ବରଗଡ଼ /ପାଇକମାଲ (ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲା ପାଇକମାଲ ର ସର୍ବ ପୁରାତନ ନୃସିଂହନାଥ କଲାପରିଷଦ ର ଏକ ସାଧାରଣ ବୈଠକ ନୃସିଂହନାଥ ଚାରା ରୋପଣ କେନ୍ଦ୍ର ପରିଷରରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ବୌଠକ ରେ ନୃସିଂହନାଥ ମନ୍ଦିର ର ବିଚାରପତି ସୁବୋଧ ପଣ୍ଡା ସଭାପତିତ୍ୱ କରି ଏହି ପୁରୁଣା କଲାପରିଷଦ ନୃସିଂହନାଥ କଲାପରିଷଦ ୧୮୮୩ ର ଅନୁଷ୍ଠାନ ଓ ଏହା ର କଲାକାର ମାନେ ସଦା ପ୍ରତିଷ୍ଠିତ ବୋଲି ମତ ଉପସ୍ଥାପନ କରିଥିବା ବେଲେ ବୌଠକ ରେ ଆସନ୍ତା ୧୪ ନଭେମ୍ବର ତାରିଖରେ ପାଇକମାଲ ର ପଥରେଲ ଗାଁରେ ଏକ ସ୍ବାସ୍ଥ୍ୟ ଶିବିର କରିବା ପାଇଁ ସର୍ବ ସମ୍ମତି କ୍ରମେ ନିସ୍ପତି ଗ୍ରହଣ କରାଯାଇଛି ।ଏହି ବୌଠକ ରେ ସୁବୋଧ ପଣ୍ଡା ସଭାପତିତ୍ୱ କରିଥିବା ବେଲେ ସପାଦନା କରିଥିଲେ ଚିତ୍ତରଞ୍ଜନ ସରାଫ , ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଦୁର୍ଯେଧନ ତ୍ରିପାଠୀ, ଦେବେନ୍ଦ୍ର ସାହୁ , ସହଦେବ ପ୍ରଧାନ , ବିଶ୍ବନାଥ ସେଠ , ପ୍ରେମସାଗର ଫୌଜଦାର , ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ନିଜନିଜ ମତାମତ ଉପସ୍ଥାପନ କରିବା ସହ ଆଗାମୀ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ବାସ୍ଥ୍ୟ ଶିବିର କରିବା ପାଇଁ ଆଲୋଚନା ମାନ କରିଥିଲେ ।
ରାଜ୍ୟ
ନୃସିଂହନାଥ କଲା ପରିଷଦ ଦ୍ବାରା ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
- Hits: 534