କାମ ନ ସରୁଣୁ ଦବି ଗଲା ବିଜୁ ଏକ୍ସପ୍ରେସ
ପଦ୍ମପୁର,(ନୀଳ ଦୀପ )- ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲାଉଥିବା ବିଜୁ ଏକ୍ସପ୍ରେସ ୱେ ଗୋଟିଏ ବର୍ଷା ମଧ୍ୟ ସହ୍ୟ କରି ନ ପାରି ଅନେକ ଯାଗାରେ ଦବି ଯାଇଥିବା ଦେଖିବାକୁ ମିଳିଛି । ବର୍ଷା ଆରମ୍ଭ ହେବା ପୁର୍ବରୁ ବିଜୁ ଏକ୍ସପ୍ରେସ ରାସ୍ତାର ଏତାଦୃଶ ଅବସ୍ଥା ଏହାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅସନ୍ତା ବିଧାନ ସଭା ନିର୍ବାଚନ ପୁର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଫଳରେ ଉକ୍ତ ପ୍ରକଳ୍ପକୁ ସମ୍ପୁର୍ଣ୍ଣ କରିବା ପାଇଁ ଅଧିକାରୀଗଣ ପ୍ରକଳ୍ପର ମାନ ଉପରେ ଗୁରୁତ୍ୱ ନ ଦେଇ ଯଥାଶିଘ୍ର ଏହାକୁ ସମ୍ପୁର୍ଣ୍ଣ କରିବାରେ ଲାଗି ପଡିଛନ୍ତି । ଏଥି ଯୋଗୁ ଠିକାଦାର ନିଜ ମନମାନିରେ ଅତି ନିମ୍ନର କାମ କରି ·ଲିଥିବା ଅଭିଯୋଗ ହୁଏ । ପଦ୍ମପୁର ସହର ଓ ନିକଟସ୍ଥ ବରିକେଲ ଗ୍ରାମରେ ବିଜୁ ଏକ୍ସପ୍ରେସ ରାସ୍ତା ବିଭିନ୍ନ ସ୍ଥାନରେ ଦବି ଯାଇ ରାସ୍ତା ଏକ ମରଣଯନ୍ତାରେ ପରିଣତ ହୋଇଛି ।
ପୁରୁଣା ରାସ୍ତାର ପ୍ରଶସ୍ତିକରଣ ସମୟରେ ରାସ୍ତାର ଉଭୟ ପଟରେ ଗାତ ଖୋଲି ମରୁମ ଭର୍ତି କରାଯାଇଥାଏ । କିନ୍ତୁ ବରିକେଲ ଗ୍ରାମ ନିକଟରେ ଭଲ ମୁରୁମ ନ ଥିବାରୁ ଠିକାଦାର ସେଠାରେ ଅତି ନିମ୍ନ ମାନର ମାଟି ଭର୍ତି କରି ଦେଇଥିବା ବରିକେଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି କାରଣରୁ ଗତ ତିନି ଦିନ ଧରି ପଦ୍ମପୁର ଅଂଚଳରେ ହୋଇଥିବା ଲଗାତାର ବର୍ଷା କାରଣରୁ ବିଜୁ ଏକ୍ସପ୍ରେସ ବରିକେଲ ସମେତ ଅନେକ ସ୍ଥାନରେ ଦବି ଯାଇଛି । ରାସ୍ତା ନିର୍ମାଣର ତିନି ମାସ ନ ପୁରୁଣୁ ରାସ୍ତା କାମ ଦବି ଯିବା ଫଳରେ ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାର ଆଶଙ୍କା ଦେଖା ଦେଇଛି । ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।