ହେଡଲାଇନସ୍:

ଚମ୍ପୁଆ ରେଞ୍ଜରେ ଘୁରି ବୁଲୁଛି ଆହତ ଦନ୍ତା ହାତୀ,  ଠାବ କରିପାରୁନି ବନବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚମ୍ପୁଆ ରେଞ୍ଜରେ ଘୁରି ବୁଲୁଛି ଆହତ ଦନ୍ତା ହାତୀ,  ଠାବ କରିପାରୁନି ବନବିଭାଗ 

ବଡ଼ବିଲ : (ଚିତ୍ତରଞ୍ଜନ କର) ଚମ୍ପୁଆ ରେଞ୍ଜ ଅଂଚଳରେ ଘୁରି ବୁଲୁଥିବା ଏକ ଦନ୍ତା ହାତୀ ଶରୀରରେ କ୍ଷତ ସୂଚନା ମିଳିଛି । ଦନ୍ତା ହାତୀଟିର ପିଠିରେ କ୍ଷତ ହୋଇଥିବା ସୂଚନା ଦେଇଛନ୍ତି  ଚମ୍ପୁଆ ଡେପୁଟି ରେଞ୍ଜର । ଗତ ସୋମବାର ଝରଣ ଜଙ୍ଗଲରେ ଏହି  କ୍ଷତାକ୍ତ ଦନ୍ତାକୁ କିଛି ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମଧ୍ୟ କ୍ଷତାକ୍ତ ଦନ୍ତାହାତୀକୁ  ଦେଖିଥିଲେ । ମାତ୍ର ଆହତ ହାତୀଟିକୁ ଟ୍ରାକରେ ନ ରଖି ଛାଡି ଦିଆଗଲା ପରେ ଏବେ ହାତୀଟିକୁ ଠାବ କରି ଚିକିତ୍ସା  କରିବାପାଇଁ ବନ ବିଭାଗ ତରଫରୁ ପ୍ରୟାସ ଚାଲିଛି । ମାତ୍ର ୩  ଦିନ ପରେ ସୁଦ୍ଧା ଆହତ ଦନ୍ତାହାତୀକୁ ଠାବ କରିବାକୁ ସକ୍ଷମ ହୋଇପାରି ନାହାନ୍ତି ବନ କର୍ମଚାରୀ । ଏବେ ଆହତ ହାତୀ ଚମକପୁର ଓ ଶରଗିତଳିଆ  ଜଙ୍ଗଲ ଅଂଚଳରେ ଥିବା କୁହାଯାଉଛି । ତେବେ କ୍ଷତାକ୍ତ ଦନ୍ତାକୁ ଅତି ଶୀଘ୍ର ଠାବ କରାଯାଇ ଚିକତ୍ସା କରା ନ ଗଲେ ହାତୀର ଜୀବନ ପ୍ରତି ବିପଦ ଦେଖାଯିବ। ଆହତ ଦନ୍ତା ହାତୀର ବୟସ ପ୍ରାୟ ୨୦ ବର୍ଷ ମଧ୍ୟରେ ହେବ । ଡ୍ରନ କ୍ୟାମେରାର ସାହାଯ୍ୟ ନିଆଗଲେ ହାତୀର ସନ୍ଧାନ ମିଳିପାରିବ ଏବଂ ହାତୀଟିର ସ୍ୱାସ୍ଥ୍ୟ ଉପଚାର କରାଯାଇ ପାରିବ ବୋଲି ସାଧାରଣରେ ଦାବି କରାଯାଇଛି ।

 

 

 

0
0
0
s2sdefault