ଦ୍ଵିତୀୟ ଶ୍ରୀକ୍ଷେତ ବାରିପଦାରେ ମହାପ୍ରଭୂଙ୍କ ରଥଯାତ୍ରା
ବାରିପଦା (ଦିଲ୍ଲୀପ ମହାନ୍ତି )- ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଜାତି, ଧର୍ମ, ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ମହାପ୍ରଭୂଙ୍କର ସାନ୍ନିଧ୍ୟ ଲାଭ ବଡ଼ଦାଣ୍ଡରେ ହିଁ ସମସ୍ତ ଭକ୍ତଙ୍କୁ ମିଳିଥାଏ, ଯାହା ମନ୍ଦିର ମଧ୍ୟରେ ସମ୍ଭବ ହୋଇପାରି ନଥାଏ । ଭକ୍ତମାନେ ବଡ଼ଦାଣ୍ଡରେ ରଥ ଉପରେ ଯେଉଁ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି, ସେ ହେଉଛନ୍ତି ବାମନ ରୂପୀ ଲୀଳାମୟ ସ୍ୱୟଂ ନାରାୟଣ । ଯାହାଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ଲାଭ ନ ହୋଇ ମୋକ୍ଷ ପ୍ରାପ୍ତି ହେଉଥିବାର ଶାସ୍ତ୍ରରେ ଉଲ୍ଲେଖ ରହିଛି –“ ଦୋଳେ ଚ ଦୋଳଗୋବିନ୍ଦଂ, ଚାପେ ଚ ମଧୁସୂଦନମ୍ । ରଥେ ତୁ ବାମନଂ ଦୃଷ୍ଟବା ପୁନର୍ଜନ୍ମ ନ ବିଦ୍ୟତେ
ଓଡ଼ିଶାର ସଂସ୍କୃତି କହିଲେ, ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ବୁଝାଇଥାଏ । ସଂସ୍କୃତିର ମୂଳଧାର ମଧ୍ୟ ସ୍ୱୟଂ ମହାପ୍ରଭୂ ଶ୍ରୀଜଗନ୍ନାଥ । ମହାପ୍ରଭୂ ହେଉଛନ୍ତି ମାନବବାଦର ପ୍ରତୀକ । ସେ ବିଶ୍ୱ ଦେବତା ଭାବରେ ପରିଚିତ । ତାଙ୍କ ନିକଟରେ ସମସ୍ତେ ସମାନ । ହାତ ପାଦ ଓ କାନ ନାହିଁ ଅଥଚ ସମସ୍ତଙ୍କୁ ଧରି ରଖିଛନ୍ତି । ସେ ହେଉଛନ୍ତି ଚଳନ୍ତି ପ୍ରତିମା । ସବୁ ଶୁଣି ପାରନ୍ତି ଓ ଦେଖିପାରନ୍ତି ମଧ୍ୟ । ତାଙ୍କର ଦାରୁ ପିଣ୍ଡ ମଧ୍ୟରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ପରିକଳ୍ପନା । ଏଣୁ ସେ ଅନନ୍ତ ଓ ଅସୀମ । ପୁଣି ସମଗ୍ର ମାନବଜାତିର ମୁକ୍ତିଦାତା । ତାଙ୍କ ଲୀଳାର ଅନ୍ତ ନାହିଁ । ସର୍ବ ଧର୍ମ ସମନ୍ୱୟରେ ସେ ପ୍ରତୀକ । ପୃଥିବୀର ସବୁ ଧର୍ମ, ବର୍ଣ୍ଣ, ବିଭିନ୍ନ ଆଦର୍ଶ ତଥା ବହୁ ଦର୍ଶନ ମହାପ୍ରଭୂଙ୍କ ନିକଟରେ କେନ୍ଦ୍ରିଭୂତ । ସମଗ୍ର ହିନ୍ଦୁ ଜନତାଙ୍କର ଶ୍ରେଷ୍ଠ ଦେବତା ହେଉଛନ୍ତି ମହାପ୍ରଭୂ ଶ୍ରୀଜଗନ୍ନାଥ ।
ସେହିପରି ମା ସୁଭଦ୍ରା ହେଉଛନ୍ତି ବ୍ରହ୍ମମୟୀ, ଶକ୍ତିମୟୀ, ତତ୍ୱମୟୀ ଓ କ୍ରିୟାମୟୀ ରୂପରେ ପ୍ରମାଣିତା ହୋଇ ଜୀବାତ୍ମାର ଗତି ନିୟନ୍ତ୍ରିକା ଭାବରେ ସ୍ୃଷ୍ଟି, ସ୍ଥିତି, ପାଳନ ଓ ବିଲୟର ସମସ୍ତ ଭାର ବହନ କରିଥାନ୍ତି । ଭାରତର ଚାରିଧାମ ମଧ୍ୟରୁ ଜଗନ୍ନାଥ ଧାମ ସର୍ବଶ୍ରେଷ୍ଠ । ମହାପ୍ରଭୂଙ୍କ ନିକଟରେ ଜାତିଭେଦ ନଥାଏ । ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ, ଜୈନ, ବୁଦ୍ଧ, ନାନକ, ଆର୍ଯ୍ୟ ଅନାର୍ଯ୍ୟସମସ୍ତଙ୍କର ଆରାଧ୍ୟ ଦେବତା ଅଟନ୍ତି । ଭକ୍ତ ଓ ଭଗବାନ ଉଭୟ ଉଭୟଙ୍କର ପରିପୂରକ । ଭଗବାନ କୁମ୍ଭକାର ହେଲେ ଭକ୍ତ ମୂର୍ତ୍ତିକା । ସମସ୍ତ ଭକ୍ତଙ୍କୁ ନେଇ ଭଗବାନ ଲୀଳାଖେଳା ରଚିଥାନ୍ତି ।
ମହାପ୍ରଭୂଙ୍କ ଘୋଷ ଯାତ୍ରା ଏକ ଧାର୍ମିକ ଉପଚାର ନୁହେଁ । ଏହା ଉକ୍ରଳୀୟର ପ୍ରାଣତନ୍ତ୍ରୀରେ ଏକ ଲଳୀତ ମୂର୍ଚ୍ଛନା । ରଥାରୂଢ ଶ୍ରୀଜଗନ୍ନାଥଙ୍କର ଦର୍ଶନ ଭକ୍ତମାନଙ୍କ ପ୍ରାଣରେ ଆନନ୍ଦର ଲହରୀ ଖେଳାଇ ଦେଇଥାଏ । ବଡ଼ଦାଣ୍ଡରେ ତାଙ୍କର ନନ୍ଦିଘୋଷ ରଥକୁ ଟାଣିବା ପାଇଁ ଭକ୍ତମାନେ କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଦ୍ୱିତୀୟଶ୍ରୀକ୍ଷେତ୍ରଭାବରେଖ୍ୟାତିଲାଭକରିଥିବାବାରିପଦାକୁ । ଯେଉଁ ଆଡେ ଦେଖିବକେବଳÿÿଜଗନ୍ନାଥମୟ । ସମଗ୍ର ବଡ଼ଦାଣ୍ଡ ପାଲଟି ଯାଇଛି ଜନସମୂଦ୍ର । ବଡଦାଣ୍ଡରେ ଚକାଡୋଳାକୁ ଦର୍ଶନ କରି ଭକ୍ତ ହୋଇଉଠିଥିଲେ ଭାବ ବିହ୍ୱଳ । ଖୋଳ, ମୃଦଙ୍ଗ, ଘଣ୍ଟା, ଘଣ୍ଟ, କାହାଳୀ ନାଦ ସହିତ ସଂକୀର୍ତ୍ତନରେ କମ୍ପି ଉଠିଥିଲା ବଡ଼ଦାଣ୍ଡ ।ÿÿ ରତ୍ନ ସିଂହାସନ ଛାଡ଼ି ନବ ଦିନ ଲାଗି ଜନ୍ନବେଦୀକୁ ଯାତ୍ରାରେ ବାହାରି ଥିଲେ ମହାପ୍ରଭୂ ଶ୍ରୀଜଗନ୍ନାଥ । ସମସ୍ତେ ସେହି ବ୍ରହ୍ମମୁହୂର୍ତ୍ତକୁ ଉକ୍ରଣ୍ଠାର ସହିତ ଅପେକ୍ଷା କରିରଥି ଲେ ।
ରଥର ନିତି ନିର୍ଘଣ୍ଟ ଅନୁସାରେ ଠିକ୍ ଅପରାହ୍ନ ୨.୩୦ମିନିଟ ସମୟରେ ବଡ଼ଦାଣ୍ଡର ମଧ୍ୟ ସ୍ଥଳି ଟାଉନ ଥାନା ସମ୍ମୁଖରେ ଅଟଳି ରହିଥିବା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରୁୁ ଭକ୍ତମାନଙ୍କ ଉପରକୁ ଗୁଡ଼ଲଡ଼ୁ ଫିଙ୍ଗା ଯିବାପରେ ପରେ ରଥ ଟଣାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରସ୍ତୁତ ହୋଇରହିଥିବା ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଟାଣି ମାଉସୀମା ମନ୍ଦିର ନିକଟରେ ପହଁଚାଇବା ପରେ ମନ୍ଦିର ନିକଟରୁ ଅପରାହ୍ନ ୪.୨୦ରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇ ସାଢେ଼ ୫ରେ ମାଉସୀମା ମନ୍ଦିର ନିକଟରେ ପହଁଞ୍ଚିଥିଲା । ଅନୁକୂଳ ପାଗ ଓ ଆନନ୍ଦ ଉଲ୍ଲାସରେ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଘୋଷ ମହାପ୍ରଭୂଙ୍କ ରଥ ଯାତ୍ରା । ତିନି ଠାକୁର ମାଉସୀମା ମନ୍ଦିର ନିକଟରେ ପହଁଞ୍ଚିବା ପରେ ଶ୍ରୀଶ୍ରୀହରିବଳଦେବ ଜୀଉ ମହାପ୍ରଭୂଙ୍କର ରଥ ଯାତ୍ରାରକାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ରାତ୍ରି ସାଢେ଼ ୧୦ରେ ରଥାରୂଢ଼ ମହାପ୍ରଭୂମାନେ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ହେବେ । ଏଥି ସହିତ ମଙ୍ଗଳବାରଠାରୁ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ, ମତ୍ସ୍ୟକୁର୍ମବେଶ, ହରିହର, ନୃସିଂହ ଓ ବରାହ, ବାମନ ଓ ପର୍ଶୁରାମ, କାଞ୍ଚି ଅଭିଯାନ, ଦ୍ୱାରିକାବେଶ(ସୁନାବେଶ) ଆଦି ବିଭିନ୍ନ ବେଶ ଧାରଣ ପୂର୍ବକ ଭକ୍ତମାନଙ୍କୁ ଦର୍ଶନ ଦେବେ । ଆଜିର ଏହି ରଥଟଣାରେ ଜିଲାପାଳ ବିନୀତ କୁମାର ଭରଦ୍ୱାଜ, ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର, ଅତିରିକ୍ତ ଜିଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ଗଙ୍ଗାଧର ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ |
ମହିଳାମାନଙ୍କଗହଣରେ ପୁରୁଷ ପୁଲିସକୁ ନେଇ ଅସନ୍ତୋଷ
୧୯୭୫ ମସିହାରେ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ପବିତ୍ର ଘୋଷ ଯାତ୍ରାରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିବା ନିମନ୍ତେ ଦାବି କରିବାରୁ ତକ୍ରାଳୀନ ଜିଲ୍ଲାପାଳ ଏଥି ନିମନ୍ତେ ଅନୁମତି ପ୍ରଦାନ କରିଥିଲେ । ସେହି ଦିନଠାରୁ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ଆସୁଛନ୍ତି । ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିବା ସମୟରେ ସେମାନଙ୍କ ମଧ୍ୟରେ ପୁରୁଷ ପୁଲିସ କର୍ମଚାରୀ ସହିତ ଏନସିସି କେଡେଟମାନଙ୍କୁ ମୁତୟନ କରାଯାଇଥିବାରୁ ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପ୍ରତ୍ୟେକ ବର୍ଷ ଏହି ଭଳି ପରିସ୍ଥିତିକୁ ନେଇ ମହିଳାମାନେ ନିଜ ନିଜର ଅସନ୍ତୋଷ ଜାହିର କରିଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ମହିଳାମାନଙ୍କର ଦାବିକୁ ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି । ତେଣୁ ବାହୁଡ଼ା ଯାତ୍ରା ଅବସରରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପୁଣି ଥରେ ମହିଳାମାନେ ସେମାନଙ୍କର ଦାବିକୁ ଦୋହରାଇଛନ୍ତି ।
ବାରିପଦା ପୌରପରିଷଦ ପକ୍ଷରୁ ପରିମଳବ୍ୟବସ୍ଥାକୁ ପ୍ରାଧାନ୍ୟ
ମହାପ୍ରଭୂଙ୍କ ପବିତ୍ର ଘୋଷ ଯାତ୍ରା ସମୟରେ ବାରିପଦା ସହରକୁ ଦୈନିକ ହଜାରହଜାର ସଂଖ୍ୟାରେ ଜନସାଧାଣଙ୍କ ଗମନାଗମନ କାରଣରୁ ପ୍ରତ୍ୟେକ ବର୍ଷ ପରିମଳ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ବଡ଼ଦଣ୍ଡରେ ପଡ଼ିଥିବା ପ୍ଲାଷ୍ଟିକ ଖାଲି ପାଣି ପାଉଚଗୁଡ଼ିକୁ ବୁଲା ଗୋରୁଗାଈମାନେ ଖାଇ ମରିଥାନ୍ତି । ମାତ୍ର ଚଳିତ ବର୍ଷ ପୌର ପରିଷଦର ଉପାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି ସହରକୁ ପରିମଳ ରଖିବା ନିମନ୍ତେ ମଧ୍ୟରାତ୍ର ସହିତ ପ୍ରତ୍ୟେକ ଦିନ ୩ ଥର ସଫେଇ କାର୍ଯ୍ୟ ଚଳାଇଛନ୍ତି । ଶ୍ରୀମହାନ୍ତିଙ୍କ ଏହି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।
ଶ୍ରୀଶ୍ରୀସାନ ଜଗନ୍ନାଥମହାପ୍ରଭୂଙ୍କର ରଥ ଯାତ୍ରାଶେଷ
ବାରିପଦା ସହରର ଲାଲବଜାରରେ ରହିଥିବା ସାନ ଜଗନ୍ନାଥ ମହାପ୍ରଭୂଙ୍କର ରଥକୁ ଆଜି ପୂର୍ବାହ୍ନ ୯ଟା ସମୟରେ ୧୪ ବର୍ଷରୁ କମ୍ ବାଳକବାଳିକାମାନେ ଟାଣିଟାଣି ମାଉସୀମା ମନ୍ଦିର ନିକଟରେ ପହଁଞ୍ଚାଇଛନ୍ତି । ମହାପ୍ରଭୂଙ୍କର ଏହିଘୋଷ ଯାତ୍ରାରେ ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି, ବାରିପଦା ପୌରପରିଷଦର ଉପାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖଙ୍କ ସମେତ ସହରର ବହୁମାଣ୍ୟଗନ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।