ହେଡଲାଇନସ୍:

ଇଏ ସ୍କୁଲ ନ| ପୋଖରୀ ??

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

16-07-18-pani.jpg - 164.07 kB

ପାଣି  ଘେରରେ ପଦ୍ମପୁର ଲାଲବାହଦୁର ଶାସ୍ତ୍ରୀ ବିଦ୍ୟାଳୟ

ପଦ୍ମପୁର/ ନୀଳ ଦୀପ : ବରଗଡ଼ଜିଲ୍ଲା  ପଦ୍ମପୁର ରେ ବାରମ୍ବାର ସାନିଟେସନ ବାବଦକୁ ଦାବି ହେବା ସହ ବର୍ଷା ଦିନ ରେ ନାଳ ନର୍ଦ୍ଧମା ଜଳ ନିଷ୍କାସନର ବ୍ୟବସ୍ଥା ପାଇଁ ବିଜ୍ଞାପିତ ଅଂଚଳ ପରିଷଦ କତୃପକ୍ଷଙ୍କୁ ନିବେଦନ କରା ଯାଇଥିଲେ ମଧ୍ୟ କର୍ତୃପକ୍ଷ  ଏହା ପ୍ରତି ହେୟଜ୍ଞାନ କରି ଦୃଷ୍ଟି ଦେଉନ୍ୟିବାରୁ ଲଘୁଚାପ ଯୋଗୁଁ ବିଗତ ୨ ଦିନ ଧରି ହୋଇଥିବା ଅନିୟମିତ ବୃଷ୍ଟିପାତ ରେ ପଦ୍ମପୁର ସହରର ଅଧିକାଂଶ ସ୍ଥାନ ରେ କୃତ୍ରିମ ପାଣି  ହୁଡ଼ା ମାନ ଦେଖିବାକୁ ମିଳୁଛି । ଉକ୍ତ ବର୍ଷାରେ ଲାଲ ବାହାଦୁର ଶାସ୍ତ୍ରୀ ଉ.ପ୍ରା ବିଦ୍ୟାଳୟ ରେ ମଧ୍ୟ ଅଣ୍ଠୁଏ ପାଣି ପସିଥିଲା । ବର୍ଷା ଯୋଗୁଁ ନାଳରେ ଭର୍ତି ହୋଇଥିବା ଜଳ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲା । ପୂର୍ବ ନିର୍ମିତ ଉକ୍ତ ବିଦ୍ୟାଳୟ ସମ୍ମୁଖ ରାସ୍ତା ବିଦ୍ୟାଳୟରୁ ଉଚ୍ଚରେ ତିଆରି ହୋଇଥିବାରୁ ଓ ନିୟମିତ ନାଳ ସଫେଇ ନହେବାରୁ ବାରମ୍ବାର ଏହି ଅସୁବିଧା ହେବାର ବିଦ୍ୟାଳୟ କତୃପକ୍ଷ କହିଥିଲେ । ଅଦ୍ୟ ଉକ୍ତ ବିଦ୍ୟାଳୟଟି ଜଳାର୍ନ୍ନବ ହୋଇ ଯାଇଥିବାର ସୁଚନା ପାଇ ପଦ୍ମପୁର ଉପ-ଜିଲ୍ଲାପାଳ  ଦୌଲତ ଚନ୍ଦ୍ରକାର, ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ  ଅଶୋକ କୁମାର ପାତ୍ର, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ  ପୂର୍ଣଚନ୍ଦ୍ର ପାଣୀଗ୍ରାହି, ବି.ଇ.ଓ.  ସୁନିଲ କୁମାର ମୁଣ୍ଡୁ ବିଦ୍ୟାଳୟକୁ ଆସିଥିବା ବେଳେ ଏହି ସମସ୍ୟା ପ୍ରତି ବହୁ ବାର ପ୍ରଶାସନ ତଥା ବିଜ୍ଞାପିତ ଅଂଚଳ ପରିଷଦ କର୍ତୃପକ୍ଷଙ୍କୁ  ସୁଚନା ଦେଇଥିଲେ ମଧ୍ୟ ଏହା ପ୍ରତି ଧ୍ୟାନ ନଦେବାର ବିଦ୍ୟାଳୟ କତୃପକ୍ଷ ପ୍ରକାଶ କରିଥିଲେ । ପରେ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜେ.ସି.ବି. ମେସିନ ଓ ପମ୍ପ ସାହାଜ୍ୟରେ ବିଦ୍ୟାଳୟରୁ ଜଳ ନିଷ୍କାସନ କରାହେବା ସହ ବର୍ଷା ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଥିଲା ।  

0
0
0
s2sdefault