ହେଡଲାଇନସ୍:

କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା, ସଂଘର ନୂତନ କର୍ମକର୍ତ୍ତା ଗଠନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼(ଯତୀନ୍ଦ୍ର ନନ୍ଦ ): ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଅଧିନରେ କାର୍ଯ୍ୟରତ‌ ସିଜିନାଲ କର୍ମଚାରୀ ମାନଙ୍କର ଏକ ଆହ୍ୱାନ କ୍ରମେ କେନ୍ଦୁମୁଣ୍ଡି ଠାରେ କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ମାନଙ୍କ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୁଣ ବନଛୋର ସଭାପତିତ୍ୱ କରିଥିବା ବେଳେ ସଭାରେ କିପରି କେନ୍ଦୁପତ୍ର ବିଭାଗର ଋତୁକାଳୀନ କର୍ମଚାରୀ ମାନଙ୍କ ନ୍ୟାୟ ଦାବୀ ଓ ମୁଖ୍ୟ ସମସ୍ୟା ଉପରେ ସରକାରଙ୍କର କୃପା ଦୃଷ୍ଟି କିପରି ଆକର୍ଷଣ କରାଯିବ ସେନେଇ ଆଲୋଚନା ହୋଇଥିଲା । ତେବେ ଦାବୀଗୁଡ଼ିକ ମଧ୍ୟରେ କେନ୍ଦୁପତ୍ର ବିଭାଗରେ କାର୍ଯ୍ୟରତ ମେଟ୍ ଭର୍ତ୍ତି, ଚପରାଶି, ମୁହୁରି, ଚେକର ହେଡଚେକର, ସର୍କଲ ଚେକର, ବନ୍ଧେଇ ଚେକର ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ଭାରତରେ ସବୁଜହୀରା ଆଖ୍ୟ ଦିଆଯାଇଛି । ଓଡ଼ିଶା ରାଜ୍ୟ ତଥା ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର ତଥା ସବୁଜହୀରା ଉତ୍ପାଦନ କରିବାରେ ମୁଖ୍ୟ ଅବଦାନ ରହିଛି । କେନ୍ଦୁପତ୍ରରୁ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ।କହିବାକୁ ଗଲେ ଓଡ଼ିଶାରେ କେନ୍ଦୁପତ୍ର ବିଭାଗ ହିଁ ଲାଭଜନକ ବିଭାଗ ଅଟେ | ତେଣୁ ଓଡିଶାର ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ପେନସନ ପ୍ରଦାନ କରିବା, ଗ୍ରାଚ୍ୟୁଇଟି ବୃଦ୍ଧି କରିବା, ଛାତ୍ର ବୃତ୍ତି ପ୍ରଦାନ କରିବା, ବିବାହ ଆର୍ଥିକ ସହାୟତା ରାଶି ଯୋଗାଇବା,ବୋନସ ବୃଦ୍ଧି କରିବା, କେନ୍ଦୁପତ୍ରତୋଳାଳୀ, ବନ୍ଧାଲି, ଗୁଛାକଟାଲି, ବିଡ଼ି ଶ୍ରମିକ ମାନଙ୍କୁ ଶତକଡା ୫୦ % ଭାଗ ବୋନସ ପ୍ରଦାନ କରିବା ସମ୍ବନ୍ଧରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ସୂଚନା ଯୋଗ୍ୟ କି,କମଳଲୋଚନ ପ୍ରଧାନ, ମାରିକ ଭୋଇଙ୍କୁ ପଦୋନ୍ନତି କରି ତୁରନ୍ତ ପୋଷ୍ଟିଂରେ କରିବା, ସୁରେନ୍ଦ୍ର ବରିହାଙ୍କୁ ଗୁଛାକଟା ପାଉଣା ତୁରନ୍ତ ପ୍ରଦାନ କରିବା, ପତ୍ର ତୋଳାଳୀ ବୈରିନ୍ଦ୍ରି କୁମୁରାଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବା, କେନ୍ଦୁପତ୍ର ଦର ବୃଦ୍ଧି କରିବାକୁ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଚେତାବନୀ ଦିଆଯାଇଥିଲା । ସଭାରେ ପୂର୍ବତନ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ତ୍ରିନାଥ ସାହୁ, କରୁଣା ବର୍ଗତ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । କେନ୍ଦୁପତ୍ର ଶ୍ରମିକ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଭାବରେ ସଭାପତି ଭାବେ ନୀରଞ୍ଜନ ବିଶି, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ଧରୁଆ, ଉପସଭାପତି ରଘୁନାଥ ବାଗ, ସମ୍ପାଦକ ଲଳିତ ମଲିକ, ସଂଗଠକ ବାଳମୁକୁନ୍ଦ କୁଅଁର, ଯୁଗ୍ମ ସଂପାଦକ ଭୀଷ୍ମ ମଲିକ, କୋଷାଧ୍ୟକ୍ଷ ପାଣ୍ଡବ ଭୋଇ, ବିଶିଷ୍ଟ ଆଇନଜୀବୀ ପ୍ରମୋଦ ମିଶ୍ର, ଆଇନ ପରାମର୍ଶଦାତା, ଉପଦେଷ୍ଟା ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଗିରିଧାରୀ ଭୋଇ, ଘନ ଭୋଇ, ପର୍ଶୁରାମ ରାଉତ, କିର୍ତନ ବରିହା, କରୁଣା ବର୍ଗତ୍ତି, ରଘୁନାଥ ମଲିକ, ତ୍ରିନାଥ ସାହୁ ପ୍ରମୁଖ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ୮ ଟି ରେଞ୍ଜର କର୍ମଚାରୀ ସଭାରେ ଯୋଗ ଦେଇଥିବା ବଳେ ବର୍ତ୍ତମାନ ଖୁବ ଚର୍ଚ୍ଚିତ ସମାଜସେବୀ ଗିରିଧାରୀ ଭୋଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।ଶେଷରେ ପାଣ୍ଡବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ |

0
0
0
s2sdefault