ହେଡଲାଇନସ୍:

ପୁନଃ ନିଯୁକ୍ତି ଦାବିରେ କେନ୍ଦୁପତ୍ର ଓ୍ବାଚର କର୍ମଚାରୀଙ୍କ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପୁନଃ ନିଯୁକ୍ତି ଦାବିରେ ମୁହଁରେ ମାକ୍ସ ଓ ସାମାଜିକ ଦୂରତା ରକ୍ଷା କରି କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପଦ୍ମପୁରଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦୁପତ୍ର ୱାଚର ସଙ୍ଘ ପକ୍ଷରୁ ଆମରଣ ଅନଶନରେ ବସିଛନ୍ତି ଦୁଇ ଜଣ କର୍ମଚାରୀ ଓ ତାଙ୍କୁ ସମର୍ଥନ ଜଣାଉଛନ୍ତି ଅନ୍ୟାନ୍ୟ କର୍ମଚାରୀ । ପଦ୍ମପୁର କେନ୍ଦୁପତ୍ର ବନଖଣ୍ଡ ଅଧିନସ୍ଥ ପାଇକମାଲ ପଶ୍ଚିମ ରେଜ ଅଧିନସ୍ଥ କଲୋନି କେନ୍ଦୁପତ୍ର ଗୋଦାମରୁ ଡିସେମ୍ବର ୨୬ତାରିଖ ୨୦୧୯ ମସିହାରେ ୩୮ ବସ୍ଲା କେନ୍ଦୁପତ୍ର ଚୋରି ହୋଇଥିଲା ଏବଂ ଏହି ଚୋରିର କାର୍ଯ୍ୟାନୁଷ୍ଠାନ ସ୍ବରୂପ ୱାଚର ଗୋକୁଳ ତାଣ୍ଡି ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଚାକରିରୁ ନିଳମ୍ବନ କରାଯାଇଥିଲା ଏବଂ ପରେ ସେହି କେନ୍ଦୁପତ୍ର ବାଲେଶ୍ବର ଠାରେ ଠାବ ହୋଇ ବିଭାଗ ତାକୁ ବିକ୍ରି କରିଥିଲା। ପରେ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ କର୍ଯ୍ୟରେ ପୁନଃ ନିଯୁକ୍ତି କରାଯାଇଥିଲା , ହେଲେ ଆକ୍ରୋଶ ମୂଳକ ଭାବରେ ଗୋକୁଲ ତାଣ୍ଡିଙ୍କୁ ଚାକିରିରେ ଆଉ ପୁନଃ ନିଯୁକ୍ତି ଦିଆଯାଇନଥିଲା ।

ଏ ବିଷୟରେ ବିଭିନ୍ନ ସମୟରେ ଗୋକୁଲ ଡିଏଫଓଙ୍କୁ ଲିଖାତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନଥିଲେ ତେଣୁ ଆଜି ୱାଚର ଗୋକୁଲ ତାଣ୍ଡି ଓ ୱାଚର ଭାରତିକ ନାଗ ଆମରଣ ଅନଶନରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ସେମନାଙ୍କୁ ନ୍ୟାୟ ନମିଲିଛି ସେ ଯାଏଁ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ।  ୱାଚର ସଂଘ ଆମରଣ ଅନଶନରେ ବସିବା ନେଇ ଆଗୁଆ ଭାବରେ ପଦ୍ମପୁର କେନ୍ଦୁପତ୍ର ଡିଏଫଓ ବସିଲ ବରାଲଙ୍କୁ ଲିଖୁତ ଭାବରେ ଜଣାଇଥିଲେ ମଧ୍ୟ ସେ ଅଫିସରେ ଉପସ୍ଥିତ ନଥିଲେ କିମ୍ବା ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ନଥିଲେ ।

 

0
0
0
s2sdefault