ହେଡଲାଇନସ୍:

ଉଦାସୀନ ପାଟଣାଗଡ଼ ବ୍ଲକ ପ୍ରଶାସନ : ଶୋଷ ମେଣ୍ଟାଇବା ଲୋକ ଶୋଷଣର ଶିକାର..

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଛୁଆର ନିମନ୍ତେ ଆଣିଲି ଆହାର, ଆହାର ଗିଳିଲା ଛୁଆକୁ, ହରିହେ ଦୁଃଖ ଜଣାଇବି କାହାକୁ"

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖରାଦିନେ ବାଟୋଇ ତଥା ପଥଚାରି ମାନଙ୍କ ପାଇଁ ଜଳଛତ୍ର ମାନ ଖୋଳିବାକୁ ବ୍ଳକ ଜରିଆରେ ପଞ୍ଚାୟତ ମାନଙ୍କୁ ଆଦେଶ ଦେଇଛନ୍ତି। କିନ୍ତୁ ବ୍ଳକ ପ୍ରଶାସନ ଏବଂ ପଞ୍ଚାୟତ ଅଧିକାରୀ ମାନଙ୍କ ଦ୍ବାରା କିଛି ନା କିଛି ଅର୍ଥ ଆତ୍ମସାତ ଅଭିହୋଗ ହେଉଛି ଲୋକଙ୍କ ପକ୍ଷରୁ ।ସୂଚନାଯୋଗ୍ୟ ଯେ,ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଭରତବାହାଲ ପଞ୍ଚାୟତରେ ଜଳଛତ୍ର ଦେଇଥିବା ଲୋକ ମାନଙ୍କୁ ଦୀର୍ଘ ଛଅ ମାସ ବିତିଯାଇଥିଲେ ସୁଦ୍ଧା ତାଙ୍କର ପାଇବାକୁ ଥିବା ପାରିଶ୍ରମିକ ପାଉଣା ମିଳିନଥିବାର ଅଭିଯୋଗ ଇତିମଧ୍ୟରେ ହୋଇଛି!ପ୍ରକାଶ ଥାଉକି,ଉକ୍ତ ପଞ୍ଚାୟତର ଦେବାର୍ଚନ ବାଗ ଭରତବାହାଲ,ବେଣୁଧର ନାଏକ,ରତ୍ନା ତ୍ରିପାଠୀ,ଲାଲଚି ବିଶି ଠେଲକୋଛାପରର ହୋଇଥିବା ବେଳେ ସାର୍ଦୁଲ ଭୋଇ ଚମ୍ପାସର,ଫକିର ଜାଲ ମୁନ୍ଦଲସର ଏମାନେ ଚଳିତ ବର୍ଷ ଗ୍ରୀଷ୍ମ କାଳରେ ପାଣିଛତ୍ର ଖୋଲି ପ୍ରଚଣ୍ଡ ଗ୍ରୀଷ୍ମରେ ଲୋକଙ୍କୁ ପାଣି ଯୋଗାଇ ଥିଲେ!  ଅପ୍ରେଲ ୧ ରୁ ଜୁନ ୧୫ ପର୍ଯ୍ୟନ୍ତ ଦେଇଥିବା ବେଳେ ଏମାନଙ୍କ ପାରିଶ୍ରମିକ ଟଙ୍କା ଆଜି ପର୍ଯ୍ୟନ୍ତ ପାଇନାହାନ୍ତି। ଅନେକ ଥର ପଞ୍ଚାୟତ ସରପଞ୍ଚ ମମତା ମହାଲିଙ୍ଗ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଜଣାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି।ଏ ବିଷୟରେ ବ୍ଳକ ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ସେଥିପାଇଁ ସେମାନେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ସାରା ଓଡିଶା ରାଜ୍ୟରେ ପାଣିଛତ୍ର ବିଲ୍ ଦିଆହୋଇଥିବା ବେଳେ ଏହି ପଞ୍ଚାୟତ ଟି କେଉଁ ରାଜ୍ୟରେ ଯାଉଛି ଓ ଏଠାକାର ଆଇନ ପ୍ରଣୟନ ଅଲଗା କି ବୋଲି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? ସବୁବେଳେ ଏହି ପଞ୍ଚାୟତ ରେ ଦୁର୍ନୀତି ର ସୀମା ଟପିଯାଉଛି ଯାହା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ହେଉ କିମ୍ବା ଅନ୍ୟ କୌଣସି ଯୋଜନା ହେଉ।ଏହି ପଞ୍ଚାୟତ ପାଟଣାଗଡ଼ ବ୍ଳକର ଶେଷ ସୀମା ହୋଇଥିବା ଯୋଗୁଁ ଏଠାକୁ ବ୍ଳକ ପ୍ରଶାସନ ନଜରବି ପଡୁନି
ବୋଲି ପ୍ରତ୍ୟେକ କାର୍ଯ୍ୟରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏହି ବିଷୟରେ ପ୍ରତିକ୍ରିୟା ନେବା ପାଇଁ ଇଓ ମିଶ୍ର ବାବୁଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁସେ କଲ୍ ଗ୍ରହଣ କଲେନାହିଁ।ଆହୁରିବି ସେହି ମହାତ୍ମା କାହାରି କଲ୍ ଗ୍ରହଣ କରନ୍ତି ନାହିଁ କିମ୍ବା ଉପରିସ୍ଥ ଅଧିକାରୀଙ୍କୁ ଭୟ ମଧ୍ୟ କରନ୍ତି ନାହିଁ ବୋଲି ଶୁଣାଯାଏ।ଏ ବିଷୟରେ ଜି.ପି.ଇ.ଓ. କାଲସାଏ ବାବୁଙ୍କୁୁୁ  ବୁଝିବାରୁ ସେ କହିଲେ କି,ମୁଁ କିଛି ଜାଣିନାହିଁ ଆଉ କିଛି କହିପାରିବି ନି ମଧ୍ୟ ବିଡ଼ିଓ ମହାଶୟଙ୍କୁ ଯାଇ ପଚାର।ଏଥିପ୍ରତି ଜିଲ୍ଲା ପ୍ରଶାସନ ତତକ୍ଷଣାତ ଦୃଷ୍ଟି ଦେଇ ସରକାରୀ ନିର୍ଦେଶକୁ ପାଲନ କରିନଥିବା ଇଓ ଏବଂ ସରପଞ୍ଚ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବୀ ହେଉଛି |

0
0
0
s2sdefault