ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ତହସିଲ ଓ ଏନଏସି ପ୍ରଶାସନ ଦ୍ୱାରା ଆଜି ସକାଳ ୧୦ ସମୟରେ ଓଡ଼ଗାଁ ଏନଏସି ଏବଂ ବ୍ଳକ ଅଂଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ଦଖଲ ହୋଇଥିବା ଜାଗାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାରିଙ୍ଗୀ ମୈାଜାକୁ ଲାଗି ଦଲକ ମୈାଜାରେ ରହିଥିବା ପ୍ରକଳ୍ପ ପ୍ରାଇମେରୀ ସ୍କୁଲର ପଛ ପାଖରେ ବେଆଇନ ଭାବେ ଜବର ଦଖଲ ହୋଇ ଛାତ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ୪ ଗୋଟି ନିର୍ମାଣାଧିନ ଗୃହକୁ ପ୍ରଶାସନ ଦ୍ୱାରା ଭାଙ୍ଗି ଦିଆଯାଇଛି । ଓଡ଼ଗାଁ ଏନଏସି ଅଂଚଳର ଦଲକ ଏବଂ ଜାରିଙ୍ଗୀ ମୈାଜାରେ ବହୁ ବହୁଦିନ ଧରି ଅବାଦ୍ଧରେ ସରକାରୀ ଅନାବାଦୀ, ଗୋଚର ଏବଂ ଜଙ୍ଗଲ କିସମ ଜମିକୁ ବେଆଇନ ଭାବରେ ଜବର ଦଖଲ କରିବା ସହିତ କେତେକ କ୍ଷେତ୍ରରେ ବିଭିନ୍ନ ଉପାୟରେ ବିକ୍ରୟ କରାଯାଉଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ବେଆଇନ ଭାବେ ସେହି ସ୍ଥାନ ମାନଙ୍କରେ ଗୃହ ନିର୍ମାଣ କରାଯାଉଛି । ଏନେଇ ପୂର୍ବରୁ ବହୁବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପର ହୋଇ ଉଠିବା ସହିତ ବେଆଇନ ଉଚ୍ଛେଦ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି ୪ ଅର୍ଦ୍ଧ ନିର୍ମିତ ଗୃହକୁ ଉଚ୍ଛେଦ କରିବା ସହିତ ଓଡ଼ଗାଁ ନୂତନ କୋଟ ବିଲଡିଙ୍ଗ ସାମ୍ନା ନୟାଗଡ଼ -ଓଡ଼ଗାଁ ମୁଖ୍ୟ ସଡ଼କ ପର ପାଶ୍ୱର୍ରେ ଘଷାଦେଇପୁରର ମୈାଜାର ୩୦ ଡେସିମିଲି ଗୋଚର ଜାଗାକୁ ଲାଗି ରହିଥିବା ଘରୋଇ ଜମିକୁ ପଶ୍ଚିମ ପାଶ୍ୱର୍ରେ କଦଳିବନ୍ଧ ମୈାଜାର ଜଙ୍ଗଲ-୨ କିସମ ଜମି ଲାଗି ରହିଛି । ଜଙ୍ଗଲ-୨ କିସମ ଜମିକୁ ଘରୋଇ ଜାଗା ମାଲିକମାନେ ରାସ୍ତା ଦର୍ଶାଇ ନିଜର ଜମିକୁ ଘରବାରି କରାଇ ନେଇଛନ୍ତି । ତେବେ ଗୋଚର ଏବଂ ଜଙ୍ଗଲ-୨ ଜମିକୁ ରାସ୍ତା ଦର୍ଶାଇ ସରକାରୀ ତହବିଲରେ ଅର୍ଥ ଜମା କରି ଘରବାରୀରେ ପରିଣତ କରିବା ସମ୍ପୁର୍ଣ୍ଣ ନିଷିଦ୍ଧ ଥିବା ବେଳେ ଏହା କିପରି ସମ୍ଭବ ହୋଇ ପାରିଲା ତାହା ସନ୍ଦେହ ସୃଷ୍ଟି କରିଛି । ଆଜି ଉକ୍ତ ବିବାଦୀୟ ଅଂଚଳକୁ ପ୍ରଶାସନ ଦ୍ୱାରା ଚିହ୍ନଟ କରାଯାଇ ତାହାର ଚାରି ପାଶ୍ୱର୍ରେ ୫ ଫୁଟ ଗଭିର ଗାତ ଖୋଳାଯିବା ସହିତ ଏହି ଅଂଚଳକୁ ସର୍ବ ସାଧାରଣ ପ୍ରବେଶ ନିଷେଧ ଘୋଷଣା କରାଯାଇଛି । ଏଥି ସହିତ ଘଷାଦେଇପୁରୁ ଠାରେ ୮ ଏକର ୫୦ ଡେସିମିଲି, କୋମଣ୍ଡ ପଥରା ଛକଠାରେ ୩୦ ଏକର ୯୫ ଡେସିମିଲିକୁ ପ୍ରଶାସନ ନିଜ ଅକ୍ତିଆରକୁ ଆଣି ସେଠାରେ ସୂଚନା ଫଳକ ଲଗାଇବା ସହିତ ତହସିଲ ପକ୍ଷରୁ ସର୍ବସାଧାରଣ ନିଷିଦ୍ଧାଚଂଳ ଘୋଷଣା କରାଯାଇଥିବା ଜଣାଯାଇଛି ।