ହେଡଲାଇନସ୍:

୨୦୧୯ ବର୍ଷ ପାଇଁ ଓଡ଼ିଶା ବନସେବା ପରୀକ୍ଷା ଫଳ ପ୍ରକାଶିତ : ପ୍ରଥମ ସ୍ଥାନ ଅଧିକାର କଲେ ଆୟୁଷୀ ପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ବନସେବା ପରୀକ୍ଷାର ଫଳ ପ୍ରକାଶିତ ହୋଇଛିା କୋଭିଡ୍ ପ୍ରଥମ ଏବଂ ଦ୍ୱିତୀୟ ଲହର ଯୋଗୁଁ ପରୀକ୍ଷା ଫଳ ପ୍ରକାଶନରେ ଅତ୍ୟନ୍ତ ବିଳମ୍ବ ହୋଇଥିଲାା ଖାଲି ପଡ଼ିଥିବା ସମସ୍ତ ୬୭ଟି ପଦବୀକୁ ପୂରଣ କରାଯାଇଛିା ଅଣସଂରକ୍ଷିତ ୩୬ଟି ପଦବୀରୁ ୧୨ ଜଣ ମହିଳା, ସାମାଜିକ ଏବଂ ଆର୍ଥିକ ଅନଗ୍ରସର ବର୍ଗର ୧୬ଟି ପଦବୀରୁ ୪ ଜଣ ମହିଳା, ଅନୁସୂଚିତ ଜାତି ବର୍ଗର ୬ଟି ପଦବୀରୁ ଜଣେ ମହିଳା, ଅନୁସୂଚିତ ଜନଜାତି ବର୍ଗର ୯ଟି ପଦବୀକୁ ପୂରଣ କରାଯାଇଛିା ମହିଳା ପ୍ରାର୍ଥୀଙ୍କ ଉଲ୍ଲେଖନୀୟ ସଫଳତା କ୍ରମରେ ଆୟୁଷୀ ପତି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଥମ ଦଶ ଜଣଙ୍କ ମେଧା ତାଲିକାରେ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତିା ଯଦିଓ ମହିଳାମାନଙ୍କ ପାଇଁ ୨୦ଟି ପଦବୀ ସଂରକ୍ଷିତ ଥିଲା ୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତିା ୧୨୯୦୪ଟି ପ୍ରାର୍ଥୀପତ୍ର ମଧ୍ୟରୁ ୨୭୧୭ ଜଣ ପ୍ରାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ଏବଂ ତନ୍ମଧ୍ୟରୁ ୬୭ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତିା

0
0
0
s2sdefault