ହେଡଲାଇନସ୍:

ଆମ୍ରି ହସ୍ପିଟାଲସରେ ପ୍ରଥମ ମିନିମାଲ ଇନଭାସିଭ ବାଇପାସ ଅପରେସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) :୪୨ ବର୍ଷୀୟ ବାଲେଶ୍ୱର ବାସିନ୍ଦା ଅବଦୁଲ ଓସିମ ଏକ ମାସ ତଳେ ହୃଦ ରୋଗରେ ପୀଡିତ ହୋଇଥିଲେ I ଆଞ୍ଜିଓଗ୍ରାଫି କରାଯିବା ପରେ, ତାଙ୍କର ବାଇପାସ ସର୍ଜରୀ ଆବଶ୍ୟକ ବୋଲି ଜଣା ପଡିଥିଲା I ପରିବାର ଲୋକେ ବାଇପାସ ସର୍ଜରୀ ପାଇଁ ବିଭିନ୍ନ ହସ୍ପିଟାଲସ ସହ ଯୋଗାଯୋଗ ଆରମ୍ଭ କରିଥିଲେ I ଶେଷରେ ଭୁବନେଶ୍ୱରର ଆମ୍ରି ହସ୍ପିଟାଲସ ହାର୍ଟ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର ତାଙ୍କୁ ମିନିମାଲ ଇନଭାସିଭ ପଦ୍ଧତି ବା କି ହୋଲ ପଦ୍ଧତିରେ ବାଇପାସ ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ I ଏହି ପଦ୍ଧତିରେ ଛାତିର ମଝିରୁ କଟା ନ ଯାଇ ଛାତିର ବାମ କିମ୍ବା ଡାହାଣ ପାର୍ଶ୍ୱରେ ଏକ ଛୋଟ ଚିରା ମାଧ୍ୟମରେ ଓପନ ହାର୍ଟ ଅପରେସନ କରାଯାଇଥାଏ I ଆମ୍ରି ହସ୍ପିଟାଲସର ହାର୍ଟ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର, ଅନେସ୍ଥେସିଆ ବିଶେଷଜ୍ଞ ଡାକ୍ତର ବିବେକ ଚୌଧୁରୀ, ଡାକ୍ତର ବ୍ରଜମୋହନ ରଥ, ପରଫ୍ୟୁଜନିଷ୍ଟ ଶ୍ରୀ ପୁଣ୍ୟବ୍ରତ ଗିରି ଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ରୋଗୀଙ୍କର ମିନିମାଲ ଇନଭାସିଭ ପଦ୍ଧତିରେ ବାଇପାସ ଅପରେସନ କରିଥିଲେ I ଏହି ଧରଣର ଅପରେସନ ଆମ ରାଜ୍ୟରେ ପ୍ରଥମ ଥର ପାଇଁ କରାଯାଇଛି I ଅପରେସନ ପରେ ରୋଗୀ ଅତିଶୀଘ୍ର ସୁସ୍ଥ ହୋଇଥିଲେ ଏବଂ ଅପରେସନର ଚାରି ଦିନ ପରେ ରୋଗୀ ହସ୍ପିଟାଲସରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଥିଲେ I
ଛାତି ମଝିରୁ ନ କଟା ଯାଇ ଏକ ଛୋଟ ଚିରା ମାଧ୍ୟମରେ ଏବଂ ପ୍ରାୟ ଯନ୍ତ୍ରଣା ବିହୀନ ପଦ୍ଧତିରେ ତାଙ୍କର ସଫଳ ବାଇପାସ ଅପରେସନ କରିଥିବାରୁ ରୋଗୀ ଏବଂ ତାଙ୍କ ପରିବାର ବର୍ଗ ଆମ୍ରି ହସ୍ପିଟାଲସ, ହାର୍ଟ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର ଏବଂ ତାଙ୍କର ଡାକ୍ତରୀ ଦଳଙ୍କୁ କୃତଜ୍ଞତା ଜଣାଇଛନ୍ତି I ଆମ୍ରି ହସ୍ପିଟାଲସ ଭୁବନେଶ୍ୱରରେ ମିନିମାଲ ଇନଭାସିଭ ପଦ୍ଧତିରେ ବାଇପାସ ଅପରେସନ, ହାର୍ଟ ହୋଲ ଅପରେସନ, ହାର୍ଟ ଭାଲଭ ଅପରେସନ ଆଦି ଓପନ ହାର୍ଟ ଅପରେସନ ନିୟମିତ ଭାବରେ କରାଯାଉଛି I ଅତି ଛୋଟ ଏକ ଚିରା ମାଧ୍ୟମରେ ଏହି ଓପନ ହାର୍ଟ ଅପରେସନ କରାଯାଉଥିବାରୁ ରୋଗୀଙ୍କୁ ଛାତି ମଝିରେ ଏକ ବଡ଼ ଚିରା ବା କଟା ରୁ ମୁକ୍ତି ମିଳିଥାଏ I ରୋଗୀଙ୍କୁ ଅତି କମ ଯନ୍ତ୍ରଣା ହୋଇଥାଏ ଏବଂ ଅଧିକ ଆରାମ ମିଳିଥାଏ I ରୋଗୀଙ୍କୁ କମ ଦିନ ହସ୍ପିଟାଲସ ରେ ରହିବାକୁ ହୋଇଥାଏ ଏବଂ ଅପରେସନ ପରେ ରୋଗୀ ଅତିଶୀଘ୍ର ନିଜର କର୍ମକ୍ଷେତ୍ରକୁ ଫେରିପାରିଥାନ୍ତି ବୋଲି ଡାକ୍ତର ବିଶ୍ୱଜିତ ମହାପାତ୍ର କହିଛନ୍ତି I ରାଜ୍ୟର ପ୍ରଥମ ହସ୍ପିଟାଲସ ଭାବରେ ଆମ୍ରି ହସ୍ପିଟାଲସ ଭୁବନେଶ୍ୱର, ମିନିମାଲ ଇନଭାସିଭ ପଦ୍ଧତିର ପ୍ରାୟ ସବୁ ପ୍ରକାର ଓପନ ହାର୍ଟ ଅପରେସନର ସୁବିଧା ରାଜ୍ୟବାସୀଙ୍କ ପାଇଁ ଯୋଗାଇ ଦେଉଅଛି

 

0
0
0
s2sdefault