ହେଡଲାଇନସ୍:

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ତିନୋଟି ଶିବିର ଯଥାକ୍ରମେ ବରିକେଲ,ସିଂହନପୁର ଓ ଚାରପାଲି ଗ୍ରାମରେ ଉଦଘାଟିତ ହୋଇଥିଲା । ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ ରାଜ ବୋଡାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜନକ ଲାଲ ମେହେର । ପ୍ରତ୍ୟେକ ଦିନ ତିନୋଟି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ,ପରିବେଶ ସୁରକ୍ଷା,ବେଟି ପଢାଓ,ବେଟି ବଚାଓ ,ବର୍ଯ୍ଯବସ୍ତ ପରିଚାଳନା ଆଦି ଜନ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ପଦ୍ମପୁର କେନ୍ଦୁପତ୍ର ବିଭାଗ ବନଖଣ୍ଡ ଅଧିକାରୀ ଶ୍ରୀ ବାସିଲ ବାରଲା ଯୋଗଦାନ କରି ଉଦବୋଧନ ଦେଇଥିଲେ । ସଭାରେ ଡ.ଦୁଃଖିଶ୍ଯାମ ସାହୁ ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ବୁନି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅଧ୍ୟାପକ ସଂଜୟ ଟିଗା ପୁରସ୍କାର ବିତରଣ କୁ ପରିଚାଳନା କରିଥିଲେ । ସଭାରେ ଡ.ସରୋଜ କୁମାର ନାଏକ,ପ୍ରାଧ୍ୟାପକ ସରୋଜ କୁମାର ପ୍ରଧାନ,ଡ.ବିରଞ୍ଚ ସାହୁ,ଅଧ୍ୟାପକ ତଷୋବନ୍ତ ବାରିକ,ବିଶ୍ବରାଜ ପାତ୍ର,ଅଧ୍ୟାପିକା ରୀନାଧର୍ମ ବିନାୟକ ପ୍ରମୁଖ ଯୋଗଦାନ କରିଥିଲେ ।

0
0
0
s2sdefault