ହେଡଲାଇନସ୍:

୨୯ରେ ଭୁବନେଶ୍ୱରରେ ପହଁଚିବ ବିଜୟ ମଶାଲ : ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩୧ରେ ରବିନ୍ଦ୍ର ମଣ୍ଡପଠାରେ ହେବ ସାସ୍କୃତିକ କାର୍ଯ୍ୟକ୍ରମ ।

ନଭେମ୍ବର ୫ରେ ପୁରୀ ସମୁଦ୍ରକୂଳରେ ବାଲୁକା କଳା ପ୍ରଦର୍ଶନୀ ସ୍ଥଳରେ ପହଁଚିବ ,୬ରେ ବାଲେଶ୍ୱର ଅଭିମୁଖେ ଯାତ୍ରା ।

ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଅକ୍ଟୋବର ୨୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡିଶାରେ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ଆସନ୍ତା କାଲି ୨୯ ତାରିଖରେ ଭୁବନେଶ୍ୱରରେ ପହଁଚିବ । ଏହି ବିଜୟ ମଶାଲ ତଥା ୧୯୭୧ ଯୁଦ୍ଧର ବୀର ଯବାନମାନମାନଙ୍କ ସମ୍ମାନ ପ୍ରଦର୍ଶନ ନିମନ୍ତେ ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ହେଡ୍କ୍ୱାଟର୍ସ ତରଫରୁ ଓଡିଶା ସରକାରଙ୍କ ସହଯୋଗର ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଜି ଆଇ.ଏନ୍.ଏସ୍ ଚିଲିକାଠାରେ ଥିବା ଏହି ବିଜୟ ମଶାଲ ଆସନ୍ତା କାଲି ଅପରାହ୍ଣ ପ୍ରାୟ ୧୨.୩୦ରୁ ୧.୩୦ ମଧ୍ୟରେ ତମାଣ୍ଡୋ ଠାରେ ଓ ୧. ୩୦ମି.ରୁ ୩ଟା ମଧ୍ୟରେ ଭୁବନେଶ୍ୱର ୧୨୦ ବାଟାଲିୟନରେ ପହଁଚିବ । ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ୱର ଓ ୪ ତାରିଖରେ କଟକରେ ରହୁଥିବା ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହକୁ ବିଭିନ୍ନ ସମୟରେ ଯାତ୍ରା କରିବ । ୩୦ ତାରିଖ ଅପରାହ୍ଣରେ ରାଜ ଭବନରେ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରାଯିବା ସହ ବୀର ଯବାନମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ୩୧ ତାରିଖରେ ଜୟଦେବ ବିହାର ସ୍ଥିତ ଆର୍.ବି.ଏଲ୍ ବ୍ୟାଙ୍କଠାରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରାରେ ବିଜୟ ମଶାଲ ଖଣ୍ଡଗିରି, ପଳାସପଲୀ୍ଲ. ନବୀନ ନିବାସ, ଫରେଷ୍ଟପାର୍କ, ଶିଶୁ ଭବନ,ମାଉସୀମା ମନ୍ଦିର ଛକ ଦେଇ ହୋଟେଲ ଗ୍ରାଣ୍ଡ ଆସିବ । ଏହି ଦିନ ସଂଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କୋଭିଡ୍ କଟକଣା ଅନୁପାଳନ ଦୃଷ୍ଟିରୁ ସେଠାରେ ସିମୀତ ସଂଖ୍ୟକ ଅତିଥି ଓ ଯୁଦ୍ଧ ବୀର ଯବାନମାନେ ଉପସ୍ଥିତ ରହିବେ । ୧ ତାରିଖ ସକାଳେ ବିଜୟ ମଶାଲ ସୈନିକ ସ୍କୁଲ ଯାତ୍ରା କରିବା ସହିତ ସେଠାରେ ସ୍କୁଲ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଦିନ ପୂର୍ବାହ୍ନରେ ବି.ଏସ୍.ଏଫ୍ ଓ ୨ ତାରିଖ ସକାଳେ ବିଜୟ ମଶାଲ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଓ ୩ ତାରିଖରେ ଡିଏଭି ପବ୍ଲିକ୍ ସ୍କୁଲ,ୟୁନିଟ୍-୮ ଏବଂ ଏନ୍.ସି.ସି କ୍ୟାମ୍ପ,ଆଦିବାସୀ ପଡିଆ-ୟୁନିଟ୍-୧ରେ ପହଁଚିବ । ୫ ତାରିଖ ସକାଳେ ବିଜୟ ମଶାଲ ପୁରୀ ସମୁଦ୍ରକୂଳଠାରେ ଆୟୋଜିତ ବାଲୁକା କଳା ପ୍ରଦର୍ଶନୀ ସ୍ଥଳରେ ପହଁଚିବ । ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ପରେ ପରେ ବିଜୟ ମଶାଲ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯାତ୍ରା କରିବ । ୬ ତାରିଖ ସକାଳେ ଏହା ବାଲେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୧୨୦ ବାଟାଲିୟନ ଷ୍ଟେସନ ହେଡ କ୍ବାଟର୍ସ, ଭୁବନେଶ୍ୱର ତରଫରୁ ସୂଚନା ଦିଆଯାଇଛି ।

0
0
0
s2sdefault