ଯାଜପୁରରୋଡ୍(ଜୟଶଙ୍କର ଦାଶ) : ସୁକିନ୍ଦା ଖଣି ଅଞ୍ଚଳରେ ନିୟୋଜିତ ଟ୍ରକଗୁଡ଼ିକ ଏବେ ଏକପ୍ରକାର ଅକାମୀ ହୋଇପଡ଼ିଛନ୍ତି । ଗତ ୧୨ ତାରିଖରୁ ୬ ଶହରୁ ଅଧିକ ଗାଡ଼ି ଲୋଡ଼ିଂ ନ ପାଇ ବିଭିନ୍ନ ଖଣି ସମ୍ମୁଖରେ ଠିଆ ହୋଇରହିଛନ୍ତି । ଏହି ଗାଡିଗୁଡ଼ିକର ରଖାଯାଇଥିବା ଜିପିଆରଏସ୍ ଟ୍ରାକ୍ର କାମ କରୁନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଶୁଣିବାକୁ ମିଳୁଛି । ଏହି ଅସୁବିଧାକୁ ନେଇ ଯାଜପୁରରୋଡ୍ ଓ ଚଣ୍ଡିଖୋଲ ଟ୍ରକମାଲିକ ସଂଘର କର୍ମକର୍ତ୍ତାମାନେ ଖଣି ଉପନିଦେ୍ର୍ଧଶକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହି ସିଷ୍ଟମକୁ କାର୍ଯ୍ୟକ୍ଷମ କରାଯାଇ ଲୋଡିଂରୁ ବଞ୍ଚôତ ଗାଡ଼ିଗୁଡ଼ିକ ତୁରନ୍ତ ଲୋଡ୍ ଦେବା ପାଇଁ ଯାଜପୁରରୋଡ୍ର ଟ୍ରକମାଲିକ ସଂଘର କର୍ମକର୍ତ୍ତାମାନେ ଦାବି କରିଛନ୍ତି । ଏହା ସମାଧାନ ନହେଲେ ଆଗାମୀ ଦିନରେ ସଂଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି ସଂଘର ସାଧାରଣ ସମ୍ପାଦକ ବ୍ରଜକିଶୋର ରାଉତ ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ୨୦୧୭ରେ ଖଣି ପରିବହନରେ ନିୟୋଜିତ ଗାଡ଼ିଗୁଡ଼ିକର ଜିପିଆରଏସ୍ ସିଷ୍ଟମ ଲଗାଇବାକୁ ସମସ୍ତ ଖଣି ଉପନିଦେ୍ର୍ଧଶକଙ୍କୁ ଚିଠି ମାଧ୍ୟମରେ ନିଦେ୍ର୍ଧଶ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବାକୁ ଖଣି ଉପନିଦେ୍ର୍ଧଶକ ବିଭିନ୍ନ ସଂଘକୁ ଚିଠି ମାଧ୍ୟମରେ ନିଦେ୍ର୍ଧଶ ଦେଇଥିଲେ । ମାଲିକମାନେ ଏହି ନିୟମକୁ ପାଳନ କରି ସରକାରୀ ସ୍ୱୀକୃତିପ୍ରାପ୍ତ କମ୍ପାନୀଗୁଡ଼ିକଠାରୁ ଏହି ଜିପିଆରଏସ ମେସିନକୁ ୧୦ରୁ ୧୭ ହଜାର ଟଙ୍କା ଦେଇ ଗାଡ଼ିଗୁଡ଼ିକରେ ଲଗାଇଥିଲେ । ଏହାର ୧ ବର୍ଷ ପରେ ୨୦୧୮ ମସିହା ନବୀକରଣ ବାବଦ ୩ ହଜାର ଟଙ୍କା ମଧ୍ୟ ଦେଇଥିଲେ । ମାତ୍ର ବର୍ତ୍ତମାନ ଏହି ସିଷ୍ଟମ କାମ ନକରିବାରୁ ସଂପୃକ୍ତ ସଂସ୍ଥାର କର୍ମଚାରୀମାନଙ୍କୁ ପଚାରିବାରୁ ସେ ଏହାର ସଠିକ୍ ଉତ୍ତର ଦେଇପାରିନଥିବାବେଳେ ମାଲିକମାନଙ୍କୁ ଭୁଅାଁ ବୁଲାଇଚାଲିଛନ୍ତି । ଏନେଇ ଯାଜପୁରରୋଡ୍ ଖଣି ଉପନିଦେ୍ର୍ଧଶକଙ୍କୁ ପଚାରିବାରୁ, ସେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଚଣ୍ଡିଖୋଲ ଟ୍ରକମାଲିକସଂଘର ସଭାପତି ସନ୍ତୋଷ କୁମାର ରାଉତ, ସମ୍ପାଦକ ପୁଷ୍ପରାଜ ସାମଲ, ଯାଜପୁରରୋଡ୍ ମାଲିକ ସଂଘର ସଭାପତି କିଶୋର ରାଉତ, ଯୁଗ୍ମ ସମ୍ପାଦକ ପବିତ୍ର ମହାନ୍ତ, ଉପସଭାପତି ପ୍ରଦୁ୍ୟମ୍ନ ବୋଇତାଇଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ରାଜ୍ୟ
କାମ କରୁନି ଜିପିଆରଏସ୍ ସିଷ୍ଟମ :ଡିଡିଏମଙ୍କୁ ଭେଟିଲା ଟ୍ରକମାଲିକ ସଂଘ
- Hits: 509