ହେଡଲାଇନସ୍:

"ବେଆଇନ ଦଖଲ ମୁକ୍ତ ହେଉ ଗାନ୍ଧୀ ପାର୍କ ଓ ଖଦୀ ଉତ୍ପାଦନ କେନ୍ଦ୍ର"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକ ରୋଡ ମୁଖଦେଶ ବାମ ପାଶ୍ୱର୍ରେ ଅବସ୍ଥିତ ଓଡ଼ଗାଁ ମୈାଜାର ୨୨୨୮/୨୭୧୭-୦ ଏ.୧୦ ଡେସିମିଲି ଓ ୨୨୨୮/୨୯.୧୧-୦ ଏ. ୪ ଡେସିମିଲି ଜାଗାରେ ସ୍ଥାପନ ହୋଇଥିବା ଗାନ୍ଧୀ ପାର୍କ ଓ ଖଦୀ ଉତ୍ପାଦନ କେନ୍ଦ୍ରକୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଓଡ଼ଗାଁ ବିକାଶ ପରିଷଦ ତହସିଲଦାରଙ୍କ ନିକଟରେ ଦାବୀ ଜଣାଇଛନ୍ତି । ଏଠାରେ ଗାନ୍ଧୀଙ୍କ ପ୍ରତିମୂର୍ତୀ ସ୍ଥାପନ ହେବା ସହିତ ଗାନ୍ଧୀଙ୍କ ସ୍ୱଦେଶୀ ସଂସ୍କୃତିକୁ ଗ୍ରହଣ କରି ଏହି ସ୍ଥାନରେ ଚରଖା ମାଧ୍ୟମରେ ସୁତା କାଟି ଖଦଡ଼ ସୁତାରେ ବିଭିନ୍ନ ବସ୍ତ୍ର, ଲୁଗା, ଗାମୁଛା ଆଦି ସୁଲଭ ମୂଲ୍ୟରେ ବିକ୍ରୟ କରାଯାଉଥିଲା । କାଳକ୍ରମେ ଖଦି ଉତ୍ପାଦନ ବନ୍ଦ ହୋଇ ଯାଇଥିବା ବେଳେ ଏହି ଅନୁଷ୍ଠାନକୁ ବୁଝାସୁଝା କରୁଥିବା ଜନୈକ ବ୍ୟକ୍ତି ଗାନ୍ଧି ପାର୍କର କିଛି ଅଂଶ ସହିତ ସମ୍ପୁର୍ଣ୍ଣ ଖଦି ଉତ୍ପାଦନ କେନ୍ଦ୍ରକୁ ନିଜ ଦଖଲକୁ ନେଇ ଏବେ ସ୍ଥାୟୀ କୋଠା ଗୃହ ନିର୍ମାଣ କରିଛନ୍ତି ।

ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏପରି ଜବରଦଲହଲକୁ ବହୁବାର ବିରୋଧ କରି ଆସୁଥିବା ବେଳେ ବର୍ତମାନ ସେଠାରେ ପକ୍କାଘର ନିର୍ମାଣ କରାଯାଉଥିବାରୁ ତୁରନ୍ତ ଏହି ସ୍ଥାନକୁ ଜବରଦଖଲ ମୁକ୍ତ କରିବାକୁ ଓଡ଼ଗାଁ ଆଁଚଳିକ ବିକାଶ ପରିଷଦ ଆଜି ପୁନର୍ବାର ତହସିଲଦାରଙ୍କୁ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏଥି ସହିତ ପଂଚାୟତ ଓ ଆଇନ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଏବଂ ନୟାଗଡ଼ ଜିଲ୍ଲା ପାଳଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି । ଗୁରୁତର ସହ ଏହାକୁ ବିଚାର ନେଇ ଉକ୍ତ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାନଗଲେ ପରବର୍ତି ସମୟରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ସାହୁ ସୁଚନା ଦେଇଛନ୍ତି ।

 

0
0
0
s2sdefault