ହେଡଲାଇନସ୍:

ବୌଦ୍ଧ ଜିଲ୍ଲାରେ  ପ୍ରାଥମିକ ଶିକ୍ଷା ଦିଶାହିନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେଉଠି ଶିକ୍ଷକ ମରୁଡି ତ କେଉଁଠି ଛାତ୍ର ଆଉ କେଉଁଠି ଶ୍ରେଣୀ ଗୃହ

ବୌଦ୍ଧ (ସିମୁନ୍ ନାଏକ) ; କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ କିପରି ଦେଶର ପ୍ରତ୍ୟେକ ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଶିର୍ଷରେ ରହିବେ ସେନେଇ ଡିପିଇପି ଜରିଆରେ ସର୍ବଶିକ୍ଷା ଅଭିଯାନ ଭଳିଯୋଜନା ଜାରି କରିଛନ୍ତି । ଏହି ଯୋଜନା ଦ୍ୱାରା ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବା ସହ ଛାତ୍ରଛାତ୍ରୀ ଙ୍କ ଉନ୍ନତୀ କୁ ଶିର୍ଷରେ ପହଁଚାଇବ । ହେଲେ ବିଭାଗିୟ କର୍ତୁପକ୍ଷ ଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏହି ଯୋଜନା ମୁଳ ଲକ୍ଷ୍ୟଠାରୁ ଦୂରେଇ ଯାଇ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ ଭାବେ ଦିଶାହିନ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଏଭଳି ଅଭାବିୟ ପଟ୍ଟଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ଥିବା ପ୍ରାଥମିକ ବିଦ୍ୟାଳୟରେ । କେଉଁଠି ଶ୍ରେଣୀ ଗୃହ ଅଭାବ, ଆଉ କେଉଁଠି ଶିକ୍ଷକ ଅଭାବ, ଆଉ କେଉଠିଁ ଛାତ୍ରଛାତ୍ରୀ ଙ୍କ ଅନୁପାତରେ ଶିକ୍ଷକ ନାହାଁନ୍ତି ତ ଆଉ କେଉଁଠି  ଛାତ୍ରଛାତ୍ରୀ ଙ୍କ ଅନୁପାତରେ ଶିକ୍ଷକ ଙ୍କ ସଂଖ୍ୟା ଅଧିକ ହୋଇଯାଉଛି , କିଛି ବିଦ୍ୟାଳୟ ମାନଙ୍କରେ ରୋଷେଇ ଗୃହ ନଥିବା ଯୋଗୁଁ ଖୋଲାରେ ରୋଷେଇ ହେଉଥିବା ଲକ୍ଷ୍ୟ କରାଯାଇଛି । ତଥାପି ପ୍ରଶାସନିକ କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବ୍ଲକର ଉପାନ୍ତ ଅଂଚଳ ରେ ଶିକ୍ଷାର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ସହର ମାନଙ୍କରେ ଥିବା ବେସରକାରୀ ସ୍କୁଲ ଯୋଗୁଁ ଶିକ୍ଷାର କିଛିଟା ମାତ୍ରରେ ଉନ୍ନତି ଆସିଛି । ସରକାର ସର୍ବଶିକ୍ଷା ଅଭିଯାନ ରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍ଥନିତ କରିଥିବା ବେଳେ ତିନି ବର୍ଷ ରୁ ଉର୍ଦ୍ଧ ହେବ ଅଷ୍ଟମ ଶ୍ରେଣୀକୁ ଏଥିରେ ସାମିଲ କରି ଶିକ୍ଷା ବ୍ୟବସ୍ଥାକୁ ଦିଶାହିନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ସରକାରୀ ନିୟମ ଅନୁଯାଇ ଯେଉଁ ପ୍ରଥମିକ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ପଂଚମ ଶ୍ରେଣୀ ଭିତରେ ୨୦ ରୁ କମ୍ ଛାତ୍ରଛାତ୍ରୀ ରହିବେ ସେହି ବିଦ୍ୟାଳୟ ଗୁଡିକ ବନ୍ଦ କରାଯିବା ପାଇଁ ୩ ବର୍ଷ ତଳୁ ଘୋଷଣା ହୋଇ ଓଡିଶାର ସବୁ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ବେଳେ ବୌଦ୍ଧ ଜିଲ୍ଲାରେ ଏହା ଆଜିସୁଦ୍ଧା କାର୍ଯ୍ୟକାରୀ ହୋଇପାରି ନାହିଁ  । ଫଳରେ ପର୍ଯ୍ୟପ୍ତ ପରିମାଣରେ ରାଜସ୍ୱ ଅର୍ଥ ର ଦୂରୁପ ଯୋଗ ହେଉଛି । ଜିଲ୍ଲା ର ହରଭଙ୍ଗା ବ୍ଲକ ରେ ୩୦ ଉର୍ଦ୍ଧ ପ୍ରଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରାଯାଇ ଅଷ୍ଟମ ଶ୍ରେଣୀକୁ ଏଥିରେ ସାମିଲ କରାଯାଇଛି । ମାତ୍ର ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ ପାଠ୍ୟ ପୁସ୍ତକ ପଢାଇବା ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ । ଏହି ଦୁଇଟି ଶ୍ରେଣୀର ବିଷୟବସ୍ତୁ ଜଟିଳ ଥିବାରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏହି ବିଷୟ ପଢାଉବା କଷ୍ଟକର ହୋଇପଡିଛି । ତେଣୁ ସପ୍ତମ ଅଷ୍ଟମ ଶ୍ରେଣୀ ରେ ଇଂରାଜୀ, ବିଜ୍ଞାନ ଓ ଖେଳ ଶିକ୍ଷକ ନିହାତି ଆବଶ୍ୟକ   । ମାତ୍ର ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ମାନଙ୍କରେ ଅଷ୍ଟମ ଶ୍ରେଣୀ ଖୋଲାଯିବା ଦିନଠାରୁ ବିଜ୍ଞାନ ଓ ଇଂରାଜୀ ଶିକ୍ଷକ ନଥିବା ଅଭିଯୋଗ ହେଉଛି । ଫଳରେ ଏହି ଦୁଇଟି ଶ୍ରେଣୀ ରେ ପଠପଢା ଏକ ପ୍ରକାର ବାଟବଣା ହୋଇଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ହରଭଙ୍ଗା ବ୍ଲକରେ ନୂତନ ଭାବେ ଖୋଲାଯାଇଥିବା ମଣିପୁର ଆଦର୍ଶ ବିଦ୍ୟାଳୟରେ ଇଂରାଜୀ, ହିନ୍ଦୀ, ସଂସ୍କୃତ, କଳା, ଡ୍ରଇଁ ଆଦି ଶିକ୍ଷକ ନଥିବା ବେଳେ ସେଠାରେ ଛାତ୍ରୀ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବା ଯୋଗୁଁ ବହୁ ଦୂରଦୂରାନ୍ତୁ ଆସୁଥିବା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ବିଭାଗିୟ ଉଚ୍ଚ କର୍ତୁପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଶିକ୍ଷକ ନିଯୁକ୍ତି ସହ ବିଭିନ୍ନ ସମସ୍ୟା ର ପ୍ରତିକାର କରିବାକୁ ଅଭିଭାବକ ଓ ଶିକ୍ଷାପ୍ରେମୀ ମହଲରେ ଦାବୀ ହେଉଛି । 

0
0
0
s2sdefault