ଲୋକକଳାରେ ପରିବେଷଣ ହେଲା ଦଶପଲ୍ଲାର ଶିଙ୍ଘ ବାଦ୍ୟ ଓ ବୋଲଗଡ଼ର ଘୋଡ଼ାନାଚ
ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରତିମାସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଲୋକକଳାରେ ଏ ମାସରେ ପରିବେଷଣ ହୋଇଛି ଦଶପଲ୍ଲାର ଶିଙ୍ଘବାଦ୍ୟ ଓ ବୋଲଗଡ଼ର ଘୋଡ଼ାନାଚା ଆଜି ସନ୍ଧ୍ୟାରେ ଏହି ମାସିକିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କହିଛନ୍ତି ଯେ ଆର୍ଥିକ ସହାୟତା କିମ୍ବା ଅନୁକମ୍ପାକୁ ନେଇ କେବେ ବି କଳା ବଂଚି ରହେନାା କଳା ଗୋଟିଏ ଜାତିର ପରିଚୟ, ଯେଉଁ ଗ୍ରାମୀଣ କଳାକାରମାନେ ଅନେକ କଷ୍ଟ ସ୍ୱୀକାରପୂର୍ବକ ଆମର ଅନନ୍ୟ ଲୋକକଳା, ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି ସେମାନେ ପ୍ରକୃତରେ ଧନ୍ୟବାଦର ପାତ୍ରା ଚଳିତ କୋଭିଡ୍ ମହାମାରୀ ଯୋଗୁଁ ସେମାନେ ବିଶେଷ କ୍ଷତିଗ୍ରସ୍ତା ତଥାପି ସେମାନେ ଭାଙ୍ଗି ନପଡ଼ି କଳା ପ୍ରତି ସମର୍ପିତ ରହିଛନ୍ତି, ଯାହା ଅତ୍ୟନ୍ତ ଉତ୍ସାହପ୍ରଦ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତିା
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଜଳ ବିଭାଜିକା ମିଶନ ଓ ମୃର୍ତ୍ତିକା ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପୁଣି ଥରେ ଲୋକକଳାର ଆଦୃତି ସମାଜରେ ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରକାଶ କରି କହିଥିଲେ ଯେ ଏହା ନିରନ୍ତର ଭାବେ ପରିବେଷଣ ହେବା ଆବଶ୍ୟକା ଏହି ଅବସରରେ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଏହି କାର୍ଯ୍ୟକ୍ରମକୁ କ୍ରମେ ଜିଲ୍ଲାମାନଙ୍କୁ ସଂପ୍ରସାରଣ ପାଇଁ ବିଭାଗ ପ୍ରୟାସ କରୁଥିବା ଦର୍ଶାଇଥିଲୋ ବର୍ତ୍ତମାନ ସୁଦ୍ଧା ୪୭୧ଟି ପ୍ରକାରର ଲୋକକଳା ଚିହ୍ନଟ କରାଯାଇ ସେଗୁଡ଼ିକରେ ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଉଦ୍ୟମ ଜାରି ରହିଛିା ବିଶେଷ କରି ଝାରଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଓଡ଼ିଆ ଭାଷାଭାଷୀ ଉପାନ୍ତ ଅଞ୍ଚଳରେ ପରିବେଷଣ ନିମନ୍ତେ ରାଜ୍ୟର ଲୋକକଳା ଦଳମାନଙ୍କୁ ପ୍ରେରଣ କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଉଥିବା ସେ କହିଥିଲୋ ଲୋକକଳା ପରିବେଷଣ ପରେ ଅତିଥିମାନଙ୍କ ଦ୍ୱାରା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାା
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋଇ ଉପନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ବେହେରା ଓ ଅନୁଶାସନ ସଚିବ ଶୁଭସ୍ମିତା ପ୍ରଧାନ ଉପସ୍ଥିତ ଥିବାବେଳେ ରାଜ୍ୟ କଳା ସଂଘର ଉପସଭାପତି ଶ୍ରୀ ଅବନୀ ମିଶ୍ର ମଂଚ ପରିଚାଳନା କରିଥିଲୋ