍ଵ ଶ୍ରମିକ କର୍ମଚାରୀ ଆଜିଠାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହେଯାଗରେ ବିଜୁ ଶ୍ରମିକ ସାମୁଖ୍ୟକୁ ଶକ୍ତିଶାଳି କରିବା ପାଇଁ କାର୍ଯ୍ୟକରିବେ ବୋଲି ଏହି ସଂଗଠନର କର୍ମକର୍ତାମାନେ ଘୋଷଣା କରିଥିଲେ ।
ଏହି ଶ୍ରମିକ କର୍ମଚାରୀ ମାନେ ଦିର୍ଘଦିନଧରି ସିପିଏମ୍ ଓ ବାମପନ୍ଥୀ ସଂଗଠନ ସହିତ ସାମିଲହୋଇ କାର୍ଯ୍ୟକରି ଆସୁଥିଲେ । ଏହି ସଂଗଠନ ମାନଙ୍କ ମଧ୍ୟରେ ବିଡିଏ ୱର୍କର୍ସ ୟୁନିୟନ୍, ଘରୋଇ ମେଡିକାଲ୍ ରେ କାର୍ଯ୍ୟରତ କର୍ମଚାରୀ ସଂଘ, ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ ୟୁନିୟନ୍, ଉତ୍କଳ ୟୁନିଭରସିଟି ୱାର୍କର୍ସ ୟୁନିୟନ, ରାଜଧାନୀ ଆମ୍ବୁଲାନ୍ସ ଡ୍ରାଇଭର୍ସ ଆସୋସିଏସନ୍, ରାଜଧାନୀ ଟାକ୍ସି ଓ ଅଟୋଚାଳକ ମହାସଂଘ, ରାଜଧାନୀ ହୋଟେଲ୍ କର୍ମଚାରୀ ସଂଘ, ସିଫା ଶ୍ରମିକ ସଂଘ, ରାଜଧାନୀ ପରିବହନ କର୍ମଚାରୀ ସଂଘ, କଳିଙ୍ଗ ଷ୍ଟୁଡିଓ କର୍ମଚାରୀ ସଂଘ, ଓଡିଶା ରାଜ୍ୟ କାଜୁ ଉନ୍ନୟନ ୱାର୍କର୍ସ ୟୁନିୟନ୍, ସିକୁ୍ୟରିଟି ସର୍ଭିସ ଏମ୍ଲୋଇଜ୍ ୟୁନିୟନ୍, ଓଡିଶା ସେତୁ ନିଗମ କର୍ମଚାରୀ ସଂଘ, ରାଜଧାନୀ ହୋଟେଲ୍ କର୍ମଚାରୀ ସଂଘ, ଷ୍ଟଟ୍ କୋପରେଟିଭ୍ ବ୍ୟାଙ୍କ ୱାର୍କର୍ସ ୟୁନିୟନ୍ ପ୍ରଭୁତି ୪୨ ପ୍ରମୁଖ କେନ୍ଦ୍ର ଓ ରାଜ୍ୟସରକାର କର୍ମଚାରୀ ଙ୍କ ସମେତ ବହୁ ଘରୋଇ କର୍ମଚାରୀ ଓ ଶ୍ରମିକ ସଂଗଠନ ଗୁଡିକ ଏଥିରେ ସଂପୃକ୍ତ ଅଛନ୍ତି ।
ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ମହାସଚିବ ସାଂସଦ ଶ୍ରୀ ସୁବାସ ସିଂହ ଦୀର୍ଘ ୨ବର୍ଷଧରି ଏହି ସଂଗଠନ ଗୁଡିକୁ ସାହାଯ୍ୟ ଓ ସହଯୋଗ କରି କାର୍ଯ୍ୟକରି ଆସୁଛନ୍ତି । ଏହି ମିଶ୍ରଣ ପର୍ବରେ ଶ୍ରୀ ସଂହ ଙ୍କ ସମେତ ଭୁବନେଶ୍ୱର ମଧ୍ୟମ ବିଧାୟକ ତଥା ଭୁବନେଶ୍ୱର ଅଟୋ ଚାଳକ ମହାସଂଘର ସଭାପତି ଶ୍ରୀ ଅନନ୍ତ ନାରାୟଣ ଜେନା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୁର ସଭାର ସର୍ବ ଭାରତୀୟ ଉପସଭାପତି ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହ, ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜୀବ ମହାନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।
ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ବକ୍ତବ୍ୟଦେଇ କହିଲେ ମୁଁ ଆପଣ ମାନଙ୍କ ସହିତ ବିଶେଷକରି ଶ୍ରୀ ନବ ମହାନ୍ତିଙ୍କ ସହିତ ଦୀର୍ଘଦିନ ଧରି ସମ୍ପର୍କରେ ଆସିଛି । ଆପଣଙ୍କ କାର୍ଯ୍ୟଧାରା କୁ ମୁଁ ଉଚ୍ଚପ୍ରସଂଶା କରୁଛି । ଆପଣମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟଧାରା ଓ ଓଡିଶା ବିକାଶର ଧାରାକୁ ଆଗେଇ ନେବା ପାଇଁ ଯେଉଁ ଆସ୍ଥାପ୍ରକଟ କରିଛନ୍ତି ସେଇଥିପାଇଁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ଦେଉଛି" ।
ଏହି ମିଶ୍ରଣ ପର୍ବରେ ସଂଗଠନ ମାନଙ୍କ ନେତୃତ୍ୱ ମଧ୍ୟରେ ରାଧାକାନ୍ତ ମାଝି, ବିକ୍ରମ ନାୟକ, ଦିବ୍ୟରଂଜନ ସେଠୀ, ରାଜେସ ବେହୁରା, ଗୈାରାଙ୍ଗ ପରିଡା, ରାଜେସ୍ ପଣ୍ଡା, କଳ୍ପନା ମହାନ୍ତି, ତୁଳସି ମହାପାତ୍ର, ରସ୍ମିତା ଜେନା,ଅରୁପାନନ୍ଦ ବରାଳ,ଶିବ ପ୍ରସାଦ ମୁଦୁଲି, କୈଳାସ ମହାପାତ୍ର, ସୁରେଶ ଦାସ, ବିଜୟ ପଟ୍ଟନାୟକ,ଯୋଗେନ୍ଦ୍ର ପଟ୍ଟନାୟକ, ଦେବେନ୍ଦ୍ର ସାହାଣୀ, ସର୍ବେଶ୍ୱର ମହାନ୍ତି, ଗୋବର୍ଧନ ପୃଷ୍ଟି, ବଟକୃଷ୍ଣ ବେହୁରା, ଦେବେନ୍ଦ୍ର ମଲିକ, ଦିଲିପ ପ୍ରଧାନ, କାମଦେବ ମୁଖି, ବିରଂଚି ନାରାୟଣ ଦତ,ବାନାମ୍ବର ଲେଙ୍କା, କାର୍ତିକ ଖୁଂଟିଆ, ବୃନ୍ଦାବନ ସେଠୀ, ଏମ୍.ଏମ୍. ପଟ୍ଟନାୟକ, ସଂଜିବ ଚୈାଧୁରୀ ପ୍ରଭୁତି ଉପସ୍ଥିତ ଥିଲେ ।

 

0
0
0
s2sdefault