ପଦ୍ମପୁର ର ଶିଳ୍ପପତି ଅମରଦୀପଙ୍କ ଅର୍ଥ ଖର୍ଚ୍ଚରୁ ଜୀବନ୍ତ ହେଲା ମଣ୍ଡପ ।
ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀ ର ଅତି ପ୍ରାଚୀନ ଦୂର୍ଗାପୂଜା ମଣ୍ଡପ କୁ ଏ ବର୍ଷ ଠାରୁ ନୂଆ କଲେବର ସ୍ଥାୟୀ ମଣ୍ଡପ ରେ ପରିଣତ କରାଯାଇଛି । ପଦ୍ମପୁର ସହରର ବିଶିଷ୍ଠ ଶିଳ୍ପପତି ଅମରଦୀପ ଅଗ୍ରଓ୍ବାଲଙ୍କ ସପୂର୍ଣ ଉଦ୍ୟମ ଓ ହାତରୁ ସମସ୍ତ ଅର୍ଥ ଖର୍ଚ୍ଚ କରି ଶହେ ବର୍ଷ ର ପୁରୁଣା ମଣ୍ଡପ ଆଜି ଠାରୁ ଜୀବନ୍ତ ହୋଇଉଠିଛି । ପ୍ରାୟ ୧୫ ଦିନଧରି ଅମରଦୀପଙ୍କ ଅକ୍ଲାନ୍ତ ମଣ୍ଡପ ର କାନ୍ଥ , ଛାତ ସହ ସିମେଣ୍ଟ ମୂର୍ତ୍ତି , ମଣ୍ଡପ ର ସୌନ୍ଦର୍ଯ୍ୟ ଓ ଭଣ୍ଡାର ଘର ସମେତ , ନୂଆ ରୂପରେ ତିଆରି କରାଯାଇଛି । ଆଜି ଏହି ଦୂର୍ଗା ମଣ୍ଡପ ର ଶେଷ ପର୍ଯାୟରେ ମଣ୍ଡପ ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।ଆଜି ଠାରୁ ପ୍ରତ୍ୟେକ ଦିନ ଶ୍ରଧ୍ଧାଳୁ ଦର୍ଶନ କରିପାରିବେ । ଏହି ନୂଆ ମଣ୍ଡପ ଠାରେ ପ୍ରତିଷ୍ଠା ଦିବସ ପାଲିତ ସୋଇଯାଇଛି ।କର୍ତ୍ତା ଭାବରେ ଅମର୍ଦୀପ ଅଗ୍ରବାଲ ଓ ତାଙ୍କ ପତ୍ନୀ ସହ ପରିବାର ପକ୍ଷରୁସମସ୍ତେ ଯୋଗଦାନ ଦେଇଥିଲେ ।
ନୂତନ ମଣ୍ଡପ ରେ ପୂଜାର୍ଚ୍ଚନା ସମୟରେ ରାଜବାଟୀ ର ରାଜପରିବାର ତରଫରୁ ମହାରାଜା ପ୍ରତାପ କେଶରୀ ସିଂହ ବରିହା , ଯୁବରାଜ ଚନ୍ଦନ ସିହ ବରିହା ସମେତ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା , ବିଧାୟକ ଙ୍କ ବଡ଼ଭାଇ ମନୋରଞ୍ଜନ ସିଂହ ବରିହା , ଦୂର୍ଗାପୂଜା କମିଟି ତରଫରୁ କୃଷ୍ଣ ମୋହନ ପଣ୍ଡା ,ସଦାନନ୍ଦ ପୁରୋହିତ, ଆଇନଜୀବୀ କିଶୋର ମେହେର , ଉମେଶ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ କର୍ମକର୍ତା , ପଦ୍ମପୁର ସହରର ସମସ୍ତ ମନ୍ଦିର ରୁ ଦୁଇଜଣ ଲେଖାଏଁ କମିଟି ସଦସ୍ୟ ଯୋଗଦାନ ଦେଇଥିବା ବେଲେ ଓକିଲ ସଂଘ ତରଫରୁ ବରିଷ୍ଠ ଆଇନଜୀବୀ ଗୌନ୍ତିଆ କୁମାର ସାହୁ ଯୋଗଦାନ ଦେଇଥିଲେ । ସର୍ବ ପୂରାତନ ମଣ୍ଡପ ରେ ମାଆ ଦୂର୍ଗା ଙ୍କ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଲେ ଏଥର ନୂଆ ମଣ୍ଡପ ରେ ଦୂର୍ଗାପୂଜା ପାଳନ ହେଉଥିବା ରୁ କର୍ତ୍ତା ଅମରଦୀପ ଅଗ୍ରଓ୍ବାଲ ଙ୍କୁ ସାର୍ବଜନୀନ ଦୂର୍ଗାପୂଜା କମିଟି ଓ ପଦ୍ମପୁର ସହରବାସୀ ଙ୍କ ତରଫରୁ ପ୍ରଶସା କରାଯାଇଛି ।