ହେଡଲାଇନସ୍:

ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଅନୁଚିତ, ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ : ମନ୍ତ୍ରୀ ଡ. ଅରୁଣ ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାମୁଦ୍ରିକ କଇଁଛ ଅଲିଭ ରିଡଲେ ସଂରକ୍ଷଣ : ମାଛଧରା ନିଷିଦ୍ଧାଞ୍ଜଳ ସତର୍କ ସୂଚନା ପ୍ରଦାନ ପାଇଁ ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍ ଲୋକାର୍ପଣ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତା ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହୋ ବୋଲି ଆଜି କୃଷି ଭବନସ୍ଥିତ ପ୍ରେକ୍ଷାଳୟରେ "ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍' (ଏଫ୍ଏଫ୍ଏମ୍ଏ)କୁ ଲୋକାର୍ପଣ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି |
ଏହି ଆପକୁ ଲୋକାର୍ପିତ କରି ଡ଼ ସାହୁ କହିଛନ୍ତି " ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ୫-"ଟି' ମନ୍ତ୍ର ଅଧୀନରେ ଟେକ୍ନୋଲୋଜିର ବ୍ୟବହାରକୁ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରାଯାଇଛିା ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସାଧାରଣ ଜନତାଙ୍କୁ ରାଜ୍ୟ ସରକାର ଅନେକ ସେବା ଯୋଗାଇ ଆସୁଛନ୍ତିା ଆଜି ଶୁଭାରମ୍ଭ ହେଉଥିବା ମୋବାଇଲ୍ ଆପ୍ ରାଜ୍ୟ ସରକାରଙ୍କର ଜନମୁଖୀ ଯୋଜନାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦା ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିରଳ ଅଲିଭ୍ ରିଡ୍ଲେ ସାମୁଦି୍ରକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲୋ ମନ୍ତ୍ରୀ ଡ. ସାହୁ ସୂଚନା ଦେଇଥିଲେ ଯେ ଏହି ମୋବାଇଲ୍ ଆପ୍ଲିକେସନ୍ ନିମନ୍ତେ ଇଣ୍ଟରନେଟର ଆବଶ୍ୟକତା ପଡ଼ିବ ନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ୍-ଲାଇନରେ ଏହା କାର୍ଯ୍ୟ କରିବା ଏହା ଦ୍ୱାରା କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳଠାରୁ ଦୂରେଇ ରହିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ଏହି ଆପରୁ ସତର୍କ ସୂଚନା ମିଳିପାରିବା ଫଳରେ ଅଜାଣତରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଦଣ୍ଡବିଧାନଜନିତ ଅପ୍ରୀତିକର ପରିସ୍ଥିତିରୁ ମତ୍ସ୍ୟଜୀବୀ ବଂଚିପାରିବୋ ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନ ଓ ଦୃଢ଼ ନେତୃତ୍ୱ ଯୋଗୁଁ ମତ୍ସ୍ୟସଂପଦ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ନୂତନ ଶିଖରରେ ପହଂଚିପାରିବା ସହ ମାଛ ଉତ୍ପାଦନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଆଜି ଚତୁର୍ଥ ସ୍ଥାନରେ ପହଂଚିପାରିଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲୋ
ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ସହଯୋଗରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ଏହି "ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍' ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ୍ଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବା ସହିତ ଏହି ମୋବାଇଲ୍ ଆପ୍ ପାଣିପାଗ ସଂପର୍କିତ ଆଗୁଆ ସୂଚନା, ସମ୍ଭାବ୍ୟ ମାଛ ମିଳିବା ସ୍ଥାନ, ସାମୁଦ୍ରିକ ସ୍ଥିତିର ପୂର୍ବାନୁମାନ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଓ ଅନ୍ୟ ବିପର୍ଯ୍ୟୟ ସୂଚନା ଆଦି ପ୍ରଦାନ କରୁଥିବାରୁ ମନ୍ତ୍ରୀ ଡ. ସାହୁ ଏହାକୁ ନାଭିଗେଟର ସହ ତୁଳନା କରିଛନ୍ତିା ଏହି ଆପ୍ ଦ୍ୱାରା ସଂପୃକ୍ତ ୧.୫୦ ଲକ୍ଷ ସକି୍ରୟ ସାମୁଦି୍ରକ ମତ୍ସ୍ୟଜୀବୀ ଉପକୃତ ହେବୋ ମତ୍ସ୍ୟଜୀବୀମାନଙ୍କ ବ୍ୟତୀତ ସଂପୃକ୍ତ ବନବିଭାଗ କର୍ମଚାରୀମାନେ ମଧ୍ୟ ଏହି ଆପ୍କୁ ବ୍ୟବହାର କରିବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଥିଲୋ
ପ୍ରକାଶ ଥାଉ କି, ପ୍ରତିବର୍ଷ ଏହି ବିରଳ ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଛ ହଜାର ହଜାର ମାଇଲ୍ ଦୂରରୁ ଧାମରା, ଦେବୀନଦୀ, ଋଷିକୂଲ୍ୟା ନଦୀମୁହାଣ ଏବଂ ଗହୀରମଥା ସାମୁଦି୍ରକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତିା ଏହି ଲୋକାର୍ପଣ ଉତ୍ସବକୁ ସମ୍ବୋଧିତ କରି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ସାମୁଦ୍ରିକ ମାଛ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧.୭୨ ଲକ୍ଷ ମେଟି୍ରକ୍ ଟନରେ ପହଂଚିବା ସହ ଅନ୍ତରାଷ୍ଟ୍ରୀୟ ବଜାରକୁ ଗତ ୨୦ ବର୍ଷରେ ରାଜ୍ୟର ସାମୁଦି୍ରକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲୋ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ଶଶି ପାଲ୍ ପ୍ରତିବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ଏହି ବିରଳ ପ୍ରଜାତିର କଇଁଛ ଆମ ରାଜ୍ୟକୁ ଅଣ୍ଡାଦାନ ନିମନ୍ତେ ଆସୁଥିବାବେଳେ ଏମାନଙ୍କ ପ୍ରତି ହୋଇଥିବା ଆମର ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦର୍ଶାଇଥିଲୋ
ଏହି ଲୋକାର୍ପଣ ଉତ୍ସବରେ ସ୍ୱାଗତ ଭାଷଣ ଦେଇ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପ୍ରାୟ ୧୪ ଲକ୍ଷ ଲୋକ ଜଡ଼ିତ ଥିବା କଥା କହିଥିଲୋ ଆଗାମୀ ଦିନରେ ଏହି ମୋବାଇଲ୍ ଆପ୍ଲିକେସନ୍ରେ ଆହୁରି ବୈଶିଷ୍ଟ୍ୟ ଯୋଗହେବ ବୋଲି ସେ କହିଥିଲୋ ରାଜ୍ୟର ବିଭିନ୍ନ ୧୧ଟି ସ୍ଥାନରୁ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବିଭାଗର ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲୋ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ପ୍ରଣାଳୀ ଉପରେ ଏକ କଥାଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲୋ

0
0
0
s2sdefault