ଅନାଥ ପରିବାରକୁ ସହାୟତା ଯୋଗାଇବାକୁ ମାଧ୍ୟମ ସାଜିଲା ଚକାଡୋଳା ହେଲ୍ପଲାଇନ
ଦାନଗଦି /ଡ଼ୁବୁରୀ : ୫ଜଣ କୁନିପିଲା । ସବୁଠୁ ବଡ ଗୁରୁବାରୀ, ବୟସ ୧୧ । ଜୀବନ କଣ ଜାଣିନାହାନ୍ତି, ଭଲ ଭାବେ ଜିଇଁ ନାହାନ୍ତି । ତିନିବର୍ଷ ତଳେ ମା ଛେଉଣ୍ଡ କରି ଚାଲିଯାଇଥିଲା । ଆଉ ବାପା ଥିଲା । ଅବୁଝା ସେ, ପାଞ୍ଚ ପିଲାଙ୍କ କଥା ମନରେ ନହେଜି ସେ ବି ତିନିମାସ ତଳେ ଆଖି ବୁଜିଦେଲା । ଏବେ ସେମାନେ ଅନାଥ । ୪ କୁନିପିଲାଙ୍କୁ ନେଇ ମୁରବୀ ସାଜିଛି ୧୫ବର୍ଷର ଝିଅ ଗୁରୁବାରୀ । ବାସ ବୋଲି ଭଙ୍ଗା ଝୁମ୍ପୁଡିଘର, ସାହା ବୋଲି କେହି ନାହିଁ । ଅର୍ଥ ରୋଜଗାରର ସାଧନ ନାହିଁ । ରାସ କାର୍ଡରେ ଯେଉଁ ରାସନ ଗଣ୍ଡିକ ମିଳୁଛି ସେତକ ସମ୍ବଳ, ସେତକ ସେମାନଙ୍କ ପେଟକୁ ଯେତିକି ଦିନ ଅଣ୍ଟିଲା । କଷ୍ଟରେ କଟୁଛି ଜୀବନ । ଆଉ ଏ ବିଷୟରେ ନଜର ପଡିଥିଲା ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଚକାଡୋଲା ହେଲପ୍ଲାଇନ୍ । ସୁକିନ୍ଦା ବିଧାୟକଙ୍କ ବିଧାୟକଙ୍କ ନଜରକୁ ଏ ବିଷୟ ଆସିବା ପରେ ତାଙ୍କ `ନିର୍ଦ୍ଦେଶକ୍ରମେ ଚକାଡୋଳା ହେଲ୍ପଲାଇନର ସଦସ୍ୟମାନେ ଦାନଗଦି ବ୍ଲକ ଅନ୍ତର୍ଗତ ଚାନ୍ଦିଆ ଗ୍ରା:ପର ଅଙ୍କୁରାପାଳ ଗ୍ରାମର ୱାର୍ଡନଂ ୨ ଠାକୁରାସାହିରେ ପହଞ୍ଚି ଅନାଥ ପରିବାର ଓ ଗରିବ ପରିବାରକୁ ଦାନଗଦି ତହସିଲଦାରଙ୍କ ସହାୟତାରେ ପାଲ ଓ ହେଲ୍ପଲାଇନ ତରଫରୁ ଖାଦ୍ୟସାମଗ୍ରୀ,ଡ୍ରେସ ଯୋଗାଇଦେଇଥିଲେ। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଏହି ପରିବାରରେ ରହୁଥିବା ପିଲାମାନଙ୍କ ମା ବିଗତ ତିନି ବର୍ଷତଳେ ଓ ବାପା ତିନ ମାସତଳେ ମୃତ୍ୟୁ ହୋଇଥିଲା।ସେଦିନ ଠାରୁ ସେମାନଙ୍କ ଚଳାଚଳ ଅବସ୍ଥା ଅସହ୍ୟ ହୋଇପଡିଥିଲା।
ଏ ସମ୍ପର୍କରେ କ୍ଲବ୍ର କର୍ମକର୍ତ୍ତାମାନେ ସ୍ଥାନୀୟ ବିଧାୟକ ତଥା ଜଣେ ଲୋକପ୍ରିୟ ଯୁବ ନେତା ଭାବେ ଜଣାଶୁଣା ଇଂ ପ୍ରୀତିରଞ୍ଜନ ଘଡାଇ(ଡାନି)ଙ୍କୁ ଜଣାଇଥିଲେ । ଡାନି ବାବୁ ଏ ବିଷୟରେ ଖବର ଶୁଣିବା ପରେ ବ୍ୟଥିତ ହୋଇପଡିଥିଲେ ଓ ବିନା ଶୋଚନାରେ ସେହି ପରିବାରକୁ ନିଜେ ଯାଇ ସାକ୍ଷାତ କରିବା ସହ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଠିକ୍ ତା ପରଦିନ ସିଧା ଡାନିବାବୁ ଯାଇ ହାଜର ଚାନ୍ଦିଆପଞ୍ଚାୟତର ଅଙ୍କୁରାପାଳ ଗାଁ ସେଇ ଅନାଥ ପିଲାମାନଙ୍କ ନିକଟରେ । ସେମାନଙ୍କ ବିଷୟରେ ପଚାରି ବୁଝି ଅବଗତ ହେବା ପରେ ତୁରନ୍ତ ସେମାନଙ୍କ ପାଇଁ ନୂତନ ଘର ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ତାଙ୍କ ଉପସ୍ଥିତିରେ ହିଁ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଘର କାମ ତୁରନ୍ତ ସାରିବା ପାଇଁ ସ୍ଥାନୀୟ ଯୁବ ନେତା ଜୟପ୍ରକାଶ ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ପିଲାମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ପାଇଁ ସେ ଗ୍ରାମବାସୀଙ୍କ ଆଗରେ ଘୋଷଣା କରିଥିଲେ । ବିଧାୟକ ଇଂ ଘଡାଇଙ୍କ ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରରଣ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସାଧାରଣ ସମ୍ପାଦକ ରତିକାନ୍ତନାଥ,କୋଷାଦକ୍ଷ ଚନ୍ଦ୍ରଭାନୁ ଉଦୟସିଂଦେଓ,ସୁକିନ୍ଦାର ଯୁବନେତା ନରେନ୍ଦ୍ର ନାୟକ(ପପୁ),ଏବଂ ସାମ୍ବାଦିକ ସୁଶାନ୍ତ ମାଝୀ ଉପସ୍ଥିତ ଥିଲେ |