ଭୁବନେଶ୍ୱର (ଶାସକ ପ୍ରଶାସକ) : ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଖାଲିଥିବା ହିନ୍ଦୀ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ତା4.10.2021 ରିଖରେ ହୋଇଥିବା ଅନଲାଇନ ପରୀକ୍ଷାର ଫଳ ଚୂଡାନ୍ତ ହୋଇଛି । ମୋଟ 953 ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ 207 ଜଣ ସାଧାରଣ ବର୍ଗର ,596 ଜଣ SEBC ବର୍ଗର ,101ଜଣ ଅନୁସୂଚିତ ଜାତିର ଓ 49 ଜଣ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଅଟନ୍ତି।ପ୍ରାର୍ଥୀମାନେ ସେମାନଙ୍କ ପରୀକ୍ଷାଫଳ ୱେବସାଇଟ dseodisha.inରେ ଲଗଇନ କରି ଦେଖିପାରିବେ। ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କର ଡ଼କୁମେଣ୍ଟ ଯାଞ୍ଚ ତା 29.10.2021 ରିଖରୁ ନିଜ ସ୍ଥାୟୀ ଠିକଣା ଜିଲ୍ଲାରେ ହେବ। ଏଥିପାଇଁ ସବିଶେଷ ସୂଚନା ଖୁବଶୀଘ୍ର ୱେବସାଇଟରେ ପ୍ରକାଶିତ ହେବ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୂତ୍ରରୁ ଏହି ସୂଚନା ହସ୍ତଗତ ହୋଇଛି।
ରାଜ୍ୟ
ବାହାରିଲା ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷାର ଫଳ
- Hits: 773