ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଦୁଇ ନମ୍ଵର ୱାର୍ଡ ପୋଲିସ ପଡାର ଲୋକମାନଙ୍କ ଗାଧୋଇବା ପାଇଁ ରାଜା ରାଜୁଡା ଅମଳ ରୁ ଏକ ପୋଖରୀ ରହିଛି । ଏହି ଗୋଟିଏ ପୋଖରୀ ହିଁ ପୋଲିସ ପଡା ବାସୀ ଙ୍କୁ ଗାଧୋଇବା ପାଇଁ ସାହା ହୋଇଛି । ହେଲେ ପୋଖରୀ ର ପାଣି ବର୍ତ୍ତମାନ ମଇଳା ହୋଇଯାଇଥିବା ବେଳେ ମଇଳା ପାଣି ଗାଧୋଇ ପଡା ବାସୀ ଅନେକ ପ୍ରକାର ଚର୍ମ ରୋଗର ଶିକାର ହେଉଛନ୍ତି । ଦିର୍ଘ 15 ବର୍ଷ ତଳେ1 ଏହି ପୋଖରୀ କୁ ସଫା ସୁତୁରା କରାଯାଇଥିଲା । କିନ୍ତୁ 15 ବର୍ଷ ହେଲା ଆଉ ସଫା ସୁତୁରା କରାଯାଉ ନାହିଁ ବୋଲି ପଡା ବାସୀ ଅଭିଯୋଗ କରିଛନ୍ତି । ପୋଖରୀ ରେ ଅନେକ ଘାସ ସହିତ ଜଗଲ ରହିଛି । ବର୍ତ୍ତମାନ ପୋଖରୀ କୁ ସଫା କଲେ ପଡ଼ାବାସୀ ଆରାମ ରେ ଗାଧୋଇ ପାରିବ ବୋଲି କହିଛନ୍ତି । କିନ୍ତୁ ପୋଖରୀ କୁ ସଫା କରିବା ପାଇଁ ବାରମ୍ବାର ଏନଏସି କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ନ ଥିବା ପଡା ବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏବିଷୟରେ ଖଡ଼ିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କୁ ଯୋଗାଯୋଗ କରାଯାଇଥିଲା , ହେଲେ ତାଙ୍କ ଫୋନ ସୁଇଚ ଅଫ ଥିବାରୁ ଯୋଗାଯୋଗ ହୋଇ ପାରି ନ ଥିଲା । ଆଗାମୀ ଦିନରେ ପୋଖରୀ କୁ ଏନଏସି ପକ୍ଷରୁ ସଫା ନ କଲେ ଏନଏସି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ପଡ଼ାବାସୀ ଚେତାବନୀ ଦେଇଛନ୍ତି ।
ରାଜ୍ୟ
ଦିର୍ଘ 15 ବର୍ଷ ହେଲା ସଫା ହୋଇନି ପୋଖରୀ
- Hits: 556