ହେଡଲାଇନସ୍:

ମମିତା କୁ ନ୍ୟାୟ ଦେବା ପାଇଁ ବିଜେପୁର ଭୁଲିଆ ମେହେର ସମାଜ ର ଶୋଭାଯାତ୍ରା ଓ ତହସିଲଦାରଙ୍କୁ ଦାବୀ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପଦ୍ମପୁର(ଶାସକପ୍ରଶାସକ) - ସାରା ରାଜ୍ୟରେ ରେ ଚହଲ ପକାଇଥିବା ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡ କୁ ନେଇ ଆଜି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଭୁଲିଆ ମେହେର ସମାଜ ର ସଭାପତି ହୃଷିକେଶ ମେହେର ଙ୍କ ଅଧକ୍ଷତା କରିଥିବା ବେଲେ ଜିତେନ୍ଦ୍ରିୟ ମେହେର ସଂଯୋଜନ ରେ ମା ସମଲେଶ୍ବରୀଙ୍କ ତୈଲଚିତ୍ର ରେ ପୂଜାର୍ଚ୍ଚନା କରି ଜାତିର ଭଉଣି ମମିତା ମେହେରଙ୍କ ଆତ୍ମା ର ସଦ୍ଗତି ନିମନ୍ତେ 2 ମିନିଟ ନିରବ ପ୍ରାଥନା କରାଯାଇଥିଲା ଏବଂ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ କରି ମଧ୍ୟ ପଡ଼ା ସ୍ଥିତ ଗଙ୍ଗାଧର ମେହେର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତହସିଲ କାର୍ଯ୍ୟାଳୟ ଅଭିମୁଖେ ୭ ଦଫା ଦାବି ନେଇ ୫୦୦୦ ରୁ ଉର୍ଦ୍ଧ୍ବ ସଂଖ୍ୟାର ଭୁଲିଆ ସମାଜ ର ସାଦସ୍ୟ ଗଣ ଯୋଗଦେଇ ବିଜେପୁର ଉପର ପଡ଼ା ରୁ ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା କରି ମମିତା ମେହେର ଙ୍କ ନ୍ୟାୟ ଦାବୀ ରେ ବିଭିନ୍ନ ନାରାବାଜି କରି ନଗର ପରିକ୍ରମା କରିଥିଲେ। ସମସ୍ତ ମହିଳା ସମ୍ବଲପୁରୀ ଶାଢ଼ୀ ପରିଧାନ କରିଥିବା ବେଳେ ପୁରୁଷ ଗଣ ମଧ୍ୟ ସମ୍ବଲପୁରୀ ପୋଷାକ ପାରିଧାନ କରି ଭୁଲିଆ ସମାଜ ର ଏକ ସ୍ୱତନ୍ତ୍ର ପରିଚୟ ଦେଇ ଦୀର୍ଘ ଅଢେ଼ଇ କିଲୋମିଟର ପରିଭ୍ରମଣ କରିଥିଲେ । ତହସିଲ କାର୍ଯ୍ୟାଳୟ ପହଂଚିବା ପରେ ଶାନ୍ତି ଶୃଙ୍ଖଳା ର ସହିତ ଏକ ସଭା କରାଯାଇଥିଲା ଏହି ସଭାରେ ବିଜେପୁର ବ୍ଲକ ଭୁଲିଆ ସମାଜ ର ସଭାପତି ହୃଷିକେଶ ମେହେର ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଜିତେନ୍ଦ୍ରିୟ ମେହେର କାର୍ଯ୍ୟ ପରିଚାଳନା କରିଥିଲେ ।ବରଗଡ଼ ଜିଲ୍ଲା ବୁଣାକାର ସଙ୍ଘ ର ସଭାପତି ଅଯୋଧ୍ୟା ମେହେର , ସଂଵାଦକ ଯଶୋବନ୍ତ ମେହେର , ବରିଷ୍ଠ ସଦସ୍ୟ ଯୋଗେଶ୍ ଚନ୍ଦ୍ର ମେହେର , ଅହଲ୍ୟା ମେହେର , ହୃଷିକେଶ ମେହେର , ପ୍ରମୁଖ ସଦସ୍ୟ ଗଣ ମମିତା ମେହେର ଙ୍କ ହତ୍ୟା କାଣ୍ଡ ର ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାଷଣ କରିଥିଲେ ପରେ ତହସିଲଦାର ଆର୍ଟ ଟ୍ରାନ ଥାର୍ଟ ଙ୍କୁ ୭ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା

0
0
0
s2sdefault