ଭଦ୍ରକ ଜିଲ୍ଲାର ବହୁମୁଖୀ ସ୍ୱାସ୍ଥ୍ୟପରିଦର୍ଶିକାଙ୍କ ବୈଠକ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଲାର ବହୁମୁଖୀ ମହିଳା ସ୍ୱାସ୍ଥ୍ୟପରିଦର୍ଶିକାମାନଙ୍କ ଏକ ବୈଠକ ଭଦ୍ରକସ୍ଥ ବାଲଗୋପାଲ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛିି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ପରିଦର୍ଶିକାମାନେ ଆସି ଯୋଗଦେଇ ସେମାନଙ୍କ ସମସ୍ୟା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ସମସ୍ତେ ଏକ ପଦବୀରେ ଦୀର୍ଘ ୩୦ବର୍ଷ ଧରି କାମ କରିଆସିଥିଲେ ମଧ୍ୟ ପରସ୍ପର ମଧ୍ୟରେ ଅନ୍ୟକର୍ମଚାରୀଙ୍କ ପରି ସେମାନଙ୍କର ଦରମାର ଅସଂଗତି ରହିବା ସହ ସେମାନଙ୍କ ଦରମା ହାର ଅସଂଗତ ଭାବେ ୪୨୦୦, ୪୬୦୦ ଓ ୪୮୦୦ ଟଙ୍କା ଭାବେ ରହୁଥିବାରୁ କୌଣସି ଷ୍ଟାଫ ଠିକ୍ ଭାବେ ଦରମା ପାଇପାରୁ ନାହାନ୍ତି । ଏଥିନେଇ ଆଲୋଚନା କରାଯାଇ ବିଭାଗୀୟ ଉଚ୍ଚକତୃପକ୍ଷଙ୍କୁ ଭେଟି ସମସ୍ୟା ଉପରେ ଅବଗତ କରାଇବା ନେଇ ବୈଠକରେ ସ୍ଥିର କରାଯାଇଛି । ଏହାଛଡ଼ା ସେମାନେ ନ୍ୟାୟ ପାଇବା ପାଇଁ ଆବଶ୍ୟକ ହେଲେ ଆଇନର ଆଶ୍ରୟ ନେବାକୁ ମଧ୍ୟ ନିଷ୍ପତି ନିଆଯାଇଛି । ଏହି ବୈଠକରେ ବରପଦା, ଆଗରପଡ଼ା, ତିହିଡ଼ି,ଚାନ୍ଦବାଲି, ବାସୁଦେବପୁର, ଧାମନଗର ଓ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଜୟନ୍ତି ରାଣି ନାୟକ, ଅନୁସୁୟା ମହାନ୍ତି, ବିଣାପାଣୀ ରାଉତ, କୁମୁଦୁନି ମହାପାତ୍ର, ପାର୍ବତୀ ବେହେରା, ଦମୟନ୍ତି ଦାସ, କନକଲତା ଜେନା, କନକଲତା ପଣ୍ଡା, ରଙ୍ଗଲତା ରାଓ, ମଲ୍ଲୀଲତା ରାଉତ, ପରସମଣୀ ମହତାବ , ସ୍ୱର୍ଣ୍ଣଲତା ମିଶ୍ର, ପ୍ରମୋଦା ନାୟକ, ସୁମତୀ ମଲ୍ଲୀକ, ସ୍ୱର୍ଣ୍ଣପ୍ରଭା ବଳ, ଆରତୀ ପଣ୍ଡା, ମାୟାଲତା ଜ୍ୟୋତି, ଅନୁପମା ମହାନ୍ତି ପ୍ରମୁଖ ବହୁ କର୍ମଚାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ପରବର୍ତୀ ବୈଠକ ନେଇ ନୀତିନିର୍ଦ୍ଧାରଣ କରାଯାଇଥିଲା ।