ହେଡଲାଇନସ୍:

ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆର୍. ବି.ଏସ୍. କେ ତରଫରୁ ଆୟୋଜିତ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷା କାର୍ଯ୍ୟକ୍ରମ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା , ଦାନ୍ତ ସମ୍ବନ୍ଧୀୟ ସମସ୍ୟା , ଦୃଷ୍ଟିଶକ୍ତି ଇତ୍ୟାଦି ପରୀକ୍ଷା କରାଯାଇଥିଲା।
ଏହି ପରୀକ୍ଷା ଗୁରାଣ୍ଡି ସ୍ଥିତ ଚିକିତ୍ସାଳୟର ଡାକ୍ତର ଲିପ୍ସା ମିଶ୍ର ଓ ଫାର୍ମାସିଷ୍ଟ କେ. ସ୍ୱପ୍ନା ଛାତ୍ରୀ ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିଥିଲେ ଏବଂ କିଭଳି କରୋନା ସମୟରେ ସଚେତନ ରହିବେ ପରାମର୍ଶ ଦେଇଥିଲେ।
ଉଚ୍ଚବିଦ୍ୟାଳୟର ଅଧ୍ୟକ୍ଷା ଶୀମତି ଅମ୍ବିକା ଦେବୀ , ବରିଷ୍ଠ ପ୍ରାଧ୍ୟାପିକା ଡ଼. ମନୋଶ୍ୱିନୀ ଦାସ , ପଣ୍ଡିତ ରଘୁନାଥ ପାତ୍ର , ଡ୍.ନୃସିଂହ ପ୍ରସାଦ ପାଣିଗ୍ରାହୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।

0
0
0
s2sdefault