ପୁରୀ/ଅନିମେଶ ପଟ୍ଟନାୟକ :ଶୁକ୍ରବାର ୫୪ତମ କୁମାର ଉତ୍ସବର ୨ୟ ସନ୍ଧ୍ୟାରେ ମନ ମୋହିଲା ଓଡିଶାର ପାରମ୍ପରିକ ଓ ସାଂସ୍କୃତିକ ନୃତ୍ୟଗୀତ । ସମ୍ବଲପୁରୀ ନୃତ୍ୟ ସହ ଓଡିଆ ସାଂସ୍କୃତିକ ଗୀତ "କୁମାର ପୁନେଇ ଜହ୍ନ" ଦର୍ଶକଙ୍କ ମନ ମୋହିଥିଲା ।
ସନ୍ଧ୍ୟାରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇସିଏଆର-ସିଫାର ନିର୍ଦ୍ଦେଶକ ଡଃ ସରୋଜ ସ୍ବାଇଁ ଓ ସମାଜସେବୀ ଗୋପାଳ ରାଉତ ଯୋଗଦେଇଥିଲେ । କୁମାର ଉତ୍ସବର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ସହ କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ରତନ କୁମାର ଦାସ, ଉପଦେଷ୍ଟା ଶୁକାନ୍ତ କୁମାର ପଣ୍ଡା, ସରସ୍ଵତୀ ପାତ୍ର ଓ ସାଧାରଣ ସଂପାଦକ ସ୍ବାଧିନ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ୟଙ୍ଗକବି ରତ୍ନାକର ବେହେରା, ଅଭିନେତା ବାଳକୃଷ୍ଣ ବେହେରା, ମହାପ୍ରଭୁଙ୍କ ଗାରିମା ପ୍ରଚାରକ ସୁବେଦାର ଯୋଗେଶ ସ୍ବାଇଁ , ସେବା କ୍ଷେତ୍ରରେ ବାମଦେବ ସାର ଫାଉଣ୍ଡେସନ ଟ୍ରଷ୍ଟ, ଚିତ୍ରଶିଳ୍ପୀ ବିଶ୍ବରୂପା ପଟନାୟକ ଆଦିଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ମଞ୍ଚ ପରିଚାଳନା ପ୍ରଭାତ କୁମାର ନାୟକ ଓ ଶ୍ୟାମାପ୍ରକାଶ ସେନାପତି କରିଥିଲେ ।
ରାଜ୍ୟ
୫୪ତମ ଶ୍ରୀକ୍ଷେତ୍ର କୁମାର ଉତ୍ସବର ୨ୟ ସନ୍ଧ୍ୟା; ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ
- Hits: 358