ହେଡଲାଇନସ୍:

 ସିଫା ପରିସରରେ (ସାର୍କ) ସ୍ତରୀୟ  କ୍ୟାଟ ଫିସ ଜାତୀୟ ମାଛର ସମୂହ ପ୍ରଜନନ ଓ ପାଳନ ସମ୍ବନ୍ଧୀୟ କ୍ଷେତ୍ରୀୟ ତାଲିମ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

17-07-18-participants-with-.jpg - 69.89 kB

 ଭୁବନେଶ୍ୱର : ସିଫା ପରିସରରେ ଦକ୍ଷୀଣ ଏସୀୟ କ୍ଷେତ୍ରୀୟ ସହଯୋଗ ସଂଗଠନର ରାଷ୍ଟ୍ର ସଦସ୍ୟଗୁଡ଼ିକର ଦକ୍ଷତା ବୃଦ୍ଧି ନିମନ୍ତେ “କ୍ୟାଟ୍ଫିସ୍ ଜାତୀୟ ମାଛର ସମୂହ ପ୍ରଜନନ ଓ ପାଳନ” ଉପରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ବଙ୍ଗଳାଦେଶର ଢାକାସ୍ଥିତ ସାର୍କ ର କୃଷିକେନ୍ଦ୍ର (ସ୍ୟାକ୍) ଓ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍)ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଓ ଆୟୋଜନ କରାଯାଇଛି, ଯାହା ଜୁଲାଇ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ବଙ୍ଗଳାଦେଶ, ଭୂଟାନ୍, ନେପାଳ, ଶ୍ରୀଲଙ୍କା ଓ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ପ୍ରତିନିଧିମାନେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି, ସାର୍କ ର ସଦସ୍ୟ ରାଷ୍ଟ୍ରଗୁଡ଼ିକ ନିଜ ନିଜର ଗୁଣସାମ୍ୟ ଭାବନା ଓ ବିଭିନ୍ନ ସମାଧାନକୁ ଆଦାନ ପ୍ରଦାନ କରି ଏହି ପ୍ରଜାତି ମାଛର ଚାଷ ବୃଦ୍ଧି କରିବେ । ଏହି କାର୍ଯ୍ୟକ୍ରମରେ ସିଫାର ପୂର୍ବତନ ନିର୍ଦ୍ଦେଶକ  ଡ. ନିରଞ୍ଜନ ଷଡ଼ଙ୍ଗୀ, ପୂର୍ବତନ ପ୍ରଧାନ ବୈଜ୍ଞାନିକ ଡ. ଏ. କେ. ସାହୁ ଓ ସାର୍କ କୃଷି କେନ୍ଦ୍ର (ସ୍ୟାକ୍)ର ବରିଷ୍ଠ ମତ୍ସ୍ୟ  ବିଶେଷଜ୍ଞ ଡ. ଏସ୍. ଏସ୍. ଗିରି ଉଦ୍ଘାଟନୀ ଉତ୍ସବରେ ଯୋଗଦାନ କରିଥିଲେ । ଏହି ପ୍ରସଙ୍ଗରେ ବୈଜ୍ଞାନିକ ପ୍ରତିନିଧିମାନେ ନିଜ ନିଜର ମନ୍ତବ୍ୟ ରଖି, ଜଳକୃଷିର ବିବିଧତା ଉତ୍ପାଦନ ବୃଦ୍ଧି ନିମନ୍ତେ ଏହି ମାଛର ପ୍ରାଧାନ୍ୟ ଉପରେ ଆଲୋକପାତ କରିଥିଲେ ।

 ଏହି କାର୍ଯ୍ୟକ୍ରମଟି ସିଫାର ବୈଜ୍ଞାନିକ ବୃନ୍ଦ ଡ. ଏସ୍. କେ. ସାହୁ, ଡ. ରାଜେଶ କୁମାର, ଡ. ପଙ୍କଜ କୁମାର ତିୱାରୀ ଓ ଡ. ବି. ଆର୍. ପିଲାଇଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ତାଲିମ ଦ୍ୱାରା ପ୍ରସ୍ତୁତ ଆଲୋଚନା ନିଶ୍ଚିତରୂପେ ଏହି ପ୍ରଜାତି ବିଭିନ୍ନ ମାଛର ପ୍ରଭାବିତ ପ୍ରଜନନ ସହିତ ହୋଇ ଲାଳନପାଳନ ନିମନ୍ତେ ପୋଖରୀ ପ୍ରସ୍ତୁତ, ପରିବେଶ ପରିଚାଳନା, ଖାଦ୍ୟ, ଯାଆଁଳ ପ୍ରସ୍ତୁତି ଓ ସ୍ୱାସ୍ଥ୍ୟ ପରିଚାଳନା ଉପରେ ଦୃଷ୍ଟି ପ୍ରଦାନ କରିବ ।

0
0
0
s2sdefault