ବରଗଡ :- କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଅର୍ଥାତ ସିଆରପିଏଫ ସଦାସର୍ବଦା ଦେଶର ଓ ଦେଶ ବାସୀଙ୍କର ସେବାରେ ନିଜକୁ ସମର୍ପିତ କରି ଆସିଛନ୍ତି । ଏହି ଫୋର୍ସର ଯବାନ ମାନେ ଆବଶ୍ୟକତା ବେଳେ ଦେଶ ପାଇଁ ତଥା ଦେଶ ବାସୀଙ୍କର ପାଇଁ ନିଜର ଜୀବନ ମଧ୍ୟ ଦେବାକୁ କୁଣ୍ଠା ବୋଧ କରି ନାହାନ୍ତି । ବିଗତ କିଛି ବର୍ଷ ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ଦମନ ପାଇଁ ସରକାର ଙ୍କର ତରଫରୁ ପଦ୍ମପୁର ଉପଖଣ୍ଡର ଅନେକ ସ୍ଥାନରେ ମୁତୟନ କରାଯାଇଛି । ମୁଖ୍ୟତଃ ପଦ୍ମପୁର ଉପଖଣ୍ଡ ର ପାଇକମାଲ, ବରତୁଣ୍ଡା , କେରମେଲାବାହାଲ ଓ ଜଗଦଲପୁର ଠାରେ ସି ଅର ପି ଏଫ ର ୧୮୯ ବଟାଲିଅନ ର ଯବାନ ମାନେ ମୁତୟନ ଅଛନ୍ତି । ଅଂଚଳରେ ମାଓ ଦମନ ସହିତ ଅନେକ ସମୟରେ ସିଭିକ ଆକ୍ସନ ପ୍ରୋଗ୍ରାମ ମାଧ୍ୟମରେ ଯବାନ ମାନେ ଲୋକଙ୍କ ସେବା କାର୍ଯ୍ୟ କରିଥାନ୍ତି ।
ଆଜି ପାଇକମାଲ ମୁଖ୍ୟ ଛକ ଠାରେ ୧୮୯ ବଟାଲିଅନ ର ମୁଖ୍ୟ ଶ୍ରୀ ପବନ କୁମାର ତିୱାରୀଙ୍କର ନିର୍ଦେଶ କ୍ରମେ ବରତୁଣ୍ଡା କେମ୍ପର ଆସିଷ୍ଟାଣ୍ଟ କମାଣ୍ଡିଙ୍ଗ ଅଫିସର ଶ୍ରୀ ସୁରେନ୍ଦ୍ର କୁମାରଙ୍କର ପ୍ରତ୍ୟକ୍ଷ ତତ୍ୱବାଧାନ ରେ ପାଇକମାଲ ଓ ବରତୁଣ୍ଡା କେମ୍ପର ଯବାନ ମାନେ ଟ୍ରାଫିକ ସଚେତନତା ଅଭିଯାନ କରିଥିଲେ । ବିନା ହେଲମେଟ ରେ ଯାଉଥିବା କିମ୍ବା ବିନା ସିଟ ବେଲ୍ଟ ଧାରଣ କରି ଯାଉଥିବା ଚାଳକ ମାନଙ୍କୁ ବିଭିନ୍ନ ବାର୍ତା ଦେଇ ସଚେତନ କରାଯିବା ସହିତ ହେଲମେଟ ନ ପିନ୍ଧିବା ତଥା ଟ୍ରାଫିକ ନିୟମ ନ ମାନିବା ର ପରିଣାମ ବାବଦରେ ମଧ୍ୟ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଇନ୍ସପେକ୍ଟର ରଜାକ ଅଲି , ସବିନ୍ସପେକ୍ଟର ଏମ ଟି ଜଗଦୀଶ ,ଏସ ଆଇ ନୁରୂଲ ଇସଲାମ , ଏସ ଆଇ ଗଙ୍ଗାରାମ , ଏ ଏସ ଆଇ ପି କେ ସିଂଦେଓ , ଏ ଏସ ଆଇ ପି ଓରାମ , ଓ ପାଇକମାଲ ଥାନାର ଅନେକ କର୍ମଚାରୀ ଅଂଶଗ୍ରହଣ କରି ଲୋକଙ୍କୁ ଟ୍ରାଫିକ ନିୟମ ଓ ଏହାର ଉପକାରୀତା ବାବଦରେ ବୁଝାଇ ଥିଲେ । ଜବାନ ମାନଙ୍କର ଏହି ପ୍ରକାର ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।
ରାଜ୍ୟ
ଦେଶର ସୁରକ୍ଷା ସହିତ ଦେଶବାସୀଙ୍କର ନିରାପତ୍ତାକୁ ଗୁରୁତ୍ୱ :ସିଆରପିଏଫ ଦ୍ୱାରା ଟ୍ରାଫିକ ସଚେତବତା
- Hits: 1390