ଶିଶୁ ମାନଙ୍କ ପାଇଁ ସମସ୍ତ କାର୍ଯ୍ୟକ୍ରମ ‘ପ୍ରଚେଷ୍ଟା’ ବାନରରେ ହେବ
ସମସ୍ତ ଶିଶୁ ନିୟମିତ ବିଦ୍ୟାଳୟ ଯିବେ, ଶିଶୁ ନିଜେ ଦକ୍ଷ ହେବେ ଓ କମ ବୟସରେ ବାହାଘର ନ କରାଇବା ପାଇଁ ଜିଲ୍ଲା ସ୍ତରରେ ସମୀକ୍ଷା ବୈଠକ
• ସମସ୍ତ ଗ୍ରାମରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ମିଳିତ ଶପଥ ପାଠ କରାଯିବ
• ସମସ୍ତ ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟ ସ୍ତରରେ ମିଳିତ ଶପଥ ପାଠ କରାଯିବ
• ଅକ୍ଟୋବର ୨ ତାରିଖ ଦିନ ସମସ୍ତ ପଞ୍ଚାୟତରେ ସ୍ବତନ୍ତ ଗ୍ରାମସଭା ମାଧ୍ୟମରେ ସଚେତନ କରାଯିବ
• ପ୍ରତ୍ୟେକ ମାସର ୨୯ ତାରିଖ ଦିନ ଶିଶୁ ମାନଙ୍କ ଅଭିଯୋଗ ଗୁଡିକୁ ଶୁଣିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା
ରାୟଗଡ(ସରୋଜ ସାହୁ):ଜିଲ୍ଲା ପ୍ରଶାସନ, ରାୟଗଡଙ୍କ ଦ୍ଵାରା ଜିଲ୍ଲାରେ ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆରମ୍ଭ ହେଲା । ବାଲ୍ୟ ବିବାହ ନିରାକରଣ ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ କାର୍ଯ୍ୟକ୍ରମ ମାନ କରିବା ନିମନ୍ତେ ଜିଲ୍ଲା ସ୍ତରରେ ନିଷ୍ପତ୍ତି ମାନ ନିଆଯାଇଛି । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ପ୍ରଚେଷ୍ଟା ଲୋଗୋକୁ ଉନ୍ମୋଚନ କରିବା ସହ ଶିଶୁ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମକୁ ପ୍ରଚେଷ୍ଟା ଅଭିଯାନରେ ସାମିଲ କରିଥିଲେ । ଏହି ବୈଠକରେ ବାଲ୍ୟ ବିବାହ ରୋକିବା ପାଇଁ ତଥା ଶିଶୁ ସୁରକ୍ଷା, ଶିଶୁର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ନିର୍ଧାରିତ ଜିଲ୍ଲା କାର୍ଯ୍ୟ ଖସଡା ଅନୁସାରେ ଗତ ତିନି ମାସରେ ବିଭିନ୍ନ ବିଭାଗ ଦ୍ୱାରା ସମ୍ପାଦିତ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହିତ ଆଗାମୀ ୩ ମାସ ପାଇଁ କରାଯିବାକୁ ଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା û
ଶିଶୁଙ୍କ ପାଇଁ ଗୋଟିଏ ଦିନ ପାଳନ ଅବସରକୁ ପ୍ରଚେଷ୍ଟା ଅଭିଯାନରେ ସାମିଲ କରାଗଲା । ଶିଶୁଙ୍କ ବିଭିନ୍ନ ସମସ୍ୟା ବିଷୟରେ ଶୁଣିବା ଓ ଏହାର ଆଶୁ ସମାଧାନ କରିବା ନିମନ୍ତେ ଗ୍ରାମ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଆଗରୁ ଗଠିତ ହୋଇଥିବା କମିଟି ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ଶିଶୁ ମାନଙ୍କର ସମସ୍ୟା ସମାଧାନ କରିବା ନିମନ୍ତେ ଜିଲ୍ଲାରେ ପ୍ରତିମାସର ୨୯ ତାରିଖକୁ ଧାର୍ଯ୍ୟ କରାଗଲା ।
ପଂଚାୟତ ସ୍ତରରେ ପ୍ରତି ୩ ମାସର ପ୍ରଥମ ମାସର ୨୯ ତାରିଖ କୁ ଧାର୍ଯ୍ୟ କରଯାଇଥିଲା ବେଳେ ବ୍ଲକ ସ୍ତରରେ ଦ୍ଵିତୀୟ ମାସର ୨୯ ତାରିଖ ଦିନ ଓ ଜିଲ୍ଲା ସ୍ତରରେ ତୃତୀୟ ମାସର ୨୯ ତାରିଖ ଦିନ ଶିଶୁ ମାନଙ୍କର ଅଭିଯୋଗ ଶୁଣିବା ସହ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ନିରାକରଣ ଅଭିଯାନକୁ ତୀବ୍ର କରାଯିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସ୍କୁଲ ଯିବା ବୟସର ପିଲା ସ୍କୁଲରେ ପଢୁଥିବେ,ଏକ ବାଲ୍ୟ ବିବାହ ମୁକ୍ତ,ଶିଶୁ ଶ୍ରମିକ ମୁକ୍ତ,ଶିଶୁ ବନ୍ଧୁ (ଚାଇଲ୍ଡ ଫ୍ରେଣ୍ଡଲି) ଓ ଦକ୍ଷତାପୂର୍ଣ ଶିଶୁମାନଙ୍କର ଜିଲ୍ଲା ହିସାବରେ ରାୟଗଡା ଜିଲ୍ଲାକୁ ମାନ୍ୟତା ଦେବା ପାଇଁ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ସମସ୍ତ ସରକାରୀ ବିଭାଗର ଅଧିକାରୀ ସାମିଲ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ ।
ସରକାରଙ୍କ ତରଫରୁଆଦିମ ଜନଜାତିର ଝିଅ ମାନେ ବିଳମ୍ବରେ ବିବାହ କଲେ ୨୦୦୦୦ ଟଙ୍କା ଆର୍ଥିକ ସହାୟତା ପାଇବାର ଯୋଜନା ରହିଛି, ଠିକ ସେହିପରି ନିର୍ମାଣ ଶ୍ରମିକ ପରିବାରର ଦୁଇଟି ଝିଅ ଙ୍କ ପାଇଁ ବିବାହ ସମୟରେ ୫୦୦୦୦ ଟଙ୍କାର ଆର୍ଥିକ ସହାୟତା ରହିଛି । ଏହି ଯୋଜନା ବିଷୟରେ ପ୍ରତ୍ୟେକ ପରିବାର ଜାଣିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ବାଲ୍ୟ ବିବାହ ଘଟଣା ଗୁଡିକୁ ଏଡାଇ ଦିଆ ଯାଇପାରିବ ବୋଲି ବିଭାଗୀୟ ଅଧିକାରୀ ମାନେ ଜଣାଇଥିଲେ ଫଳରେ ଏହି ଯୋଜନା ବିଷୟରେ ଅଧିକ ସଚେତନତା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ବାଲ୍ୟ ବିବାହ ରୋକିବା ନିମନ୍ତେ ବାରମ୍ବାର ସଚେତନତା କରାଯିବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତା ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଆଯୋଜନ ସମୟରେ ବାଲ୍ୟ ବିବାହ ନିଷେଧ ବିଷୟରେ ଆଲୋଚନା କରାଯିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବାଲ୍ୟ ବିବାହର କୁ ପରିଣତି, ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ସ୍ୱାସ୍ଥ୍ୟର ସମସ୍ୟାକୁ କିପରି ଦୁର କରିବା ସେଥିପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଫଳରେ ସେମାନେ ସଶକ୍ତ ହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା। ମହିଳା ମାନେ ସଶକ୍ତ ହେଲେ ହିଁ ବାଲ୍ୟ ବିବାହ ରୋକା ଯାଇ ପାରିବ ତେଣୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବୈଠକରେ ଆଲୋଚନା କରିବା ସହିତ ଆଗାମୀ ନଭେମ୍ବର ୧୪ ତାରିଖ ଦିନ ଏକ ଗଣ ଶପଥ ପାଠ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଠିକ ସେହିପରି ସମସ୍ତ ବିଦ୍ୟାଳୟ ମାନଙ୍କରେ ନଭେମ୍ବର ୧୪ ତାରିଖ ଦିନ ଶିଶୁ ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମିଳିତ ଶପଥ ପାଠ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା û ଆଗାମୀ ୩ ମାସ ପାଇଁ ନିର୍ଧାରିତ ହୋଇଥିବା କାର୍ଯ୍ୟଖସଡାକୁ କିଭଳି ସଫଳ ରୂପାୟନ କରାଯାଇ ପାରିବ ଓ ବାଲ୍ୟ ବିବାହ ରୋକିବା ପାଇଁ ନିରନ୍ତର ପ୍ରୟାସ ସବୁ ସ୍ତରରେ ସବୁ ଲୋକଙ୍କ ପାଖରେ ପହଞ୍ଚିବ ଓ ପ୍ରଶାସନ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ବିଷୟରେ ଜିଲ୍ଲାପାଳ ବେଶ ଗୁରୁତ୍ୱ ଦେଇଥିଲେ । ଏହିବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲାଶିଶୁ ସୁରକ୍ଷାଅଧିକାରୀଶ୍ରୀ ରମେଶ ଚନ୍ଦ୍ର ନାୟକ ବୈଠକର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେଏବଂ ଗତ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗ ଦ୍ଵାରା ସମ୍ପାଦିତ ହୋଇଥିବା କାର୍ଯ୍ୟକ୍ରମ ସମୀକ୍ଷା କରିବାରେ ସହଯୋଗ କରିଥିଲେ । ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ û
ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକମନୋରଞ୍ଜନ ମିଶ୍ର,ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରି ଡା ବି ଏଲ ଏନ ପୃଷ୍ଟି,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୀମସେନ ଶବର, ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଲୁ,ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ଶତପଥି,ଜିଲ୍ଲା ପଞ୍ଚାୟତ ଅଧିକାରୀଶ୍ରୀ ରାମ କୃଷ୍ଣ ଗଣ୍ଡ,ଜିଲ୍ଲା ଶ୍ରମ ଅଧିକାରୀ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଶ୍ରୀ ବସନ୍ତ କୁମାର ପ୍ରଧାନ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜ କିଶୋର ସାହୁ,ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ,ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ,ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତ୍ରୀଇତିଶ୍ରୀ ଜେନା, ୟୁନିସେଫ ଓଡିଶାର ସନ୍ତୋସ ବେହେରାଙ୍କ ସମେତ ଚାଇଲ୍ଡଲାଇନ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ |