ପାଇକମାଲ(ଗୌରାଙ୍ଗ ଚରଣ ଦାଶ)
ରବିବାର ପାଇକମାଲ ଧର୍ମଶାଳା ଠାରେ ମାରବାଡି ଯୁବା ମଞ୍ଚ ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ର ମିଳିତ ଆନୁକୂଲ୍ୟରେ ଏକ ମେଗା ନେତ୍ର ଚିକିତ୍ସତା ଶିବିର ଆୟୋଜନ କରାଯାଇ ଥିଲା । ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଓ ପଶ୍ଚିମ ଓଡିଶା ବାସୀ ଙ୍କର ଅତି ପ୍ରିୟ ଡାକ୍ତର Dr. ଶଙ୍କର ରାମଚନ୍ଦନୀ ଓ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ରବିବାର ସକାଳ ଠାରୁ ପ୍ରବଳ ବର୍ଷା ସତ୍ୱେ ପାଇକମାଲ ଓ ଝରବନ୍ଧ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ 200 ଜଣ ରୋଗୀ ଏହି ଶିବିର ରେ ଯୋଗ ଦେଇ ନିଜର ଆଖି ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟା ବାବଦରେ ବିଶେଷଜ୍ଞ ଡାକ୍ତର ମାନଙ୍କର ସହିତ ପରାମର୍ଶ କରି ଥିଲେ। 45 ଜଣ ରୋଗୀଙ୍କୁ ମୋତିଆବିନ୍ଦୁ ଓ ଅନ୍ୟ କିଛି ସମସ୍ୟା ଥିବାରୁ ସେମାନଙ୍କୁ ସାଙ୍ଗେ ସାଙ୍ଗେ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରକୁ ଅପରେସନ ପାଇଁ ପଠାଇ ଦିଆ ଯାଇଥିଲା । ଶିବିର ଆୟୋଜକ ଙ୍କର ଦ୍ୱାରା ରୋଗୀ ମାନଙ୍କର ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ବହନ କର ଯାଇଥିଲା। ଏହି ଶିବିର କୁ ଯୁବ ମଂଚ ର ସଭାପତି ନିଲେଶ ଅଗ୍ରୱାଲ ,ସୁମିତ କୁମାର ଅଗ୍ରୱାଲ ,ନିଲେଶ ତାୟଲ, ନବୀନ କୁମାର ଅଗ୍ରୱାଲ , ଗୋପାଳ ଅଗ୍ରୱାଲ ,ସଚିନ କୁମାର ଅଗ୍ରୱାଲ , ମୁକେଶ କୁମାର ଅଗ୍ରୱାଲ ,କୁନୁ ଅଗ୍ରୱାଲ , ରମେଶ କୁମାର ଅଗ୍ରୱାଲ , ଗଲୁ ଅଗ୍ରୱାଲ ଓ ଯୁବା ମଂଚ ର ସମସ୍ତ ସଭ୍ୟ ତଥା ବିନ୍ଧ୍ୟ ବସିନୀ ମହାବିଦ୍ୟାଳୟ ର ଛାତ୍ର ମନେ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ସେବା କ୍ଷେତ୍ର ରେ ବହୁ ଅଳ୍ପ ସମୟ ମଧ୍ୟରେ ଲୋକଙ୍କର ଅତି ଆପଣାର ହେଇପାରିଥିବା ନିଃସ୍ୱାର୍ଥପର ରୋଗୀସେବା ପାଇଁ ସମସ୍ତ ପଶ୍ଚିମ ଓଡ଼ିଶାରେ ଲୋକପ୍ରିୟ ହେଇପାରିଥିବା ଯୁବା ଡାକ୍ତର ଶଙ୍କର ରାମଚନ୍ଦନୀ ଙ୍କୁ ଯୁବା ମଂଚ ତରଫରୁ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ମାନପାତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଯୁବ ମଂଚ ର ଏହି ଭଳି କାର୍ଯକୁ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଛି।